ଇଫ୍‌କୋ ଇଣ୍ଡିଆର ନୂତନ ଅଭିଯାନ

ଭୁବନେଶ୍ୱର,୫।୭ (ଅଭୟ ଦାଶ): ଇଣ୍ଡିଆନ ଫାରମର୍ସ ଫଟଲାଇଜର କୋଅପରେଟିଭ ଲିମିଟେଡ ବା ଇଫକୋ ଇଣ୍ଡିଆର ନୂତନ ଅଭିଯାନ ‘ନାନୋ ଫଟଲାଇଜର ପ୍ରୋମୋଓନ କ୍ୟାମ୍ପେନିଂ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ବିଶେଷ କରି ନାନୋ ସାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଇଫକୋ ପକ୍ଷରୁ ୨୦୨୪ ଜୁଲାଇ ପହିଲାରେ ନାନୋ ସାର ବ୍ୟବହାର ପ୍ରୋତ୍ସାହନ ମହାଅଭିଯାନର ଶୁଭାରମ୍ଭ କରାଯାଇଛି। ଏପରିକି ଏହା ଅଧୀନରେ ଇଫକୋ ପକ୍ଷରୁ ୨୦୦ଟି ମଡେଲ ନାନୋ ଗ୍ରାମୀଣ କ୍ଲଷ୍ଟର ଚୟନ କରାଯାଇଛି। ଏହା ଜରିଆରେ ୮୦୦ଗାଁର ଚାଷୀଙ୍କୁ ଇଫକୋ ପକ୍ଷରୁ ନାନୋ ୟୁରିଆ ପ୍ଲସ, ନାନୋ ଡିଏପି ଓ ସାଗରିକାର ମୂଲ୍ୟ ଉପରେ ୨୫%ର ସବସିଡି ଦିଆଯାଉଛି, ଯାହାଦ୍ୱାରା ଚାଷୀମାନେ ନିଜ କ୍ଷେତରେ ଅଧିକରୁ ଅଧିକ ନାନୋ ସାର ବ୍ୟବହାର କରିପାରିବେ। ଏହା ସହିତ ଇଫକୋ ଡ୍ରୋନ୍‌ ଉଦ୍ୟୋଗୀଙ୍କୁ ଏକର ପିଛା ୧୦୦ଟଙ୍କା ଅନୁଦାନ ଦେବ। ଯାହାଦ୍ୱାରା କୃଷକମାନେ କମ୍‌ ଦରରେ ସିଞ୍ଚନ କରିବାର ସୁବିଧା ମଧ୍ୟ ପାଇ ପାରିବେ। ଏହି ମଡେଲ ନାନୋ ଗ୍ରାମଗୁଡ଼ିକରେ ଫସଲର ଗୁଣବତା ଓ ଉତ୍ପାଦନ ବୃଦ୍ଧି ନେଇ ଚାଷୀମାନଙ୍କୁ ସଚେତନ କରାଯିବ। ପ୍ରଧାନମନ୍ତ୍ରୀ କୃଷିକ୍ଷେତ୍ରରେ ନାନୋ ସାରର ବ୍ୟବହାର ବଢ଼ାଇବା ପାଇଁ ୧୦୦ ଦିନିଆ ଆକ୍ସନ ପ୍ଲାନ୍‌ର ଶୁଭାରମ୍ଭ କରିଛନ୍ତି, ଯେଉଁଥିରେ ୪୧୩ ଜିଲ୍ଲାରେ ନାନୋ ଡିଏପି (ତରଳ) ର ୧୨୭୦ଟି ପ୍ରଦର୍ଶନ ଏବଂ ୧୦୦ଟି ଜିଲ୍ଲାରେ ନାନୋ ୟୁରିଆ ପ୍ଲସ୍‌ (ତରଳ)ର ୨୦୦ଟି ପରୀକ୍ଷଣ କରାଯିବ। କୃଷି ବିଜ୍ଞାନ କେନ୍ଦ୍ର, ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଗବେଷଣା ଅନୁଷ୍ଠାନର ସହାୟତା ନିଆଯିବ ଓ ଭାରତ ସରକାର ତାହାର ତଦାରଖ କରିବେ। ସମବାୟ ସମିତି ଓ ଅନ୍ୟାନ୍ୟ ବିକ୍ରୟ କେନ୍ଦ୍ରକୁ ଇଫକୋ ପକ୍ଷରୁ ନାନୋ ସାର ଉପଲବ୍ଧ କରାଯିବ। କୃଷକମାନଙ୍କୁ ନାନୋ ସାରର ଉପକାରିତା ବିଷୟରେ କୁହାଯିବ। ନାନୋ ସାର ସିଞ୍ଚନ ପାଇଁ ଇଫକୋ କୃଷକମାନଙ୍କୁ ୨୫୦୦କୃଷି ଡ୍ରୋନ୍‌ ଯୋଗାଇ ଦେଉଛି, ଯେଉଁଥିପାଇଁ ୩୦୦ ‘ନମୋ ଡ୍ରୋନ୍‌ ଦିଦି’ ଏବଂ ଡ୍ରୋନ୍‌ ଉଦ୍ୟୋଗୀ ପ୍ରସ୍ତୁତ ହୋଇଛନ୍ତି। ଏହା ବ୍ୟତୀତ ଅନ୍ୟାନ୍ୟ ପ୍ରକାରର ସ୍ପ୍ରେୟର ମଧ୍ୟ ଉପଲବ୍ଧ କରାଯାଇଛି, ଯାହା ମାଧ୍ୟମରେ ଚାଷୀମାନେ ନିଜ ଜମିରେ ନାନୋ ସାର ସିଂଚନ ସହଜରେ କରିପାରିବେ। ୧୫ଟି ଅନୁଷ୍ଠାନ ସହ ୨୪୫ ଲକ୍ଷ ଏକର ଜମିରେ ଡ୍ରୋନ୍‌ ଜରିଆରେ ସିଂଚନ କରିବାକୁ ଚୁକ୍ତି ହୋଇଛି, ଯାହା ଚାଷୀଙ୍କ କ୍ଷେତରେ ସିଂଚନ କରିବ। ପ୍ରତି ସ୍ପ୍ରେ ଉପରେ ଏକର ପିଛା ୧୦୦ ଟଙ୍କା ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ନାମରେ ନୁହେଁ, ବରଂ ସ୍ତ୍ରୀଙ୍କ ନାମରେ କରନ୍ତୁ FD; ଲାଭ ଜାଣିଲେ ଚକିତ ହେବେ…

