ପୋର୍ଟ, ଆଇଆରଇଏଲରେ ସ୍ଥାନୀୟ ଚାଳକଙ୍କୁ ଉପେକ୍ଷା: ଡ୍ରାଇଭର ସଙ୍ଘର ୬ ଦଫା ଦାବି

ଛତ୍ରପୁର,୧୭।୮(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଥିବା ଗୋପାଳପୁର ପୋର୍ଟ ଓ ଆଇଆରଇଏଲ ପ୍ଲାଣ୍ଟରେ ସ୍ଥାନୀୟ ଚାଳକମାନଙ୍କୁ ନିଯୁକ୍ତି ଦେବାରେ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ଶୁକ୍ରବାର କଣମଣା ବାତ୍ୟା ଆଶ୍ରୟସ୍ଥଳୀଠାରେ ଅନୁଷ୍ଠିତ ଏକ ବୈଠକରେ ମା’ ବିରସିଂ ଚାଳକ ସଙ୍ଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ବାରମ୍ବାର ଜ଼ିଲାପାଳ, ପୋର୍ଟ ଓ ଆଇଆରଇଏଲ କର୍ତ୍ତୃପକ୍ଷଙ୍କୁ ଭେଟି ଦାବି ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନି। ମାସକ ମଧ୍ୟରେ ୬ ଦଫା ଦାବି ପୂରଣ ନ ହେଲେ ଆନ୍ଦୋଳନ ହେବ ବୋଲି ଏକ ଖବରଦାତା ସମ୍ମିଳନୀରେ ସଙ୍ଘର ପରାମର୍ଶଦାତା ଏନ. ଭୀମରାଜ ରେଡ୍ଡୀ ସୂଚନା ଦେଇଛନ୍ତି।
ଉଭୟ ଶିଳ୍ପରେ ବହୁ ଆଉଟସୋର୍ସିଂ ସଂସ୍ଥା ନିୟୋଜିତ ହୋଇଛନ୍ତି ଉଭୟ ସଂସ୍ଥା ଓ କମ୍ପାନୀ ଉଭୟଙ୍କୁ ଏଥିପାଇଁ ଦୋଷ ଦେଉଛନ୍ତି। ଫଳରେ ବାହାର ରାଜ୍ୟର ଶତାଧିକ ଲୋକେ ଉକ୍ତ ୨ କମ୍ପାନୀରେ ଚାଳକ ଭାବେ କାମ କରୁଛନ୍ତି। ଅନୁଷ୍ଠିତ ବୈଠକରେ ସଙ୍ଘର ସଭାପତି ସୁମିତ୍ର ବେହେରା, ସଂପାଦକ ସୀତାରାମ ଗୌଡ଼, କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ମଙ୍ଗଳା ପାତ୍ର, ସନ୍ତୋଷ କୁମାର ବେହେରା, ପ୍ରମୋଦ କୁମାର ବେହେରା, ଆଶିଷ କୁମାର ବେହେରା ଡା. ନିରଞ୍ଜନ ପାଣିଗ୍ରାହୀ, ଶ୍ରମିକ ନେତା ଆଇନଜୀବୀ ସୂର୍ଯ୍ୟନାରାୟଣ ମହାପାତ୍ର, ଟ୍ରେଡ ୟୁନିୟନ ମାର୍ଗଦର୍ଶକ ବସନ୍ତ କୁମାର ପଟ୍ଟନାୟକ, ଆଇନଜୀବୀ ଅଜିତ ହୋତା, ଲାଲମୋହନ ପଟ୍ଟନାୟକ, ଆଇନଜୀବି ଆଦିତ୍ୟ ନାୟକ, ବରିଷ୍ଠ କଂଗ୍ରେସ ନେତା ତଥା ବ୍ରହ୍ମପୁର ବ୍ୟବସାୟୀ ମହାସଂଘ ଉପଦେଷ୍ଟା, ମହାନଗର ନିଗମ ପୂର୍ବତନ କଂଗ୍ରେସ ସଭାପତି ଓ ଗଞ୍ଜାମ ବ୍ଳକ ପୂର୍ବତନ ଚେୟାରମେନ ଏନ. ଭୀମରାଜୁ ରେଡୀ ଏବଂ ବିଶିଷ୍ଠ ସମାଜସେବୀ ସାଗର ମହାଙ୍କୁଡ଼ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri