Categories: ଖେଳ

ଉଭୟ ଭାରତ, ଇଂଲଣ୍ଡ ପକ୍ଷରୁ ଖେଳିଛନ୍ତି ଏହି କ୍ରିକେଟର

ବର୍ତ୍ତମାନ ପଡ଼ିଆରେ ଭାରତ ଏବଂ ଇଂଲଣ୍ଡ ଦଳ ମୁହାଁମୁହିଁ ହୋଇଛନ୍ତି। ଉଭୟ ଟିମ୍‌ରେ ଅନେକ ଭେଟେରାନ ଖେଳାଳି ରହିଛନ୍ତି, ଯେଉଁମାନେ ନିଜ ଦେଶକୁ ଜିତାଇବା ପାଇଁ ଜୀବନକୁ ବାଜି ଲଗାଇଥାନ୍ତି। କିନ୍ତୁ ଏମିତି ଜଣେ ଖେଳାଳି ଥିଲେ ଯିଏକି ଏହି ୨ ଦେଶର ବିଜୟ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ସେ ହେଉଛନ୍ତି ଏକ ମାତ୍ର କ୍ରିକେଟର ଯିଏକି ଉଭୟ ଭାରତ ଏବଂ ଇଂଲଣ୍ଡ ପାଇଁ ଟେଷ୍ଟ କ୍ରିକେଟ ଖେଳିଥିଲେ। ସେ ହେଲେ ପୂର୍ବ ଭାରତୀୟ ଅଧିନାୟକ ଅଫତିଖର ଅଲ୍ଲୀ ଖାନ୍‌। ସେ ‘ନବାବ ପଟୌଦି ସିନିୟର’ ନାମରେ ମଧ୍ୟ ବେଶ୍‌ ପରିଚିତ। ଆଜି ହେଉଛି ଏହି ଖେଳାଳିଙ୍କର ଜନ୍ମଦିନ। ଅଫତିଖର ପଞ୍ଜାବର ପଟୌଦୀରେ ଜନ୍ମଗ୍ରହଣ କରିଥିଲେ।
ଇଫତିଖର ଅଲି ଖାନ ଇଂଲଣ୍ଡର ସବୁଠୁ ପ୍ରତିଷ୍ଠିତ ଅକ୍ସଫୋର୍ଡ ୟୁନିଭର୍ସିଟିରେ ଅଧ୍ୟୟନ କରିଥିଲେ। ଏଥି ସହିତ ସେ ଅକ୍ସଫୋର୍ଡ ପାଇଁ କ୍ରିକେଟ ଖେଳିବାବେଳେ ସମସ୍ତଙ୍କ ନଜରକୁ ଆସିଥିଲେ।
ଇଫତିଖର ୧୯୩୨ ରୁ ୧୯୩୪ ମଧ୍ୟରେ ଇଂଲଣ୍ଡ ପାଇଁ କ୍ରିକେଟ ଖେଳିଥିଲେ। ୧୯୪୬ ମସିହାରେ ଇଂଲଣ୍ଡ ଗସ୍ତ ସମୟରେ ସେ ଭାରତ ପାଇଁ ଏକ ଟେଷ୍ଟ ମ୍ୟାଚ ଖେଳିଥିଲେ। ସେ ଏହି ଗସ୍ତରେ ଭଲ ପ୍ରଦର୍ଶନ କରି ନ ଥିଲେ ଏବଂ ଭାରତ ପାଇଁ କେବଳ ତିନୋଟି ଟେଷ୍ଟ ଖେଳିଥିଲେ। ଦିଲ୍ଲୀରେ ପୋଲୋ ଖେଳିବା ସମୟରେ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ। ସେତେବେଳେ ତାଙ୍କୁ ମାତ୍ର ୪୧ ବର୍ଷ ହୋଇଥିଲା।

Share