ଗଜପତି,୧୧।୨(ଡି.ଏନ୍.ଏ): ଗଜପତି ଜିଲା ନୂଆଗଡ ବ୍ଲକ ଶିକ୍ଷାଧିକାରୀ ବ୍ରଜ କୁମାର ନାୟକ ଶୁକ୍ରବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଶିକ୍ଷାଧିକାରୀ ନାୟକ ଶିକ୍ଷକ ଫିରୋଜ ଚନ୍ଦ୍ର ନାୟକଙ୍କ ବକେୟା ଦରମା ପାଇଁ ଲାଞ୍ଚ ମାଗିଥିଲେ। ଏଥିପାଇଁ ଫିରୋଜ ବ୍ରହ୍ମପୁର ଭିଜିଲାନ୍ସକୁ ଖବର ଦେଇଥିଲେ । ଆଜି ୩୦ ହଜାର ଟଙ୍କା ନେଇ ଶିକ୍ଷକ ଫିରୋଜ ବ୍ଲକ ଶିକ୍ଷାଧିକାରୀଙ୍କ ପାଖକୁ ଯାଇଥିଲେ । ଲାଞ୍ଚ ଟଙ୍କା ନେବାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁକରି ନେଇଥିଲା। ବର୍ତ୍ତମାନ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମେତ ପାରଳାଖେମୁଣ୍ଡିସ୍ଥିତ ବାସ ଭବନରେ ମଧ୍ୟ ଏକ କାଳୀନ ଚଢ଼ାଉ ଜାରି ରହିଛି।