Advertisement

ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ମେଲବୋର୍ଣ୍ଣ ୨୦୨୩ରେ ସମ୍ମାନିତ ହେବେ ଭୁମି ପେଡନେକର

ମୁମ୍ବାଇ: ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ମେଲବୋର୍ଣ୍ଣ ୨୦୨୩ରେ ଡିସରପ୍ଟର ଆଓ୍ବାର୍ଡରେ ସମ୍ମାନିତ ହେବେ ଭୁମି ପେଡନେକର। ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଅଭିନୟ ସହ ଭୁମି ଜଳବାୟୁ ପରିବର୍ତ୍ତନ ପାଇଁ ସର୍ବଦା ସ୍ବର ଉତ୍ତୋଳନ କରି ସଚେତନତା ସୃଷ୍ଟି କରିଛନ୍ତି।

ସେ ଆଓ୍ବାର୍ଡ ପ୍ରୋଗାମର ପ୍ରଥମ ଦିନରେ ଅର୍ଥାତ୍‌ ଅଗଷ୍ଟ ୧୧ରେ ସମ୍ମାନିତ ହେବେ। ସେଠାରେ ସେ ପରିବେଶ ସହ ଜଡିତ ବିଶେଷ ଆଲୋଚନା କରିବେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share