ଆଜି ୭  ଜିଲାରେ ହାଲୁକା ବର୍ଷା

ଭୁବନେଶ୍ୱର,୩।୩: ରବିବାର ୭ଟି ଜିଲାରେ ହାଲୁକା ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଏ  ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଆସନ୍ତା ଦୁଇ ଦିନରେ ଦିନ ତାପମାତ୍ରା ପ୍ରାୟ ଦୁଇ ଡିଗ୍ରୀ ବଢ଼ିବ ବୋଲି ଅନୁମାନ ହୋଇଛି ।
ତେବେ ଶନିବାର ମାଲକାନଗିରିରେ ଦିନ ତାପମାତ୍ରା ସର୍ବାଧିକ ୩୭ ଡିଗ୍ରୀ ଛୁଇଁଛି । ଏହାବ୍ୟତୀତ ୧୩ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ଥିଲା । ଭୁବନେଶ୍ୱରରେ ୩୬.୮ ଓ ବଲାଙ୍ଗୀରରେ ୩୬.୭ ଡିଗ୍ରୀ ରେକର୍ଡ ହୋଇଛି ।
Share