ଦୁର୍ବଳଙ୍କୁ ଅଣଦେଖା

ଆସନ୍ତୁ, ମେରିଟ୍‌ ବା ଯୋଗ୍ୟତା ବିଷୟରେ ଆଲୋଚନା କରିବା। ସେଥିପାଇଁ ମଧ୍ୟବିତ୍ତବର୍ଗଙ୍କ କଥା ବିଚାରକୁ ନେବା। ଭାରତରେ ଯାହାଙ୍କୁ ମଧ୍ୟବିତ୍ତବର୍ଗ କୁହାଯାଉଛି ସେମାନଙ୍କ ସଂଖ୍ୟା ବହୁତ କମ୍‌। ପରିସଂଖ୍ୟାନ ବିଶେଷଜ୍ଞମାନେ ବେଳେବେଳେ ଏହି ସଂଖ୍ୟାରେ ୨ ପ୍ରତିଶତ କମ୍‌ ବେଶିର ତ୍ରୁଟିଥିବା ଦର୍ଶାଇଥାନ୍ତି। ତେବେ ମଧ୍ୟବିତ୍ତବର୍ଗ ହେଉଛି ଜନସଂଖ୍ୟାର ସବୁଠାରୁ ପ୍ରାଧାନ୍ୟ ବିସ୍ତାରକାରୀ ବର୍ଗ। ଏହି ହେଉଛି ସେହି ବର୍ଗ ଯିଏ କି ମିଡିଆକୁ ନିୟନ୍ତ୍ରଣକରେ। ଗଣମାଧ୍ୟମର ବିଷୟବସ୍ତୁ ୩ ପ୍ରତିଶତଙ୍କ ଉପରେ ଗୁରୁତ୍ୱ ଦିଏ, ଅନ୍ୟମାନଙ୍କୁ ନୁହେଁ। ଭାରତରେ ଦଳିତ (୨୩ କୋଟି), ଆଦିବାସୀ (୧୧ କୋଟି) ଏବଂ ମୁସଲମାନ (୨୦ କୋଟି) ପ୍ରାୟ ଜନସଂଖ୍ୟାର ୪୦ ପ୍ରତିଶତ। ଆମ ଅର୍ଥ ବ୍ୟବସ୍ଥା, ଆମର ରାଜନୈତିକ କ୍ଷମତା ଢାଞ୍ଚା ଏବଂ ଆମ ଗଣମାଧ୍ୟମରେ ସେମାନଙ୍କର ପ୍ରତିନିଧିତ୍ୱ କେତେ? ଅକ୍ଟୋବର ୨୦୧୮ରୁ ମାର୍ଚ୍ଚ ୨୦୧୯ ମଧ୍ୟରେ ଭାରତରେ ହୋଇଥିବା ଏକ ଅକ୍ସଫାମ୍‌ ଅଧ୍ୟୟନରୁ ଜଣାପଡ଼ିଛି ଯେ, ୧୨୧ଟି ନ୍ୟୁଜ୍‌ ରୁମ୍‌ ନେତୃତ୍ୱ ପଦବୀରେ ୧୦୬ ଜଣ ଉଚ୍ଚ ବର୍ଗର ଲୋକ ଥିଲେ। ଡିବେଟ୍‌ରେ ପ୍ରତି ୪ ଜଣ ଆଙ୍କରଙ୍କ ମଧ୍ୟରୁ ୩ ଜଣ (ହିନ୍ଦୀ ଚ୍ୟାନେଲରେ ସମୁଦାୟ ୪୦ ଜଣ ଆଙ୍କର ଏବଂ ଇଂଲିଶ ଚ୍ୟାନେଲରେ ୪୦ଜଣ) ହେଉଛନ୍ତି ଉଚ୍ଚ ଜାତିର। ଏମାନଙ୍କ ମଧ୍ୟରେ ଜଣେ ହେଲେ ଦଳିତ କିମ୍ବା ଆଦିବାସୀ ନ ଥିଲେ। ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକ ସେମାନଙ୍କ ୭୦ ପ୍ରତିଶତରୁ ଅଧିକ ପ୍ରାଇମ୍‌ଟାଇମ ଡିବେଟ୍‌ ଶୋ’କୁ ଅଧିକାଂଶ ଉଚ୍ଚଜାତିର ଲୋକଙ୍କୁ ଡାକିଥିଲେ। ଏହା ବ୍ୟତୀତ ଇଂଲିଶ୍‌ ଖବରକାଗଜରେ ୫%ରୁ ଅଧିକ ପ୍ରବନ୍ଧ ଦଳିତ ଏବଂ ଆଦିବାସୀଙ୍କ ଦ୍ୱାରା ଲେଖାଯାଉନାହିଁ। ହେଲେ ଧାରଣା ରହିଛି ଯେ, ଉଚ୍ଚବର୍ଗର ନ୍ୟାୟୋଚିତ ସ୍ଥାନକୁ ଦଳିତ ଏବଂ ଆଦିବାସୀମାନେ ଦଖଲ କରୁଛନ୍ତି ଏବଂ ସଂରକ୍ଷଣ ବ୍ୟବସ୍ଥା ‘ମେରିଟ୍‌’କୁ ବ୍ୟର୍ଥ କରୁଛି।

ସର୍ବଭାରତୀୟ ସ୍ତରରେ ସବୁ ଆଭିଜାତ୍ୟ ବର୍ଗ ଏଭଳି ମାନସିକତାକୁ ଗ୍ରହଣ କରନ୍ତି। ହେଲେ ପ୍ରକାଶିତ ଏକ ରିପୋର୍ଟର ଶୀର୍ଷକ ‘୬୦ ପ୍ରତିଶତରୁ ଅଧିକ ଓବିସି, ଏସ୍‌ସି ପଦବୀ ଆଇଆଇଏମ୍‌ଗୁଡ଼ିକରେ ଖାଲି ରହିଛି’ ଏଭଳି ବିଶ୍ୱାସକୁ ତ୍ରୁଟିପୂର୍ଣ୍ଣ ଦର୍ଶାଏ। ଅନୁଧ୍ୟାନରୁ ଜଣାପଡ଼ିଥିଲା ଯେ, ବିଶ୍ୱବିଦ୍ୟାଳୟରେ ଆଦିବାସୀଙ୍କ ପାଇଁ ସଂରକ୍ଷିତ ପ୍ରଫେସରଙ୍କ ୯୦%ରୁ ଅଧିକ ପଦବୀ ପୂରଣ ହୋଇ ନ ଥିଲା। ୪୨ଟି ବିଶ୍ୱବିଦ୍ୟାଳୟରେ ୬,୦୦୦ରୁ ଅଧିକ ପଦବୀ ମଧ୍ୟରୁ ୭୫ ପ୍ରତିଶତ ସଂରକ୍ଷିତ ବର୍ଗ ପାଇଁ ରହିଥିଲା। ଏପରିକି ଆମ ଶିକ୍ଷାନୁଷ୍ଠାନଗୁଡ଼ିକ ଯେଉଁଠାରେ ସଂରକ୍ଷଣ ଆଇନଗତ ଭାବରେ ବାଧ୍ୟତାମୂଳକ କରାଯାଇଥିଲା, ସେଠାରେ ସେସବୁ ଦଳିତ ଏବଂ ଆଦିବାସୀ ଅଧ୍ୟାପିକା/ଅଧ୍ୟାପକଙ୍କ ପାଇଁ ପାଇବା କଠିନ ଥିଲା। ଥରେ ଏହି ପ୍ରସଙ୍ଗରେ ମୁଁ ବେଙ୍ଗାଲୁରୁର ଏକ ପ୍ରତିଷ୍ଠିତ ବିଦ୍ୟାଳୟରେ ମୋ ବକ୍ତବ୍ୟରେ ଉପସ୍ଥାପନ କରିଥିଲି। ଆମେ ହେଉଛୁ ବିଶେଷାଧିକାର ପ୍ରାପ୍ତ ଓ ତାହାକୁ ସ୍ବୀକାର କରି ସେହି ଦିଗରେ କାମ କରିବା ଆମ ଦାୟିତ୍ୱ। ଯଦି ଆମେ ଭଲ ଭାରତୀୟ ଏବଂ ଭଲ ଦେଶପ୍ରେମୀ ହେବାକୁ ଚାହୁଁ, ତେବେ ଏହାର ବିକାଶରେ ଅଂଶଗ୍ରହଣ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ହୋଇପାରିବ। ଆମେ ଆମର ବିଶେଷ ଅଧିକାରକୁ ଅଲଗାକରି ରଖି ଏହାକୁ ପାଉ ନ ଥିବା ଲୋକଙ୍କୁ ଦେଇପାରିବା। ଆମ ସମ୍ବିଧାନ ଆମକୁ କହିଛି, ଭାରତ ହେଉଛି ସମାନତା, ସ୍ବାଧୀନତା ଏବଂ ଭାଇଚାରାର ଏକ ସମାଜ। କିନ୍ତୁ ଏହି ମୂଲ୍ୟବୋଧଗୁଡ଼ିକୁ ବଜାୟ ରଖିବା ଆମ ନାଗରିକଙ୍କ ଦାୟିତ୍ୱ। ଯେଉଁମାନେ ଆମଠାରୁ କମ୍‌ ସୁଯୋଗ ପାଉଛନ୍ତି ସେମାନଙ୍କୁ ଆମେ ପାଉଥିବା ସୁବିଧାରୁ କିଛି ଏବଂ ସ୍ବେଚ୍ଛାକୃତ ଭାବରେ ସଂରକ୍ଷଣ ଦେଇପାରିବା। ହେଲେ ଏଭଳି ବକ୍ତବ୍ୟ ସେହି ବିଦ୍ୟାଳୟରେ ଗ୍ରହଣୀୟ ହୋଇ ନ ଥିଲା। ଛାତ୍ରମାନେ ଏହି ଧାରଣାକୁ ଘୃଣା କରୁଥିଲେ। ସେମାନେ ଅନୁଭବ କରୁଥିଲେ ଯେ, ଯୋଗ୍ୟତା ବା ମେରିଟ୍‌ ମାଧ୍ୟମରେ ବିଦ୍ୟାଳୟରେ ସ୍ଥାନ ହାସଲ କରିଛନ୍ତି। ଅନ୍ୟମାନଙ୍କ ପାଇଁ ସ୍ଥାନ ନ ଥିଲେ ବି ସେଥିରେ ସେମାନେ ଚିନ୍ତିତ ନ ଥିଲେ। ଏପରିକି ସଂରକ୍ଷଣ ଧାରଣାକୁ ନେଇ ମାତାପିତା କ୍ରୋଧିତ ହୋଇଥିଲେ। ଅବଶ୍ୟ ଏଥିରେ ମୁଁ ନିରାଶ ହୋଇଥିଲି, କିନ୍ତୁ ଆଶ୍ଚର୍ଯ୍ୟ ହୋଇ ନ ଥିଲି। ଏହା ହେଉଛି ଆମ ସମାଜର ଚିନ୍ତାଧାରା। ଏଭଳି ଏକ ସମାଜ ସୃଷ୍ଟି କରିଥିବା ବିଦ୍ୟାଳୟଟି ସମାଜଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ଆଶା କରିବା ବୃଥା। ଦର୍ଶକମାନେ ଏବଂ ଏଥିରେ ଥିବା ପିଲାମାନେ ଯଦି ଭାରତର ବାସ୍ତବତା ଏବଂ ତଥ୍ୟକୁ ଭଲ ଭାବରେ ଜାଣିଥାଆନ୍ତେ, ତେବେ ସେମାନେ ଏଭଳି ଦୃଷ୍ଟିକୋଣ ଜାରି ରଖି ନ ଥାଆନ୍ତେ।

ଆମେ ସମସ୍ତେ ମଣିଷ ଏବଂ ମାନବିକତାର ମୂଳରେ ଅଛି ଭ୍ରାତୃତ୍ୱ। ଯଦି ସେମାନେ ବାସ୍ତବତା ଉପଲବ୍ଧି କରିଥାଆନ୍ତେ, ତେବେ ଅନ୍ୟ ଭାରତୀୟଙ୍କ ଉପରେ ସେମାନଙ୍କର ମତ ଭିନ୍ନ ରହିଥାନ୍ତା ଓ ସହାନୁଭୂତି ସୃଷ୍ଟି ହୋଇଥାଆନ୍ତା। କିନ୍ତୁ ଏକ ସଂକ୍ଷିପ୍ତ ସମୟର କଥା ଏକ ପୁସ୍ତକ ନୁହେଁ। ୩୦ ମିନିଟ୍‌ର ବକ୍ତବ୍ୟରେ ଏକ ଗମ୍ଭୀର ବିଷୟରେ ସମ୍ପୂର୍ଣ୍ଣ ଜଣାଇବା ସମ୍ଭବ ନ ଥିଲା। ମୋ ହସ୍ତକ୍ଷେପର କୌଣସି ଅର୍ଥ ନ ଥିଲା। ପିଲା ଏବଂ ସେମାନଙ୍କ ମାତାପିତାଙ୍କଠାରୁ ବିଦାୟ ନେଲି। ସେମାନେ ଯାହା ଜାଣିଥିଲେ ତା’ଠାରୁ ଅଧିକ କିଛି ସେମାନଙ୍କୁ ଜ୍ଞାତ ନ ଥିଲା। କାରଣ ହେଉଛି ଭାରତ ଏକ ବୃହତ୍‌ ଶକ୍ତିରେ ପରିଣତ ହେବ ବୋଲି ଆକଳନ କରୁଥିବାବେଳେ ଆମେ ଦରିଦ୍ର, ବଞ୍ଚତ୍ତ ଏବଂ ଦୁର୍ବଳ ଶ୍ରେଣୀଙ୍କୁ ଅଣଦେଖା କରିଚାଲିଛୁ। ବାସ୍ତବତା ହେଉଛି, ବର୍ତ୍ତମାନ ଦେଶର ମୋଟ ଜନସଂଖ୍ୟାର ଅଧିକାଂଶ ଦାରିଦ୍ର୍ୟ କିମ୍ବା ଅଭାବରେ ମରିବେ। ଏହା ନିଶ୍ଚିତ ଯେ, ଭାରତରେ ପରିବର୍ତ୍ତନ ଆସିବ, ଯାହା ସବୁ ସମାଜକୁ ଠିକ୍‌ ସମୟରେ ଆସେ। କିନ୍ତୁ ଆମେ ଚାହଁିଲେ ଏହାକୁ ଶୀଘ୍ର ଆଣିପାରିବା। କଥା ହେଉଛି ଯେଉଁ ଦେଶରେ ପ୍ରତିରକ୍ଷା ଖର୍ଚ୍ଚ ସ୍ବାସ୍ଥ୍ୟର ୪ ଗୁଣ ଅଧିକ, ଯାହାର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଖର୍ଚ୍ଚ ଶିକ୍ଷାର ୫ ଗୁଣ, ସେହି ଦେଶରେ ଅନେକ କୋଟି ଲୋକ ଯନ୍ତ୍ରଣା ଭୋଗିଚାଲିବେ। ଗରିବର ଅଧିକାରକୁ ଦଖଲକରି ବୁଲେଟ ଟ୍ରେନ୍‌ ଚଳାଇବା ଭଳି କାର୍ଯ୍ୟକୁ ପ୍ରାଥମିକତା ଦେବାର ଅର୍ଥ ଭାରତରେ କୌଣସି ବ୍ୟବସ୍ଥିତ ସମାଜ ନାହିଁ ବୋଲି ବୁଝିବାକୁ ହେବ। ତେଣୁ ଏହାକୁ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରିବା ଆମର ଦାୟିତ୍ୱ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

ନାଗା ସୃଜନ ନାୟିକା

ଏବେ ସାହିତ୍ୟରେ ଗୋଟେ ନୂଆ ଫର୍ମାଟ୍‌ ବିକଶିତ ହୋଇଛି। ପୁରୁଣା କଥାବସ୍ତୁ, ପୌରାଣିକ ଆଖ୍ୟାୟିକା, ଐତିହାସିକ ଘଟଣାବଳୀକୁ ଲେଖକମାନେ ନୂତନ ଢଙ୍ଗରେ ବ୍ୟାଖ୍ୟାନ କରି ବଡ଼...

ଗଣତନ୍ତ୍ରରେ ଦଳ ଓ ସରକାର

ଆମ ଦେଶ ଯେ ବିଶ୍ୱରେ ଏକ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ପରିଚିତ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ୭୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ...

ଆଗକୁ କ’ଣ ଘଟିବ

୨୦୨୫ ବର୍ଷଟି ବିଭିନ୍ନ ଉପାୟରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ। ଡୋନାଲ୍ଡ ଟ୍ରମ୍ପ ଆସନ୍ତା ମାସରେ ପୁନର୍ବାର ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା...

ମୁଁ କାହିଁକି ବାହାହେବି

ରତୀୟ ପରମ୍ପରାରେ ବିବାହ ହେଉଛି ଏକ ପବିତ୍ର ବନ୍ଧନ। ସାମାଜିକ ଚଳଣି ଓ ଜୀବନ ନିର୍ବାହ ନିମନ୍ତେ ବିବାହ ଜରୁରୀ। ଜଣେ ମଣିଷର ଜୀବନ ହେଉଛି...

ରାଜ୍ୟ ପିତୃତ୍ୱବାଦ ଓ ନିମ୍ନ ଆକାଂକ୍ଷା

ଆମ ରାଜ୍ୟରେ ସତ୍ତା ବଦଳିଛି। ଦୀର୍ଘ ୨୪ ବର୍ଷର ପୂର୍ବ ସରକାର ସମୟରେ ଓଡ଼ିଶାର ପ୍ରଗତି କେତେ ହେଲା ତାହା ବିତର୍କର ବିଷୟ। ମାତ୍ର ପୂର୍ବ...

Dillip Cherian

ନିର୍ଦ୍ଦେଶକୁ ଅଣଦେଖା

ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ନିଯୁକ୍ତି ବିଷୟରେ ସୁପ୍ରିମକୋର୍ଟଙ୍କୁ ପୁଣି ଥରେ ରାଜ୍ୟଗୁଡ଼ିକୁ ସେମାନଙ୍କର ଦାୟିତ୍ୱ ସମ୍ପର୍କରେ ସ୍ମରଣ କରାଇବାକୁ ପଡ଼ିଛି। ଏହା ଚିନ୍ତାଜନକ ଯେ, ପ୍ରକାଶ...

ଗୃହ ସଞ୍ଚୟର ଆର୍ଥିକୀକରଣ

ଆମେରିକାରେ ୧୯୭୦ ଦଶକରେ ଘରୋଇ ଆୟର ଆର୍ଥିକୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଭାରତୀୟ ମହାନଗରରେ ୨୦୦୦ ଦଶକର ପ୍ରାରମ୍ଭରେ ଏହି ଧାରା ଆରମ୍ଭ ହୋଇଥିଲା। ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri