Categories: ବାଣିଜ୍ୟ

ଆଇଜିକେସି ହସ୍ପିଟାଲର ‘କେଟିକନ୍‌’

ଭୁବନେଶ୍ୱର,୨୯।୬(ଅନୁରାଧା ମହାରଣା): ଭାସ୍କୁଲାର ଆକ୍‌ସେସ୍‌ ଏବଂ କିଡ୍‌ନୀ ପ୍ରତିରୋପଣର ବିଜ୍ଞାନ ଓ କଳା ବିଷୟବସ୍ତୁକୁ ନେଇ କର୍ମଶାଳା କେଟିକନ୍‌-୨୦୨୪ ଶୁବ୍ରବାର ସ୍ଥାନୀୟ ଏକ ହୋଟେଲରେ ଉଦ୍‌ଘାଟିତ ହୋଇଯାଇଛି। ଘାଟିକିଆସ୍ଥିତ ଆଇଜିକେସି ମଲ୍ଟିସ୍ପେଶାଲିଟି ହସ୍ପିଟାଲ, ରେନାଲ ଟ୍ରାନ୍ସପ୍ଲାଣ୍ଟ ସେକ୍ସନ ୟୁରୋଲୋଜିକାଲ ସୋସାଇଟି ଅଫ୍‌ ଇଣ୍ଡିଆ, ଦ ୟୁରୋଲୋଜିକାଲ ସୋସାଇଟି ଅଫ୍‌ ଇଣ୍ଡିଆ ଏବଂ ଓଡ଼ିଶା ୟୁରୋଲୋଜି ଆସୋସିଏଶନ୍‌ ପକ୍ଷରୁ ଆୟୋଜିତ ଏହି କର୍ମଶାଳା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଉଦ୍‌ଘାଟନୀ ଅଧିବେଶନରେ ରେନାଲ ଟ୍ରାନ୍ସପ୍ଲାଣ୍ଟ ସେକ୍ସନ ୟୁରୋଲୋଜିକାଲ ସୋସାଇଟି ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ ଡା. ଉମେଶ ଓଜା ଓ କାର୍ଯ୍ୟକ୍ରମର ପରିଚାଳନା ସଚିବ ଡା. ସୁବୋଧ କୁମାର ଦାସ ବକ୍ତବ୍ୟ ରଖିଥିଲେ। ଡା. ମାନସରଞ୍ଜନ ସାହୁ, ଡା. ଅଜୟ ଓଶଓ୍ବାଲ୍‌, ପରିଚାଳନା ଅଧ୍ୟକ୍ଷ ଡା. ସୁରେନ୍‌ ଦାଶ ପ୍ରମୁଖ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। କିଡ୍‌ନୀ ଦାନ ଓ ଗ୍ରହଣର ସମ୍ପୂର୍ଣ୍ଣ ପ୍ରକ୍ରିୟା ଏବଂ ଯୋଗ୍ୟତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହାସହ କିଡ୍‌ନୀ ପ୍ରତିରୋପଣର ଆବଶ୍ୟକତା, ଏ କ୍ଷେତ୍ରରେ ଥିବା ବିପଦ ଏବଂ ପ୍ରତିରୋପଣ ପ୍ରକ୍ରିୟା ସମ୍ବନ୍ଧରେ ମଧ୍ୟ ବିଶେଷଜ୍ଞମାନେ ମତ ରଖିଥିଲେ।

Share