ଜାତିସଂଘକୁ ମଧ୍ୟ ବେଖାତିର, ଏକଛତ୍ରବାଦୀ ଶାସକ କଲେ ପୁଣି କ୍ଷେପଣାସ୍ତ୍ର ପରୀକ୍ଷା…

ପୋୟଙ୍ଗୟାଙ୍ଗ୍‌,୨୮।୯: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ବହୁ ଅନ୍ତର୍ଜାତୀୟ ବାରଣ ସତ୍ତ୍ୱେ ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷା ଜାରି ରଖିଛନ୍ତି। ମଙ୍ଗଳବାର ଉତ୍ତର କୋରିଆର ଜାଗାଙ୍ଗ ପ୍ରଦେଶର ଉପକୂଳ ଅଞ୍ଚଳର ସମୁଦ୍ରରେ ଶର୍ଟ ରେଞ୍ଜ୍‌ ବାଲାଷ୍ଟିକ୍‌ ମିଜାଇଲ୍‌ ପରୀକ୍ଷଣ କରିଛି।

ଏନେଇ ଉତ୍ତର କୋରିଆ ଜାତିସଂଘକୁ ମଧ୍ୟ ବେଖାତିର କରିଛି। ଜାତିସଂଘରେ ଅବସ୍ଥାପିତ ଥିବା ଉତ୍ତର କୋରିଆର ରାଷ୍ଟ୍ରଦୂତ କିମ୍‌ ସୋଙ୍ଗ୍‌ କହିଛନ୍ତି ଯେ, ନିଜର ସୁରକ୍ଷା ପାଇଁ ଅସ୍ତ୍ରଶସ୍ତ୍ର ପରୀକ୍ଷା କରିବା କିଛି ଭୁଲ୍‌ ନୁହେଁ। ନିଜର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଉତ୍ତର କୋରିଆକୁ ମନା କରାଯାଇ ପାରିବ ନାହିଁ ବୋଲି ସୋଙ୍ଗ୍‌ ଜାତିସଂଘ ମହାସଭାରେ କହିଛନ୍ତି।

Share