ଆମେରିକା କଟକଣାକୁ ଅଣଦେଖା, ରୁଷିଆ ସହିତ ସର୍ବିୟାର ବୃହତ୍‌ ଚୁକ୍ତି…

ମସ୍କୋ/ ବେଲଗ୍ରେଡ, ୩୦।୫ : ୟୁରୋପୀୟ ୟୁନିଅନ ଏବଂ ଆମେରିକା ଦ୍ୱାରା ରୁଷିଆ ବିରୋଧରେ ଉପରେ ଲାଗୁ କରାଯାଇଥିବା କଟକଣାକୁ ଅଣଦେଖାକରି ସର୍ବିଆ ରୁଷିଆ ସହିତ ୩ ବର୍ଷ ପାଇଁ ଏକ ପ୍ରମୁଖ ଗ୍ୟାସ ଚୁକ୍ତି ସ୍ବାକ୍ଷର କରିଛି। ସର୍ବିୟାର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍‌ ଭ୍ୟୁଚିକ ପୂର୍ବରୁ ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିବାକୁ ମନା କରିବା ସହିତ ସହ ୟୁରୋପୀୟ ଦେଶମାନଙ୍କ ଦ୍ୱାରା ରୁଷିଆ ଉପରେ ଲାଗିଥିବା ପ୍ରତିବନ୍ଧକକୁ ଗ୍ରହଣ କରିବାକୁ ଅମଙ୍ଗ ହୋଇଛନ୍ତି।

ଏହାର ଶକ୍ତି ଆବଶ୍ୟକତା ପୂରଣ କରିବା ପାଇଁ ସର୍ବିୟା ରୁଷିଆର ଗ୍ୟାସ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ଏହାର ପ୍ରମୁଖ ଶକ୍ତି କମ୍ପାନୀଗୁଡିକ ମଧ୍ୟ ରୁଷିଆର ମାଲିକାନାରେ ରହିଛି। ଭ୍ୟୁଚିକଙ୍କୁ ରୁଷିଆର ଜଣେ ଦୃଢ଼ ସମର୍ଥକ ଭାବରେ ବିବେଚନା କରାଯାଏ। ସେ ନିକଟରେ କହିଛନ୍ତି ଯେ ୟୁରୋପୀୟ ୟୁନିଅନ ଚାହୁଁଛି ଯେ ସେ ତାଙ୍କ ସଂଗଠନରେ ସର୍ବିୟା ଯୋଗ ଦେଉ। କିନ୍ତୁ ନିକଟ ଅତୀତରେ ରୁଷିଆ ସହିତ ସର୍ବିୟାର ସମ୍ପର୍କ ମଜବୁତ ହୋଇଛି ଏବଂ ଆମେ ଦୀର୍ଘ ଦିନର ସହଯୋଗୀ ଭାବେ ରହି ଆସିଛୁ।

ଭ୍ୟୁଚିକ କହିଛନ୍ତି ଯେ ଏହି ଚୁକ୍ତିରେ ଆମେ ମୌଳିକ ପ୍ରସଙ୍ଗଗୁଡ଼ିକ ଉପରେ ସହମତ ହୋଇଛୁ, ଯାହା ସର୍ବିୟା ପାଇଁ ସହାୟକ ହୋଇଥାଏ। ଏହି ଚୁକ୍ତି ତିନି ବର୍ଷ ପାଇଁ କରାଯାଇଛି। ସେ କହିଛନ୍ତି ଯେ ପୁଟିନଙ୍କ ସହ ଫୋନ ଆଲୋଚନାରେ ସେ କହିଛନ୍ତି ଯେ ଯଥାଶୀଘ୍ର ଏହି ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା କରାଯାଉ। ଜୁନ ପ୍ରାରମ୍ଭରେ ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଓ୍ବରୋଭଙ୍କ ବେଲଗ୍ରେଡ ଗସ୍ତ ସମୟରେ ଏହି ଚୁକ୍ତି ସ୍ବାକ୍ଷରିତ ହେବାର ସମ୍ଭାବନା ରହିଛି

Share