ଖବରଦାତାଙ୍କ ଗୋଡ଼ରେ ବେଡ଼ି: ବଦଳିଲେ ନୀଳଗିରି ଥାନା ଆଇଆଇସି

ବାଲେଶ୍ୱର ଅଫିସ,୮।୪: ବାଲେଶ୍ୱର ଜିଲା ନୀଳଗିରିର ଖବରଦାତା ଲୋକନାଥ ଦଳେଇଙ୍କୁ ବେଡ଼ି ପକାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ନୀଳଗିରି ଥାନା ଆଇଆଇସି ଦ୍ରୋପଦୀ ଦାସଙ୍କ ସହ ମାମଲାର ତଦନ୍ତ ଅଧିକାରୀ ସୁବର୍ଣ୍ଣା ବେହେରାଙ୍କୁ ମଧ୍ୟ ବଦଳି କରାଯାଇଛି। ତଦନ୍ତ ସରିବା ପର୍ଯ୍ୟନ୍ତ ଉଭୟଙ୍କୁ ଜିଲା ମୁଖ୍ୟାଳୟକୁ ବଦଳି କରାଯାଇଥିବା ନେଇ ପୂର୍ବାଞ୍ଚଳ ରେଞ୍ଜ ଇନଚାର୍ଜ ଆଇଜି ନରସିଂହ ଭୋଳ ଶୁକ୍ରବାର ସୂଚନା ଦେଇଛନ୍ତି ।

ପ୍ରକାଶ ଯେ, ସାମାନ୍ୟ ଘଟଣାକୁ କେନ୍ଦ୍ର କରି ନୀଳଗିରି ପୋଲିସ ଆକ୍ରୋଶମୂଳକ ଭାବେ ମେଡିକାଲରେ ଚିକିତ୍ସାଧୀନ ଖବରଦାତା ଲୋକନାଥଙ୍କ ଗୋଡ଼ରେ ଦାଗୀ ଅପରାଧୀଙ୍କ ଭଳି ବେଡି ପକାଇଥିଲା। ଏଭଳି କାର୍ଯ୍ୟକୁ ସବୁ ମହଲରେ ବିରୋଧ କରାଯିବା ପରେ ପ୍ରଥମେ ତାଙ୍କ ଗୋଡ଼ରୁ ବେଡି କଢ଼ାଯାଇଥିଲା। ଏଥିସହ ମାମଲାର ଡିଏସ୍‌ପିସ୍ତରର ତଦନ୍ତ କରାଯିବା ଲାଗି ମଧ୍ୟ ଏସ୍‌ପି ନିର୍ଦ୍ଦେଶ ଦେଇଥିଲେ।

Share