ସଂସଦୀୟ କମିଟି ରିପୋର୍ଟକୁ ଅଣଦେଖା: ଦେଶରେ କରୋନା ସଙ୍କଟ ସୃଷ୍ଟି କରିଛନ୍ତି ମୋଦି ସରକାର…

ନୂଆଦିଲ୍ଲୀ,୧୩।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ସଙ୍କଟ ସୃଷ୍ଟି କରିଛି। ତେବେ ଏଭଳି ସ୍ଥିତି ସୃଷ୍ଟି ହେବ ବୋଲି ସଂସଦୀୟ କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଚେତାବନୀ ଦିଆଯାଇଥିଲା। ୨୦୨୧ ମାର୍ଚ୍ଚରେ କମିଟି ପକ୍ଷରୁ ରିପୋର୍ଟ ଉପସ୍ଥାପନା କରାଯାଇଥିଲା। ଶୀଘ୍ର ଭାକ୍ସିନ୍‌ ଉତ୍ପାଦନ ବୃଦ୍ଧି ଲାଗି ସରକାରଙ୍କୁ ପରାମର୍ଶ ଦିଆଯାଇଥିଲା। କମିଟିର ୩୧ ଜଣ ସଦସ୍ୟଙ୍କ ମଧ୍ୟରେ ଭାଜପାର ୧୪ ଜଣ ରହିଛନ୍ତି। ଅଧିକାଂଶ ସଦସ୍ୟ ଭାକ୍ସିନ୍‌ ଉତ୍ପାଦନକୁ ଗୁରୁତ୍ୱ ଦେଇଥିଲେ। ମାତ୍ର ସରକାର ଏହାକୁ ଅଣଦେଖା କରିବାରୁ ଦେଶରେ ଏବେ କରୋନା ମହାମାରୀର ଦ୍ୱିତୀୟ ଲହର ତାଣ୍ଡବ ରଚିଥିବା କଂଗ୍ରେସ ସମେତ ଅନ୍ୟ ବିରୋଧ ଦଳ ମୋଦି ସରକାରଙ୍କୁ ଘେରିବାରେ ଲାଗିଛନ୍ତି। କଂଗ୍ରେସ କହିଛି ଯେ, ସଂସଦୀୟ କମିଟି ବୈଠକରେ ଦେଶର ସମସ୍ତଙ୍କୁ କରୋନା ପ୍ରତିଷେଧକ ଟିକାଦାନ ଲାଗି ୩୫ ହଜାର କୋଟିର ବ୍ୟୟ ଅଟକଳ କରାଯାଇଥିଲା। ମାତ୍ର ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ରାଜ୍ୟଠାରୁ କରୋନା ଟିକା ପାଇଁ ଟଙ୍କା ଆଦାୟ ଜାରି ରଖିଛନ୍ତି। ଜାତୀୟ ଟାସ୍କ୍‌ ଫୋର୍ସର ପରାମର୍ଶକୁ ଗ୍ରହଣ ନ କରିବାରୁ କରୋନା ମହାମାରୀର ଦ୍ୱିତୀୟ ଲହରରେ ଅକ୍ସିଜେନ୍‌, ଭେଣ୍ଟିଲେଟର ଏବଂ ଔଷଧ ଅଭାବ ଦେଖାଦେଇଥିବା କଂଗ୍ରେସ ପକ୍ଷରୁ ସୋନିଆ ଗାନ୍ଧୀ କହିଛନ୍ତି।

Share