କଟକଣାକୁ ଅଣଦେଖା, ପୁଣି କ୍ଷେପଣାସ୍ତ୍ର ପରୀକ୍ଷଣ କଲେ କିମ୍‌…

ପୋୟାଙ୍ଗୟଙ୍ଗ,୬।୧୦ : ଜାପାନ ଉପରେ କ୍ଷେପଣାସ୍ତ୍ର ନିକ୍ଷେପ କରିବାର ଗୋଟିଏ ଦିନ ପରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ କଟକଣାକୁ ଅଣଦେଖା କରି ପୁଣି ଥରେ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଉତ୍ତର କୋରିଆ ଗୁରୁବାର ଦିନ ଏହାର ପୂର୍ବ ସାଗର ଆଡକୁ ଆଉ ଏକ ବାଲାଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି ବୋଲି ଦକ୍ଷିଣ କୋରିଆର ସୈନ୍ୟବାହିନୀ ସୂତ୍ରରୁ ପ୍ରକାଶ।

ୟୋନହାପ୍‌ ନ୍ୟୁଜ୍‌ ଏଜେନ୍ସି ଅନୁସାରେ ଜାପାନ ଏକ ବିବୃତ୍ତିରେ କହିଛି ଯେ ଆମେ ସଜାଗ ରହିଛୁ। ଆମର ସୈନ୍ୟବାହିନୀ ଆମେରିକା ସହ ଘନିଷ୍ଠ ସହଯୋଗରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି।

ଜଏଣ୍ଟ ଚିଫ୍‌ ଅଫ୍‌ ଷ୍ଟାଫ୍‌ (ଜେସିଏସ) କହିଛନ୍ତି ଯେ ଏହି କ୍ଷେପଣାସ୍ତ୍ର ପୋୟାଙ୍ଗୟଙ୍ଗର ସାମସୋକ ଅଞ୍ଚଳରୁ ସ୍ଥାନୀୟ ସମୟ ସକାଳ ୬ଟା ୧ ରୁ ୬ଟା ୨୩ ମଧ୍ୟରେ ଉତକ୍ଷେପଣ ହୋଇଥିବାର ସୂଚନା ମିଳିଛି। ଏ ବାବଦରେ ଅଧିକ ବିବରଣୀ ଦେବାକୁ ଜେସିଏସ ମନା କରିଦେଇଛନ୍ତି।

Share