ମେଲବର୍ନ ଫିଲ୍ମ ଫେଷ୍ଟିଭାଲର ନୋମିନେଶନ ଘୋଷଣା: ବେଷ୍ଟ ଫିଲ୍ମରେ ‘ପଠାନ’କୁ ଟକ୍କର ଦେବ ‘ଭେଡିଆ’

ମୁମ୍ବାଇ: ଭାରତୀୟ ସିନେମାକୁ ନେଇ ସାରା ବିଶ୍ୱରେ ଆୟୋଜିତ ହୋଇଥିବା ଅନେକ ଚଳଚ୍ଚିତ୍ର ମହୋତ୍ସବ ମଧ୍ୟରୁ ମେଲବର୍ନର ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ମଧ୍ୟ ନିଜର ଆୟୋଜନକୁ ନେଇ ମୁମ୍ବାଇ ଚଳଚ୍ଚିତ୍ର ଜଗତରେ ଚର୍ଚ୍ଚାରେ ରହିଛି। ଏହି ପୁରସ୍କାର ପାଇଁ କେଉଁ ଜ୍ୟୁରୀ ନାମାଙ୍କନଗୁଡିକ ଚୟନ କରନ୍ତି, ଚଳଚ୍ଚିତ୍ର ଚୟନ କରିବାର ମାନଦଣ୍ଡ କ’ଣ ଏବଂ ଏହାର ବିଜେତାମାନଙ୍କୁ କିଏ ଚୟନ କରେ ଆଦି ଏହି ପୁରସ୍କାରର ଆୟୋଜକମାନେ କଦାପି କୁହନ୍ତି ନାହିଁ। ପ୍ରତ୍ୟେକ ଥର ସେମାନେ ସିଧାସଳଖ ନାମାଙ୍କନ ଘୋଷଣା କରନ୍ତି ଏବଂ ତାପରେ ସିଧାସଳଖ ବିଜେତାଙ୍କ ନାମ ଘୋଷଣା କରନ୍ତି। ଏହି ପୁରସ୍କାରର ବିଭିନ୍ନ ବର୍ଗରେ ନାମାଙ୍କନଗୁଡିକ ଦେଖିଲେ ଅଧିକ ଚକିତକାରୀ ସୂଚନା ମିଳିଥାଏ। ବେଷ୍ଟ ଫିଲ୍ମ କାଟାଗୋରୀରେ ପଠାନ, କାନ୍ତାରା, ଭେଡିଆ, ବ୍ରହ୍ମାସ୍ତ୍ର, ଯୋଗୀ, ପୋନ୍ନିୟିନ ସେଳଭନ-୧,୨, ସୀତା ରମନ ଆଦି ରହିଛି।

 

Share