ଭୁବନେଶ୍ୱର, ୧୩।୯(ବ୍ୟୁରୋ):ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୁ)ରେ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ଅବଧି ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏ ସଂକ୍ରାନ୍ତ ସମସ୍ତ ତଥ୍ୟ ଇଗ୍ନୁର ଓ୍ବେବ୍ସାଇଟ୍ www.ignou.ac.inରେ ଉପଲବ୍ଧ ରହିଛି। ଏଥିସହ ନାମଲେଖା ପାଇଁ https://ignouadmission.samarth.edu.inରେ ଆବେଦନ କରିବାକୁ ଇଗ୍ନୁ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ପ୍ରଥମଥର ୩୭ଟି ନୂତନ ପାଠ୍ୟକ୍ରମ ଆରମ୍ଭ କରାଯାଇଛି। ଏଥିମଧ୍ୟରେ ଏଆଇସିଟିଇ ସ୍ବୀକୃତିପ୍ରାପ୍ତ ଏମ୍ବିଏ ଓ ଏମ୍ସିଏ ଅନ୍ୟତମ। ନୂତନ ଶିକ୍ଷାନୀତି ଅନୁସାରେ ଜଣେ ଚାହିଁଲେ ଦୁଇଟି ବିଷୟରେ ଡିଗ୍ରୀ କରିପାରିବେ। ଅଧିକ ସୂଚନା ପାଇଁ ଇଗ୍ନୁର ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ୱରକୁ ଫୋନ୍ କିମ୍ବା ଇମେଲ୍ ମାଧ୍ୟମରେ ଯୋଗାଯୋଗ କରିବା ପାଇଁ ଆଞ୍ଚଳିକ କେନ୍ଦ୍ରର ବରିଷ୍ଠ ନିର୍ଦ୍ଦେଶକ ଡ. ସୁରେଶ କୁମାର ତ୍ରିପାଠୀ କହିଛନ୍ତି।