ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗ: ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭାନୀପାଟଣା,୨୮।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ଥୁଆପଦର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବାଲେଶ୍ୱର ନାଏକଙ୍କ ଘରେ ସୋମବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଏହି ଚଢ଼ାଉ ଚାଲିଥିବା ସୂଚନା ମିଳିଛି। ଏକାକାଳୀନ ତାଙ୍କ ଭବାନୀପାଟଣାସ୍ଥିତ ଗୋଦାମପଡା ବାସଭବନ, ଥୁଆପଦାର ପଞ୍ଚାୟତ କାର୍ଯ୍ୟାଳୟ ସମେତ ପୈତୃକ ଗାଁ କଲମପୁର ବ୍ଲକ ଭେଳା ଗାଁରେ ଚଢ଼ାଉ ଚାଲିଛି। ନବରଙ୍ଗପୁର ଭିଜିଲାନ୍ସ ଟିମ୍‌ ନେତୃତ୍ୱରେ ରାୟଗଡା ଡିଏସ୍‌ପି ଅନନ୍ତ ପ୍ରସାଦ ମଲ୍ଲିକ, ଭବାନୀପାଟଣା ଭିଜିଲାନ୍ସ ଇନସ୍ପେକ୍ଟର ପ୍ରମିଳା ସୁନା, ଜୟପାଟଣା ଭିଜିଲାନ୍ସ ଇନ୍‌ସ୍ପେକ୍ଟର ବି.କେ ରାୟଓ ପିବାଲିଙ୍କ ଉପସ୍ଥିତିରେ ଚଢ଼ାଉ ଚାଲିଛି।

Share