କଟକଣାକୁ ଅଣଦେଖା, ପୁଣି କ୍ଷେପଣାସ୍ତ୍ର ପରୀକ୍ଷଣ କଲେ କିମ୍‌…

ପ୍ୟୋଙ୍ଗୟାଙ୍ଗ,୧୩।୧୦ : କ୍ଷେପଣାସ୍ତ୍ର ପରୀକ୍ଷଣ କରି କୋରିଆ ଉପଦ୍ୱୀପରେ ଉତ୍ତର କୋରିଆ ଉତ୍ତେଜନା ବୃଦ୍ଧି କରିଛି। ଗୁରୁବାର ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ପୁଣିଥରେ ଦୂରଗାମୀ କ୍ରୁଜ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। କିମ ଜୋଙ୍ଗ ଉନଙ୍କ ତତ୍ତ୍ୱାବଧାନରେ ଉତ୍ତର କୋରିଆ କ୍ରମାଗତ ଭାବେ କଟକଣାକୁ ଅଣଦେଖା କରି ସାମରିକ ସାମର୍ଥ୍ୟ ବୃଦ୍ଧି କରୁଛି।

ଦୁଇ ସପ୍ତାହ ଧରି ଉତ୍ତର କୋରିଆ ଲଭାତାର କ୍ଷେପଣାସ୍ତ୍ର ପରୀକ୍ଷଣ ଜାରି ରଖିଛି। ଫଳରେ କୋରିଆ ଉପଦ୍ୱୀପରେ ସଙ୍କଟ ବଢ଼ିବାରେ ଲାଗିଛି। ନିରନ୍ତର କ୍ଷେପଣାସ୍ତ୍ର ପରୀକ୍ଷଣ ପରେ ଦକ୍ଷିଣ କୋରିଆ ଏବଂ ଆମେରିକାରୁ ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ଆସୁଛି। ଯାହା ପରେ ପରିସ୍ଥିତି ତିକ୍ତ ହୋଇପଡିଛି।

Share