ନୂଆଦିଲ୍ଲୀ,୫।୧୦: ଫିକ୍ସ ଡିପୋଜିଟ୍‌(ଏଫ୍‌ଡି) ଯୋଜନା ଉପରେ ସାରା ଦେଶର ଜଣାଶୁଣା ବ୍ୟାଙ୍କଗୁଡ଼ିକ ପକ୍ଷରୁ ବାର୍ଷିକ ୮% ଆକର୍ଷକ ଋଣ ଦିଆଯାଉଛି। ଟଙ୍କାକୁ ସୁରକ୍ଷିତ ରଖିବା ସହ...

ରାଜ୍‌ ଇଲେକ୍ଟ୍ରୋନିକ୍ସରେ ଫେଷ୍ଟିଭାଲ ଅଫର

ଭୁବନେଶ୍ୱର,୫।୧୦: ରାଜ୍ୟର ଅଗ୍ରଣୀ ରିଟେଲ ଚେନ୍‌ ରାଜ୍‌ ଇଲେକ୍ଟ୍ରୋନିକ୍ସର ବହୁ ପ୍ରତୀକ୍ଷିତ ‘ଫେଷ୍ଟିଭାଲ ଅଫର’ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଦୀର୍ଘ ୩୬ ବର୍ଷ ଧରି ସମଗ୍ର...

ତନିସ୍କର ନୂତନ କଲେକ୍ସନ ‘ନବ-ରାଣୀ’

ଭୁବନେଶ୍ୱର,୫।୧୦: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଭାରତୀୟ ଗହଣା ବ୍ରାଣ୍ଡ ତନିସ୍କର ନୂତନ କଲେକ୍ସନ (ଫେଷ୍ଟିଭ୍‌ କଲେକ୍ସନ)‘ନବ-ରାଣୀ’ସମ୍ଭାରର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ଆଧୁନିକ...

ଆଲିଶାନ୍‌ର ‘ପୂଜା ପାୱାର’ ଅଫର

ଭୁବନେଶ୍ୱର,୫।୧୦: ଭୁବନେଶ୍ୱରର ଅଗ୍ରଣୀ ଗାର୍ମେଣ୍ଟ ବ୍ରାଣ୍ଡ ତଥା ସ୍ବତଃ ପୁରୁଷ (ମେନ୍ସ ଏକ୍ସକ୍ଲୁସିଭ) ପରିଧାନ ଶୋ’ରୁମ୍‌ ଆଲିଶାନ୍‌ର ବହୁ ପ୍ରତୀକ୍ଷିତ ପାର୍ବଣ ଅଫର ‘ପୂଜା ପାୱାର’ର...

ଭୁବନେଶ୍ୱରରେ କିସ୍ନାର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୫।୧୦: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ କିସ୍ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲେରିର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଶୁକ୍ରବାର ଭୁବନେଶ୍ୱରର ନନ୍ଦନକାନରୋଡ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଓଡ଼ିଶା...

ସର୍ବୋଚ୍ଚ ସ୍ତରରେ ସୁନା ଦର

ନୂଆଦିଲ୍ଲୀ,୫।୧୦ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀର ପ୍ରଭାବ ଘରୋଇ ଅଳଙ୍କାର ବଜାର ଉପରେ ପଡ଼ିଛି। ଫଳରେ ଭାରତରେ ସୁନା ଦର ସର୍ବୋଚ୍ଚ ସ୍ତରରେ...

ବିଗେଷ୍ଟ ଓଲା ସିଜନ ସେଲ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୫।୧୦: ଓଲା ଇଲେକ୍‌ଟ୍ରିକ୍‌ର ବହୁ ପ୍ରତୀକ୍ଷିତ ଅଭିଯାନ (କ୍ୟାମ୍ପେନିଂ) ତଥା ଚଳିତ ପାର୍ବଣ ଋତୁରେ ବିଗେଷ୍ଟ ଓଲା ସିଜନ ସେଲ୍‌ (ବସ୍‌)ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି...

ପାର୍ବଣରେ ୫୦ ହଜାର କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୫।୧୦ (ଅନୁରାଧା ମହାରଣା): ନବରାତ୍ରିରେ ରାମଲୀଲା ଗରବା ଏବଂ ଦାଣ୍ଡିଆ ଉସତ୍ବ ପ୍ରତିବର୍ଷ ସାରା ଦେଶରେ ୧୦ ଦିନ ପାଳନ କରାଯାଉଥିବାବେଳେ ଦେଶରେ ବ୍ୟବସାୟିକ କ୍ଷେତ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri