ବଲାଙ୍ଗୀର ଅଫିସ,୩୦।୬: ବଲାଙ୍ଗୀର ଜିଲା ସଇଁତଳା ରେଞ୍ଜ କଅଁସର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରାଯାଇ ବାଘ ଛାଲ ଜବତ ହୋଇଛି। ଡିଏଫ୍ଓ ସମୀର ଶତପଥୀଙ୍କ ନେତୃତ୍ୱରେ ବନବିଭାଗର ସ୍ବତନ୍ତ୍ର ଟିମ୍ ଚଢ଼ାଉ କରି ଏକ କଲରାପତରିଆ ବାଘ ଛାଲ ଜବତ କରିଛନ୍ତି। ବିଶ୍ୱାମିତ୍ର ରଣାଙ୍କ ଘରୁ ଉକ୍ତ ବାଘଛାଲ ଜବତ୍ କରାଯାଇଛି। ବନବିଭାଗର ସ୍ବତନ୍ତ୍ର ଟିମ୍ ଚଢ଼ାଉ କରିଥିବା ଜାଣି ବିଶ୍ୱାମିତ୍ରଙ୍କ ସହଯୋଗୀ ବିନୋଦ ସାହୁ ଉକ୍ତ ବପାଘଛାଲକୁ ଅନ୍ୟତ୍ର ନେଇ ଯାଉଥିବାବେଳେ ବନବିଭାଗ ଟିମ୍ ତାଙ୍କୁ କାବୁ କରିଥିଲେ। ମୁଖ୍ୟ ଅଭିଯୁକ୍ତ ବିଶ୍ୱାମିତ୍ର ରଣା ବଲାଙ୍ଗୀର ଆସି ବନବିଭାଗ କାର୍ଯ୍ୟାଳୟରେ ଆମତ୍ ସମର୍ପଣ କରିଥିଲେ। ତାଙ୍କର ଡାକ୍ତରୀମାଇନା କରାଯିବା ପରେ ଟିଟିଲାଗଡ଼ ରେଞ୍ଜ କେସ୍ ନଂ.୫୧/୨୧ରେ ମାମଲା ରୁଜୁ କରାଯାଇ ତାଙ୍କୁ କୋଟ୍ ଚାଲାଣ କରାଯାଇଛି ା