ହାଲୁକା ବର୍ଷା, ଶୀତ ଲହରି

ଭୁବନେଶ୍ୱର,୧୬ା୧୨(ଅନୁରାଧା ମହାରଣା): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସୋମବାର ଅବପାତର ରୂପ ନେବ। ପରବର୍ତ୍ତୀ ଦୁଇଦିନ ପର୍ଯ୍ୟନ୍ତ ଏହି ଅବପାତ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ତାମିଲନାଡୁ ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି। ତେବେ ଲଘୁଚାପ ପ୍ରଭାବରେ ଓଡ଼ିଶାରେ କୋହଲା ପାଗ ଜାରି ରହିବ। ୧୭ରୁ ୧୯ ତାରିଖ ମଧ୍ୟରେ ଦକ୍ଷିଣ ଉପକୂଳ ଓଡିଶାରେ ବିଶେଷକରି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି ଏବଂ କନ୍ଧମାଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ବର୍ଷା ପ୍ରଭାବରେ କିଛି ସ୍ଥାନରେ ପାରଦ ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଅନ୍ୟପଟେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ରାଜ୍ୟରେ ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡି ଓ ନୂଆପଡ଼ାରେ ୩୦ ଡିଗ୍ରୀ ସେଲସିୟସ୍‌ ରହିଥିଲା। ରାଉରକେଲା ଓ ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୬.୮ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିବାବେଳେ ୮ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ଥିଲା। ସୋମବାର କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସୁନ୍ଦରଗଡ଼ରେ ହାଲୁକାରୁ ମଧ୍ୟମ ଧରଣ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିବ। ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଅନୁଗୋଳରେ ଶୀତ ଲହରି ନେଇ ୧୭ ତାରିଖ ପର୍ଯ୍ୟନ୍ତ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦୁଇ ପୁଅଙ୍କ ଉପରେ ମାଡ଼ି ଗଲା କାର୍‌: ଚାଲିଗଲା ସାନ ପୁଅଙ୍କ ଜୀବନ

ନୟାଗଡ଼,୧୬।୧୨: ନୟାଗଡ଼ ଜିଲା ଦଶପଲ୍ଲା ବାଣୀଗୋଛା ଥାନା କୁଲୁରୁକୁମ୍ପା ଛକରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର ଧକ୍କାରେ ମା’ ଏବଂ ବଡ଼...

ବରଗଡ଼ ଧନୁଯାତ୍ରା: କଳାକାରଙ୍କ ରିହର୍ସଲ ଆରମ୍ଭ

ବରଗଡ଼,୧୬।୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଜାନୁଆରୀ ୩ତାରିଖରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପି ୧୩ ତାରିଖ ପର୍ଯ୍ୟନ୍ତ...

ଶସ୍ୟ ସଂରକ୍ଷଣ ପାଇଁ ଏବେ ବି ବଞ୍ଚିଛି ଗୋଲାଘର

କେନ୍ଦ୍ରାପଡ଼ା,୧୬ା୧୨ (ଜଗନ୍ନାଥ ଧଳ): ଓଳିଆ, ଘୁମ, ଖଣି, ଅମାର ଆଦି ଶସ୍ୟ ସଂରକ୍ଷଣ ବ୍ୟବସ୍ଥା ସମ୍ପ୍ରତି ସ୍ବାଭାବିକ ଜୀବନଯାତ୍ରାରୁ ଉଭେଇ ଗଲାଣି। ମାତ୍ର କେନ୍ଦ୍ରାପଡ଼ା ଜିଲାର...

ମହାନଦୀ ପଠାରେ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ସମାଗମ

ମହାକାଳପଡ଼ା,୧୬ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ଶୀତ ଋତୁ ଆଗମନରେ ମହାନଦୀ ଅବବାହିକା ପଠାରେ ବିଭିନ୍ନ ପ୍ରଜାତିର ପକ୍ଷୀ ଦଳ ଦଳ ହୋଇ ସମାଗମ ହେଉଥିବା ଦେଖିବାକୁ ମିଳୁଛି।...

ଆମେ ଅନାସ୍ଥା ସପକ୍ଷରେ ନାହୁଁ: ନିରଞ୍ଜନ

ଭୁବନେଶ୍ୱର,୧୬ା୧୨(ସୁନିତ୍‌ ମିଶ୍ର): ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନକରଙ୍କ ବିରୋଧରେ କଂଗ୍ରେସ ନେତୃତ୍ୱରେ ଇଣ୍ଡିଆ ବ୍ଲକ୍‌ର ଏମ୍‌ପିମାନେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଘୋଷଣା କରିଥିଲେ। ଏହାପରେ...

ଦେବାଶିଷଙ୍କ ବଡ଼ ବୟାନ: ବିଜେଡି ଛାଡ଼ି କେହି…

କଟକ, ୧୬ା୧୨(ଶିଳ୍ପା ପ୍ରିୟଦର୍ଶିନୀ): ଆଉ କୌଣସି ନେତା ଦଳ ଛାଡ଼ି ଯିବେନାହିଁ। ଯିଏ ଯିବାର ଥିଲା ସେମାନେ ଗଲେଣି, ଯେଉଁମାନେ ଅଛୁ ଆଉ କେହି ଯିବୁ...

ଇଲେକ୍ଟ୍ରିପୋଲ୍‌କୁ ଧକ୍କା ଦେଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌

ଖୋର୍ଦ୍ଧା,୧୬ା୧୨: ୫୭ ନଂ ରାଜପଥ ବାଘମାରୀ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍‌ । ଛୋଟ ପିଲା ସମେତ ୭ରୁ ୮ଜଣ ଯାତ୍ରୀ ଆହତ ହୋଇ ଖୋର୍ଦ୍ଧା...

ଇଜିପ୍ଟ ଅନ୍ତର୍ଜାତୀୟ ପ୍ରଦର୍ଶନୀରେ ଅଶ୍ୱିନୀ-ଅବନୀଙ୍କ କ୍ୟାରିକେଚର

ବଲାଙ୍ଗୀର,୧୬ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ଇଜିପ୍ଟର ଗିଜା ପ୍ରାନ୍ତରେ ଅବସ୍ଥିତ ପ୍ରସିଦ୍ଧ ଅହମଦ ସୌକି ମ୍ୟୁଜିୟମର କର୍ମା ଇବନ୍‌ ହେନୀ ସଂସ୍କୃତି କେନ୍ଦ୍ରଠାରେ ଆୟୋଜିତ ‘ସାଦି ଇନ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri