ନୂଆଦିଲ୍ଲୀ,୨୦।୧୧: ଭାରତର ୫୪ ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଭାରତୀୟ ସିନେମାରେ ଅବଦାନ ପାଇଁ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ଏକ ବିଶେଷ ପୁରସ୍କାରରେ ସମ୍ମାନିତ କରାଯାଇଛି। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୋସିଆଲ ମିଡିଆେ ଏକ୍ସରେ ଏକ ପୋଷ୍ଟ ଶେୟାର କରି ଏହି ସୂଚନା ଦେଇଛନ୍ତି। ଏଥିରେ ଲେଖାଅଛି, ଆଜି ଆମେ ଘୋଷଣା କରି ବହୁତ ଖୁସି ଯେ ଭାରତୀୟ ସିନେମାରେ ଅବଦାନ ପାଇଁ ଦକ୍ଷ ତଥା ପ୍ରତିଭାଶାଳୀ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ଏକ ବିଶେଷ ସମ୍ମାନ ଦିଆଯାଉଛି।
ଭାରତୀୟ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ(ଆଇଏଫ୍ଏଫ୍ଆଇ)ର ୫୪ତମ ସଂସ୍କରଣ ଆଜିଠାରୁ ଗୋଆର ପାନଜୀସ୍ଥିତ ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଆରମ୍ଭ ହୋଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର, ଶ୍ରେୟା ଘୋଷାଲ, ସୁଖବିନ୍ଦର ସିଂ, ମାଧୁରୀ ଦୀକ୍ଷିତ, ଶହିଦ କପୁର, ଶ୍ରେୟା ସରନଙ୍କ ପରି ତାରକା ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ।