ଅବହେଳିତ ହେଉଛନ୍ତି ଶିକ୍ଷିତ କରଣ ପିଲା

ଢେଙ୍କାନାଳ,୨୧ା୧୦(ରତନ ନାୟାର): ଢେଙ୍କାନାଳ ସହର ଗୋପୀନାଥ ଗାର୍ଡେନ୍‌ ଠାରେ ଶ୍ରୀକରଣ ସମାଜର ବାର୍ଷିକ ଅଧିବେଶନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବୟୋଜ୍ୟେଷ୍ଠ ସଭ୍ୟ ଡା. ଉମେଶ ଚନ୍ଦ୍ର ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ପ୍ରତିଷ୍ଠାତା ସଭ୍ୟ ସ୍ବର୍ଗତ ଶୁଭ୍ରାଂଶୁ କୁମାର ପଟ୍ଟନାୟକଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇଥିଲା। ଶ୍ରୀକରଣ ସମାଜ ସମ୍ପାଦକ ବସନ୍ତ କୁମାର ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ସଭା ସଞ୍ଚାଳକ ଲୁଲୁ ପଟ୍ଟନାୟକ ଗତ ବାର୍ଷିକ ଅଧିବେଶନର ବିବରଣୀ ପଠନ କରିଥିଲେ। ଉପଦେଷ୍ଟା ଦୀପ୍ତିଶ ପ୍ରସାଦ ପଟ୍ଟନାୟକ, ସମ୍ପାଦକ ବସନ୍ତ କୁମାର ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ସଙ୍କଟ ଭଞ୍ଜନ ପଟ୍ଟନାୟକ ଓ ଅକ୍ଷୟ କୁମାର ପଟ୍ଟନାୟକ, ନିର୍ମଳଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ରହି ଶ୍ରୀକରଣ ସମାଜର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ସରକାରଙ୍କ ସଂରକ୍ଷଣ ନୀତି ଯୋଗୁ କିପରି ଶିକ୍ଷିତ କରଣ ପିଲାମାନେ ଅବହେଳିତ ହେଉଛନ୍ତି ଏବଂ ଅପାରଗ ପିଲାମାନେ ସଂରକ୍ଷଣର ଫାଇଦା ନେଉଛନ୍ତି ସେ ସମ୍ବନ୍ଧରେ ଲୁଲୁ ପଟ୍ଟନାୟକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ଢେଙ୍କାନାଳ କରଣମାନଙ୍କ ବଂଶାନୁଚରିତ ତଥା ଫଟୋ ସମ୍ବଳିତ ଏକ ପୁସ୍ତିକା ପ୍ରକାଶନ ପାଇଁ ସଭାରେ ନିଷ୍ପତ୍ତି ନିଆଯାଇଥିଲା। ପରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଉପଦେଷ୍ଟା ଭାବେ ଦୀପ୍ତିଶ ପ୍ରସାଦ ପଟ୍ଟନାୟକ, ସଭାପତି ସଙ୍କଟ ଭଞ୍ଜନ ପଟ୍ଟନାୟକ, ଉପସଭାପତି ଭାବେ ଦୀପ୍ତିମୟ ପଟ୍ଟନାୟକ, ଦିଗନ୍ତଜ୍ୟୋତି ପଟ୍ଟନାୟକ ଓ ସତ୍ୟଜିତ୍‌ ପଟ୍ଟନାୟକ, ସମ୍ପାଦକ ଭାବେ ବସନ୍ତ କୁମାର ପଟ୍ଟନାୟକ, କାର୍ଯ୍ୟ ନିର୍ବାହୀ ସମ୍ପାଦକ ଅବିନାଶ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଆଶୁତୋଷ ପଟ୍ଟନାୟକ ଓ ଅଶ୍ୱିନୀ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ଅଶୋକ କୁମାର ପଟ୍ଟନାୟକ, କାର୍ଯ୍ୟକାରୀ ସଭ୍ୟ ଭାବେ ରଞ୍ଜନ କୁମାର ପଟ୍ଟନାୟକ, ପାର୍ଥସାରଥି ପଟ୍ଟନାୟକ, ଅଜାତଶତ୍ରୁ ପଟ୍ଟନାୟକ, ଶାନ୍ତନୁ କୁମାର କାନୁନ୍‌ଗୋ, ସନ୍ଦୀପ କୁମାର ପଟ୍ଟନାୟକ ପ୍ରମୁଖଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଦାମୋଦର ପଟ୍ଟନାୟକ, ପ୍ରସନ୍ନ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ, ହେମନ୍ତ ପଟ୍ଟନାୟକ, ନିରୋଦ ପଟ୍ଟନାୟକ, ନିଖିଲ ମହାନ୍ତି, ଶରତ ପଟ୍ଟନାୟକ, ସୁଶୀଲ ପଟ୍ଟନାୟକ, ନଚିକେତା ପଟ୍ଟନାୟକ, ବାଣେଶ୍ୱର ପଟ୍ଟନାୟକ, ସୁଧୀର ପଟ୍ଟନାୟକ, ଚିତ୍ତରଞ୍ଜନ ପଟ୍ଟନାୟକ, ଯଶୋବନ୍ତ ପଟ୍ଟନାୟକ, ଅରୁଣ ମହାନ୍ତି, ଅରୁଣ ପଟ୍ଟନାୟକ, ସତ୍ୟ ନାରାୟଣ ପଟ୍ଟନାୟକଙ୍କ ସମେତ ୫୫ଜଣ ସଭ୍ୟ ଉପସ୍ଥିତ ଥିଲେ ା

Share