Categories: ଜାତୀୟ

ବିନୟ କ୍ୱାତ୍ରା ନୂଆ ବୈଦେଶିକ ସଚିବ

ନୂଆଦିଲ୍ଲୀ,୪।୪: ନେପାଳରେ ଭାରତର ରାଷ୍ଟ୍ରଦୂତ ଥିବା ବିନୟ ମୋହନ କ୍ୱାତ୍ରାଙ୍କୁ ସୋମବାର କେନ୍ଦ୍ର ସରକାର ନୂଆ ବୈଦେଶିକ ସଚିବ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ବର୍ତ୍ତମାନର ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଏପ୍ରିଲ ୩୦ରେ ଅବସର ଗ୍ରହଣ କରିବେ। ଏହାପରେ ତାଙ୍କ ସ୍ଥାନରେ କ୍ୱାତ୍ରା ମେ’ରେ ଦାୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ରହିଛି। କ୍ୱାତ୍ରାଙ୍କ ନିଯୁକ୍ତିକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ସୂଚନା ମୁତାବକ ଭାରତର ବୈଦେଶିକ ସଚିବ ପୂର୍ବରୁ କ୍ୱାତ୍ରା ୩୨ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ଦେଶରେ ନିଜର ସେବା ଜାରି ରଖିଥିଲେ। ନେପାଳରେ ଭାରତର ରାଷ୍ଟ୍ରଦୂତ ହେବା ପୂର୍ବରୁ ସେ ଫ୍ରାନ୍ସରେ ରାଷ୍ଟ୍ରଦୂତ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିଥିଲେ। ୧୯୮୮ରେ ସେ ଭାରତୀୟ ବୈଦେଶିକ ସେବାରେ ସାମିଲ ହୋଇଥିଲେ।

Share