ଆଇଆଇଟି ଭୁବନେଶ୍ୱର ସହ ଆଇଜି ଡ୍ରୋନ୍‌ସର ବୁଝାମଣା

ଭୁବନେଶ୍ୱର,୧୪।୮: ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଆଇଆଇଟି), ଭୁବନେଶ୍ୱର ସହ ଆଇଜି ଡ୍ରୋନ୍‌ସର ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏହି ବୁଝାମଣା ଅନୁଯାୟୀ ଆଇଆଇଟି ଭୁବନେଶ୍ୱର ରିସର୍ଚ୍ଚ ଆଣ୍ଡ ଏଣ୍ଟରପ୍ରେନ୍ୟୁରଶିପ୍‌ ପାର୍କରେ ଡିଜାଷ୍ଟର ମ୍ୟାନେଜମେଣ୍ଟ ଆର୍‌ ଆଣ୍ଡ ଡି ଉପରେ ଗୁରୁତ୍ୱ ଦେଉଥିବା ଏକ ଆଡ୍‌ଭାନ୍ସଡ ଡ୍ରୋନ୍‌ ଏକ୍ସିଲେନ୍ସ ସେଣ୍ଟର ସ୍ଥାପନ କରିବା ପାଇଁ ଏହି ବୁଝାମଣାପତ୍ର (ଏମ୍‌ଓୟୁ) ଚୁକ୍ତି ସ୍ବାକ୍ଷରିତ ହୋଇଛି। ବିଶେଷକରି ଭାରତ ଏକ ବିପର୍ଯ୍ୟୟପ୍ରବଣ ଦେଶ ହୋଇଥିବାରୁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଡ୍ରୋନ୍‌ ଟେକ୍ନୋଲୋଜିର ଗବେଷଣା ଓ ବିକାଶର ଅଗ୍ରଗତି ପାଇଁ ଏହି ସହଭାଗିତା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ଚିହ୍ନିତ କରୁଛି। ଏହି ସହଭାଗିତା ମାଧ୍ୟମରେ ସ୍ଥାପିତ ହେବାକୁ ଥିବା ନୂଆ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ (ସିଓଇ) ବିପର୍ଯ୍ୟୟ ପରିଚାଳନା ପ୍ରୟୋଗ କ୍ଷେତ୍ରରେ ଡ୍ରୋନ୍‌ ଟେକ୍ନୋଲୋଜିର ଅନୁସନ୍ଧାନ ଓ ବିକାଶକୁ ଆଗକୁ ବଢାବା ପାଇଁ ଉତ୍ସର୍ଗୀକୃତ ରହିବ। ଏହି ଆଡ୍‌ଭାନ୍ସ ଡ୍ରୋନ୍‌ ଏକ୍ସିଲେନ୍ସ ସେଣ୍ଟର ୨୦୦୦ ବର୍ଗଫୁଟ ଅଞ୍ଚଳରେ ଅବସ୍ଥାପିତ ହେବ। ଯାହା ଅନୁସନ୍ଧାନ ଓ ବିକାଶମୂଳକ ପଦକ୍ଷେପରେ ସହଯୋଗ କରିବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥାରେ ସୁସଜ୍ଜିତ ରହିବ। ଓଡ଼ିଶା ଭାରତର ୧ ନମ୍ବର ବିପର୍ଯ୍ୟୟ ପ୍ରସ୍ତୁତ ରାଜ୍ୟ ଓ ଏହାକୁ ନିଜର ସକ୍ରିୟ ବିପର୍ଯ୍ୟୟ ପରିଚାଳନା ରଣନୀତି ପାଇଁ ବିଶ୍ୱବ୍ୟାପୀ ପ୍ରଶଂସା କରାଯାଉଛି।
ଏ ସମ୍ପର୍କରେ ଆଇଆଇଟି ଭୁବନେଶ୍ୱର ରିସର୍ଚ୍ଚ ଆଣ୍ଡ ଏଣ୍ଟରପ୍ରେନ୍ୟୁରଶିପ ପାର୍କର ସିଇଓ ଡ. ଶୁଭଙ୍କର ପତି କହିଛନ୍ତି, ଆମେ ଆଇଜି ଡ୍ରୋନ୍‌ସ ସହ ସହଭାଗିତାକରି ବେଶ୍‌ ଉତ୍ସାହିତ ଅଛୁ; ଯାହା ଅତ୍ୟାଧୁନିକ ଟେକ୍ନୋଲୋଜି କ୍ଷେତ୍ରରେ କାର୍ଯ୍ୟରତ ଷ୍ଟାର୍ଟଅପ୍‌ଗୁଡିକ ମାଧ୍ୟମରେ ବିପର୍ଯ୍ୟୟ ପରିଚାଳନା ଉପରେ ଆମର ଧ୍ୟାନକୁ ବୃଦ୍ଧି କରୁଛି। ଏହି ସହଭାଗିତା ଆମର ଭିଜନ ‘୧୦୦କ୍ୟୁବ୍‌’ ସହ ଜଡ଼ିତ ଥିବା ହାଇ ଏଣ୍ଡ ଟେକ୍ନୋଲୋଜି କ୍ଷେତ୍ରଗୁଡିକରେ ଉଦ୍ଭାବନ ଓ ଉଦ୍ୟୋଗିକତା ବିକଶିତ କରିବା ପ୍ରତି ଆମର ପ୍ରତିବଦ୍ଧତାର ଏକ ପ୍ରମାଣ।
ଉଲ୍ଲେଖଯୋଗ୍ୟ, ୧୦୦କ୍ୟୁବ୍‌ ଓଡ଼ିଶା ୨୦୩୬ରେ ଏକ ଭାଷାଗତ ରାଜ୍ୟ ଭାବେ ୧୦୦ ବର୍ଷରେ ପଦାର୍ପଣ କରୁଥିବାରୁ ୧୦୦ କୋଟି ଟଙ୍କା ଲେଖାଏ ମୂଲ୍ୟର ୧୦୦ଟି ଷ୍ଟାର୍ଟଅପ୍‌କୁ ସୁଗମ କରିବା ପାଇଁ ଲକ୍ଷ୍ୟ ରଖିଛି। ସେହିଭଳି ଆଇଜି ଡ୍ରୋନ୍‌ସର ସିଇଓ ବୋଧିସତ୍ୱ ସଂଘପ୍ରିୟା କହିଛନ୍ତି, ଆଇଆଇଟି ଭୁବନେଶ୍ୱର ସହ ଆମର ସହଭାଗିତା ଡ୍ରୋନ୍‌ ଟେକ୍ନୋଲୋଜି ମାଧ୍ୟମରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିର ପ୍ରତିନିଧିତ୍ୱ କରୁଛି। ଏପରିକି ଆର୍‌ ଆଣ୍ଡ ଡି ଉପରେ ଗୁରୁତ୍ୱ ଦେଇ ଆମେ ବିପର୍ଯ୍ୟୟ ସ୍ଥିତିରେ ଡ୍ରୋନ୍‌ ପ୍ରୟୋଗର ପ୍ରଭାବଶାଳିତାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛୁ। ଏହି ପଦକ୍ଷେପ ଉଦ୍ଭାବନକୁ ପରିଚାଳନା କରିବ ଏବଂ ବିପର୍ଯ୍ୟୟର ମୁକାବିଲା ଓ ପୁନରୁଦ୍ଧାର କ୍ଷମତାକୁ ଉନ୍ନତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ...

ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ

ନୂଆଦିଲ୍ଲୀ,୨୧।୯: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି ଭାରତ ସରକାର ସର୍‌ଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ଦେବା...

ପିଏନ୍‌ବି ପକ୍ଷରୁ ପିଏମ୍‌ ଇ-ବିଶ୍ୱକର୍ମା ପ୍ରୋଗ୍ରାମ

ଭୁବନେଶ୍ୱର,୨୧।୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ବା ପିଏମ୍‌ ଇ-ବିଶ୍ୱକର୍ମା ଯୋଜନା’ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ଭୁବନେଶ୍ୱର...

ଟିପିସିଓଡିଏଲ୍‌ ଏପିଏସ୍‌ସିସିର ଶୁଭାରମ୍ଭ

ଭୁବନେଶ୍ୱର,୨୧।୯: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ କଟକ ସହରାଞ୍ଚଳରେ ଏକ ୨୪ ଘଣ୍ଟିଆ ସ୍କାଡ଼ା ଏନାବଲ୍ଡ ସର୍କଲ ୟୁନିଟ୍‌ ପଏଣ୍ଟ ବା...

ୟୁବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୧।୯ (ଅଭୟ ଦାଶ): ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ନୂତନ ଶାଖା ‘ନିଶ୍ଚିନ୍ତକୋଇଲ ଶାଖା’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରରେ ମାହାଙ୍ଗା ବିଧାୟକ...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri