ସ୍ବାସ୍ଥ୍ୟ ସଚେତନତାକୁ ଅଣଦେଖା

ଭୁବନେଶ୍ୱର,୨୫ା୬(ସତ୍ୟଜିତ୍‌ ରାଉତ): ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଓ ଅପରାଧୀଙ୍କୁ ଧରିବା ପାଇଁ ଏକ ସୁସ୍ଥ ପୋଲିସ ବ୍ୟବସ୍ଥା ଲୋଡ଼ା। ସେଥିପାଇଁ ପୋଲିସ ବିଭାଗରେ କାର୍ଯ୍ୟରତ ଅଧିକାରୀ ଏବଂ କର୍ମଚାରୀମାନେ ଶାରୀରିକ ସ୍ତରରେ ସବୁବେଳେ ଫିଟ୍‌ ରହିବା ଜରୁରୀ। ହେଲେ ପୋଲିସ ବିଭାଗରେ ଥିବା କିଛି ପୋଲିସ କର୍ମଚାରୀ ସେମାନଙ୍କ ସ୍ବାସ୍ଥ୍ୟର ଠିକ୍‌ ଭାବେ ଯତ୍ନ ନେଉନାହାନ୍ତି। ଫଳରେ ସମୟାନୁକ୍ରମେ ସେମାନେ ରକ୍ତଚାପ, ମଧୁମେହ ଓ ଅତ୍ୟଧିକ ମୋଟାପଣ ଭଳି ସମସ୍ୟାରେ ପଡୁଛନ୍ତି। ଫିଟ୍‌ ନ ଥିବା ପୋଲିସ କର୍ମଚାରୀମାନେ କର୍ତ୍ତବ୍ୟ ସମ୍ପାଦନା କରିବା ବେଳେ ବିଫଳ ହେଉଥିବା ଅଭିଯୋଗ ହେଉଛ। ଦ୍ୱୈତନଗରୀ କଟକ ଓ ଭୁବନେଶ୍ୱର କମିଶନରେଟ୍‌ ପୋଲିସରେ ଅନେକ ଅନ୍‌ଫିଟ୍‌ ପୋଲିସ କର୍ମଚାରୀ ଅଛନ୍ତି। ସେମାନେ ମୋଟାପଣ ସମସ୍ୟାରେ ଛନ୍ଦି ହୋଇ କାର୍ଯ୍ୟ ସମ୍ପାଦନା କରୁଛନ୍ତି। ଆଉ ଏହି କାରଣ ପାଇଁ ଅନେକ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଓ ଅପରାଧୀଙ୍କୁ ଧରିବା ଦିଗରେ ସେମାନେ ବିଫଳ ହେଉଛନ୍ତି ବୋଲି ନିଜ ନାମ ଗୋପନ ରଖିବା ସର୍ତ୍ତରେ ଜଣେ ପୋଲିସ ଅଧିକାରୀ କହିଛନ୍ତି।
ପୂର୍ବରୁ କମିଶନରେଟ୍‌ ପୋଲିସ ପକ୍ଷରୁ ଏକାଧିକ ଥର ସ୍ବାସ୍ଥ୍ୟ ପ୍ରତି ଗୁରୁତ୍ୱ ଦେଇ ଫିଟ୍‌ ରହିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ୨୦୨୦ଜୁଲାଇରେ କରୋନା ମହାମାରୀବେଳେ ତତ୍କାଳୀନ ପୋଲିସ କନିଶନର ସୁଧାଂଶୁ ଷଡ଼ଙ୍ଗୀ ଏନେଇ ନିର୍ଦ୍ଦେଶାନାମା ଜାରି କରିବା ସହ ଚାକିରି ଯିବା ଭଳି କଡ଼ା ଚେତାବନୀ ଦେଇଥିଲେ। ସମସ୍ତ ପୋଲିସ କର୍ମଚାରୀଙ୍କ ଓଜନ ଓ ଉଚ୍ଚତା ମାପ କରାଯାଇ ବୟସ ଓ ଉଚ୍ଚତା ଅନୁଯାୟୀ ସେମାନଙ୍କ ଓଜନ କେତେ ରହିବ, ତାହା ଜଣାଇ ଦିଆଯିବ ବୋଲି କୁହାଯାଇଥିଲା। ଏପରି କି ୩ମାସ ପରେ ଯେଉଁମାନଙ୍କ ଆବଶ୍ୟକତାଠାରୁ ଅଧିକ ଓଜନ ରହିବ ସେମାନଙ୍କୁ ସକାଳୁ ବାଧ୍ୟତାମୂଳକ ବ୍ୟାୟାମ କରିବେ ନଚେତ୍‌ ୬ ସପ୍ତାହ ରିଫ୍ରେସର କ୍ଲାସ୍‌ରେ ଯୋଗଦେବେ। ଯେଉଁମାନେ ଏହାକୁ ଗୁରୁତ୍ୱ ଦେବେନାହିଁ, ସେମାନଙ୍କ ବିରୋଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହ ପଦୋନ୍ନତି ବନ୍ଦ କରାଯିବା ସହ ଆବଶ୍ୟକ ପଡିଲେ ସ୍ବାସ୍ଥ୍ୟଗତ କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଇପାରେ ବୋଲି କମିଶନର କହିଥିଲେ। ହେଲେ କିଛି ମାସ ପରେ ଏହି ଫିଟ୍‌ନେସ୍‌ ଫର୍ମୁଲା ଉଭେଇ ଯାଇଥିଲା। ସେହିପରି ୨୦୨୩ ଫେବୃଆରୀରେ ଡିସିପି ପ୍ରତୀକ ସିଂ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ଫିଟ୍‌ ରହିବାକୁ ତାଗିଦ କରିବା ସହ ଏନେଇ ନିର୍ଦ୍ଦେଶନାମା ଜାରି କରିଥିଲେ। ଦୈନନ୍ଦିନ ଜୀବନରେ ଫିଟ୍‌ ରହିବାକୁ ୭ଟି ଦିଗରେ ଧ୍ୟାନ ଦେବାକୁ ସେ କହିଥିଲେ। ନିୟମିତ ସକାଳ ୬ଟା ଓ ଅପରାହ୍ନ ୪ଟାରେ ପୋଲିସ କର୍ମଚାରୀମାନେ ସେମାନଙ୍କ କ୍ୟାମ୍ପସ୍‌ର ଫିଜିକାଲ ଟ୍ରେନିଂରେ ଯୋଗଦେବେ। ପୋଲିସ କର୍ମଚାରୀଙ୍କ ଓଜନକୁ ନେଇ ଟାର୍ଗେଟ୍‌ ଦିଆଯିବା ପରେ ପ୍ରତି ୧୫ ଦିନରେ ସେମାନଙ୍କ ଓଜନ ମପାଯିବ ଆଦି ନିର୍ଦ୍ଦେଶନାମାରେ କୁହାଯାଇଥିଲା। ହେଲେ ଏଭଳି କଡା ଚେତାବନୀ ସତ୍ତ୍ୱେ ଅନେକ ଏହାକୁ ମାନୁ ନ ଥିବା ଦେଖିବାକୁ ମିଳୁଛି। କାର୍ଯ୍ୟର ଅତ୍ୟଧିକ ଚାପ ଏବଂ ସମୟ ଠିକ୍‌ ନ ଥିବା କାରଣରୁ ନିୟମିତ ବ୍ୟାୟାମ କରୁପାରୁ ନ ଥିବା କିଛି କର୍ମଚାରୀ କହୁଛନ୍ତି। ଅନେକ ମେଦବହୁଳତାର ଶିକାର ହୋଇ ଅନ୍‌ଫିଟ୍‌ କର୍ମଚାରୀମାନେ କାମ କରୁଛନ୍ତି। ଏନେଇ ଡିସିପି ପ୍ରତୀକ ସିଂ କହିଛନ୍ତି, ଏହି ନିର୍ଦ୍ଦେଶନାମା ମାନି କିଛି ପୋଲିସ କର୍ମଚାରୀ ଫିଟ୍‌ ହୋଇଛନ୍ତି। ଆଉ କେତେଜଣଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଥିବା ସେ କହିଛନ୍ତି। ଏନେଇ ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, ଏ ସଂକ୍ରାନ୍ତରେ ଅନୁଧ୍ୟାନ କରାଯିବ, ଯଦି ଏନେଇ ସମସ୍ୟା ଜଣାପଡ଼ିବ ପରବର୍ତ୍ତୀ ସମୟରେ ଏ ଦିଗରେ ନିରାକରଣ ବ୍ୟବସ୍ଥା କରାଯିବ ବୋଲି କମିଶନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କୁ ଭେଟିଲେ ଅସନ୍ତୁଷ୍ଟ କର୍ପୋରେଟର

