‘ଦ କଶ୍ମୀର ଫାଇଲ୍ସ’କୁ ନେଇ ପ୍ରଶ୍ନ ଉଠାଇଲେ ଆଇଏଫଏଫଆଇର ମୁଖ୍ୟ ଜୁରୀ

ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଦ୍ୱାରା ନିଦ୍ଦେର୍ଶିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ଚଳିତ ବର୍ଷ ସଫଳତାରେ ସମସ୍ତ ରେକର୍ଡ ଭାଙ୍ଗି ଦେଇଛି । ଏହାସହ ଫିଲ୍ମ ଲଗାତାର ବିବାଦ ମଧ୍ୟରେ ଗତି କରିଛି । ନିକଟରେ ଗୋଆରେ ଆୟୋଜିତ ହୋଇଥିବା ୫୩ତମ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ(ଆଇଏଫଏଫଆଇ)ର ଶେଷ ଦିନରେ ଏହି ଫିଲ୍ମ ଚର୍ଚ୍ଚାରେ ରହିଥିଲା । ଏଥିରେ ଥିବା ଜୁରୀ ମୁଖ୍ୟ ଫିଲ୍ମକୁ ନେଇ ପ୍ରଶ୍ନ ଉଠାଇଥିଲେ । କେବଳ ସେତିକି ନୁହେଁ ଜୁରୀ ହେଡ ଓ ଇସ୍ରାଏଲର ଫିଲ୍ମ ମେକର ନାଦବ ଲୌପିଡ ଏହି ଫିଲ୍ମକୁ ପ୍ରୋପାଗଣ୍ଡା ଫିଲ୍ମ ବୋଲି କହିଥିଲେ । ଏହାସହ ଏମାନେ ଏହି ଫିଲ୍ମକୁ ଏକ ‘ଅସୁନ୍ଦର’ ଫିଲ୍ମ ବୋଲି ବି କହିଥିଲେ । ଫେଷ୍ଟିଭାଲର କ୍ଲୋଜିଂ ସେରିମନିରେ ଲୌପିଡ ଏହା କହିଛନ୍ତି । ଏହି ସମୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଉପସ୍ଥିତ ଥିଲେ ।

ନାଦବ ଲାପିଡ ଫିଲ୍ମ ଫେଷ୍ଟିଭାଲରେ ଏହି ଫିଲ୍ମର ସ୍କ୍ରିନିଂ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ । ସେ ଫିଲ୍ମକୁ ନେଇ ଆଲୋଚନା କରିବା ସହ କହିଥିଲେ ଏହା ଫିଲ୍ମ ଫେଷ୍ଟିଭାଲରେ ପ୍ରତିଯୋଗୀତାରେ ସାମିଲ ହେବା ଭଳି ଫିଲ୍ମ ନୁହେଁ । ଏହା କେବଳ ପ୍ରଚାର ପାଇଁ । ନାଦବ କହିଥିଲେ ଏହି ଫିଲ୍ମକୁ ଦେଖି ଆମେ ସମସ୍ତେ ଆଶ୍ଚର୍ଯ୍ୟ ଓ ଚିନ୍ତିତ ଥିଲୁ । ଏହାଏକ ଭଲଗାର ଫିଲ୍ମ । ଏହି ଫିଲ୍ମ ଏକ ପ୍ରତିଷ୍ଠିତ ଫିଲ୍ମ ସମାରୋହ ପାଇଁ ଏକ କମ୍ପିଟେଟିଭ ସେକ୍ସନ ପାଇଁ ଠିକ୍ ନୁହେଁ ।

Share