Categories: ଖେଳ

ଜାରି ହେଲା ଆଇସିସି ୱାନ୍‌ଡେ ରାଙ୍କିଂ, ପ୍ରଥମ ୫ ଜଣଙ୍କ ମଧ୍ୟରେ ୩ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ, ୨୧।୦୮: ଇଣ୍ଟରନାସନାଲ୍‌ କ୍ରିକେଟ୍‌ କାଉନ୍ସିଲ୍‌ ବା ଆଇସିସିର ଦିନିକିଆ ରାଙ୍କିଂରେ ଭାରତୀୟ କ୍ରିକେଟରଙ୍କ ଜଲ୍‌ୱା ପୁଣିଥରେ ଦେଖିବାକୁ ମିଳିଛି । କେବଳ ଭାରତୀୟ ଖେଳାଳି ନୁହଁନ୍ତି, ଗତ ସପ୍ତାହରେ କୌଣସି ମ୍ୟାଚ ଖେଳାଯାଇନଥିଲ। ଏହାପରେ ମଧ୍ୟ ଆଇସିସି ଏହାର ରାଙ୍କିଂ ପ୍ରକାଶ କରିଛି । ବ୍ୟାଟ୍ସମ୍ୟାନ ରାଙ୍କିଂରେ ଭାରତର ତାରକା ଖେଳାଳିମାନେ ନିଜ ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛନ୍ତି। ଶ୍ରେଷ୍ଠ ୫ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ତିନିଜଣ ଟିମ ଇଣ୍ଡିଆର।

ଦିନିକିଆର ନୂତନ ରାଙ୍କିଂରେ ପାକିସ୍ତାନର ବାବର ଆଜାମ ଏବେ ମଧ୍ୟ ଏକ ନମ୍ବର ସ୍ଥାନରେ ରହିଛନ୍ତି। ବାବରଙ୍କ ରେଟିଙ୍ଗ୍‌ ୮୨୪ ରହିଛି । କିନ୍ତୁ ଚର୍ଚ୍ଚାର ବିଷୟ ଯେ ଗତ ଆଠ ମାସ ଧରି ବାବର କୌଣସି ଦିନିକିଆ ମ୍ୟାଚ ଖେଳି ନାହାଁନ୍ତି । ତଥାପି ସେ ଏକ ନମ୍ବର ସ୍ଥାନରେ ରହିଛନ୍ତି। କିନ୍ତୁ ଏହା ପରେ ଭାରତୀୟ ଖେଳାଳିମାନେ ଲଗାତାର ତିନିଟି ସ୍ଥାନରେ ରହିଛନ୍ତି ।

ଆଇସିସି ର଼୍ୟାଙ୍କିଂରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତାଙ୍କର ରେଟିଂ ବର୍ତ୍ତମାନ ୭୬୫ ଅଛି । ସେ ବାବର ଆଜାମଙ୍କ ନିକଟତର ହେବାକୁ ଯାଉଛନ୍ତି । କିନ୍ତୁ ତାଙ୍କୁ ଅତିକ୍ରମ କରିବାକୁ ରୋହିତ ଶର୍ମାଙ୍କୁ ଦିନିକିଆରେ ଆଉ କିଛି ବଡ ଇନିଂସ ଖେଳିବାକୁ ପଡିବ। ଏହା ପରେ ଶୁବମାନ ଗିଲ ତିନି ନମ୍ବରରେ ଅଛନ୍ତି। ତାଙ୍କର ରିଟିଙ୍ଗ୍‌ ୭୬୩ । ରୋହିତ ଏବଂ ଶୁଭମାନଙ୍କ ରାଙ୍କିଂ ମଧ୍ୟରେ ବହୁତ କମ ପାର୍ଥକ୍ୟ ଅଛି । ଅନ୍ୟପଟେ ପୂର୍ବତନ ଅଧିନାୟକ ବିରାଟ କୋହଲି ଚାରି ନମ୍ବର ସ୍ଥାନ ବଜାୟ ରଖିଛନ୍ତି। ତାଙ୍କର ରେଟିଙ୍ଗ୍‌ ୭୪୬ ।

Share