ଜିଏସଟି ଅତିରିକ୍ତ କମିଶନରଙ୍କ ଘରେ ଚଢ଼ାଉ

କଟକ ଅଫିସ,୮।୮: କଟକ କମର୍ସିଆଲ ଟାକ୍ସ ଓ ଜିଏସଟି ଅତିରିକ୍ତ କମିଶନର ପୀୟୂଷ କାନ୍ତ ପାଣି ସୋମବାର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଚଢ଼ାଉ କରାଯାଇଛି। ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଭୁବନେଶ୍ବର ଚକେଇଶିଆଣିରେ ଥିବା କୋଠା, ଯାଜପୁର ଚୋର୍ଦା ଛକର ପୈତୃକ ଜମିରେ ଥିବା ଦୁଇଟି କୋଠା ଓ ଗୋଟିଏ ଘରେ ଚଢାଉ ହୋଇଛି। ଏହା ସହ କଟକ ଓଏମ୍‌ପିର ଓଏଫ୍‌ଏସ୍‌ସି ଟାୱାରରେ ଥିବା ଅଫିସରେ ଚଢ଼ାଉ ହୋଇଛି।
ସେହିପରି ଭୁବନେଶ୍ବର ଅନ୍ଧାରୁଆ ମୌଜାରେ ଥିବା ନିର୍ମାଣାଧୀନ ପ୍ଲଟ, ସାମପୁର ମୌଜାରେ ଥିବା ନିର୍ମାଣାଧୀନ ପ୍ଲଟ, ସୁନ୍ଦରପୁର ମୌଜାରେ ଥିବା ନିର୍ମାଣାଧୀନ ପ୍ଲଟରେ ଚଢ଼ାଉ ଜାରି ରହିଛି।

Share