ଭୁବନେଶ୍ୱର,୫।୧୦(ବନ୍ଦନା ସେଠୀ):ଭୁବନେଶ୍ୱର ମଧ୍ୟ ଓ ଏକାମ୍ର ନିର୍ବାଚନ ମଣ୍ଡଳୀର ୨୯ ବିଜେଡି କର୍ପୋରେଟରଙ୍କ ସହ ପ୍ରାୟ ୫ଜଣ ପୂର୍ବତନ କର୍ପୋରେଟର ଶୁକ୍ରବାର ନବୀନ ନିବାସ ଯାଇ...

ଖାଇବା ଥାଳିରୁ ବାହାରିଲା ଝିଟିପିଟି ସହ ବିଛା, ଇଂଜିନିୟରିଂ ହଷ୍ଟେଲରେ ଉତ୍ତେଜନା

ଭୁବନେଶ୍ୱର, ୫।୧୦: ଖାଇବା ଥାଳିରୁ ବାହାରିଲା ଝିଟିପିଟି ସହ ବିଛା। ଏଭଳି ଘଟଣା ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ ହଷ୍ଟେଲରେ ଘଟିଛି। ଯାହା ପରେ...

ଫେରୁଛି ମୌସୁମୀ: ପାର୍ବଣରେ ପାଗ ଶୁଖିଲା

ଭୁବନେଶ୍ୱର,୫ା୧୦(ଅନୁରାଧା ମହାରଣା):ଉତ୍ତର ବଙ୍ଗୋପସାଗର ଏବଂ ବାଲାଂଦେଶ ଓ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଅଞ୍ଚଳରେ ଶୁକ୍ରବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟ...

ଖୁସି ଖବର:ଆଜି ନିଯୁକ୍ତି ପାଇବେ ୧୬ହଜାର କନିଷ୍ଠ ଶିକ୍ଷକ

ଭୁବନେଶ୍ୱର,୫ା୧୦(ଶର୍ମିଷ୍ଠା ପାଣିଗ୍ରାହୀ):ରାଜ୍ୟର ବିଭିନ୍ନ ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡିକରେ ୧୬ହଜାର ୯ଜଣ କନିଷ୍ଠ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଶନିବାର ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

କଲେଜ ଛାତ୍ରୀଙ୍କୁ ଅସଦାଚରଣ: ଧନ୍ଦାମୂଳକ ତାଲିମଦାତା ଗିରଫ

ରାଉରକେଲା,୪।୧୦(ସଙ୍ଗୀତା ଜେନା): ରଘୁନାଥପାଲି ଥାନା ଅଧୀନ ଏକ ପ୍ରତିଷ୍ଠିତ କଲେଜର ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ କଲେଜର ଧନ୍ଦାମୂଳକ ତାଲିମଦାତାଙ୍କୁ ପୋଲିସ ଗିରଫ କରିଛି। ଗିରଫ...

ପଢୁଥିଲେ ପାଠ, ମହମବତୀରୁ ନିଆଁ ଲାଗି ଜଳିଗଲା ଘର

ବ୍ରାହ୍ମଣୀଗାଁ,୪ା୧୦(ମନୋରଞ୍ଜନ ରଣା): ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡା ପଞ୍ଚାୟତର ବୁଜୁଲି ଗ୍ରାମରେ ବି.ଫେର୍ନାନ୍ଦ ବଳିଆର ସିଂଙ୍କ ଘରେ ମହମବତୀରୁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ିଯାଇଛି।...

ଓଡ଼ିଶା କନ୍‌ଷ୍ଟେବଲ୍‌ ନିଯୁକ୍ତି: ବୟସ ସୀମାକୁ ନେଇ ବଡ଼ ରାୟ ଦେଲେ ହାଇକୋର୍ଟ

କଟକ, ୪।୧୦: ଓଡ଼ିଶା ପୋଲିସ କନ୍‌ଷ୍ଟେବଲ୍‌ ନିଯୁକ୍ତି ପାଇଁ ଆବେଦନ ଚାଲିଥିବା ବେଳେ ବୟସ ସୀମାକୁ ନେଇ ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି। ରାଜ୍ୟର ସବୁ...

ବନ ବିଭାଗର ବିଫଳତା: ପୁଣି ଜୀବନ ନେଲା ରେଡିଓକୁଲାର ଲାଗିଥିବା ଦନ୍ତା

ବଣାଇଁ,୪।୧୦(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ବନଖଣ୍ଡ କୋଇଡ଼ା ରେଞ୍ଜ ଅଧୀନ ପାଟମୁଣ୍ଡା ଗ୍ରାମରେ ଆତଙ୍କ ସୃଷ୍ଟି କରିଥିବା ଗୋଠଛଡା ଦନ୍ତା ପୁଣି ଉତ୍ପାତ ମଚାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri