ମୁଖ୍ୟମନ୍ତ୍ରୀଙ୍କୁ ଖରାପ ବ୍ୟବହାର ଦେଖାଇଥିବା ଆଇଆଇସିଙ୍କୁ ବଦଳି

ପାରଳାଖେମୁଣ୍ଡି,୫ା୭(ଗିରିଧାରୀ ପରିଛା): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପୂର୍ବରୁ ଥାନାରେ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା କେନ୍ଦୁଝର ଆଇଆଇସି ତ୍ରିନାଥ ସେଠୀଙ୍କୁ ଗଜପତି ଜିଲାକୁ ବଦଳି ହୋଇଛି। କଟକ ପୋଲିସ ମୁଖ୍ୟାଳୟରୁ ଏହି ବଦଳି ଆଦେଶ ହୋଇଛି।

ସେହିପରି ଭଦ୍ରକ ଥାନାର ଆଇଆଇସି ଅମିତ କୁମାର ଭୂୟାଁ କେନ୍ଦୁଝର ଥାନାକୁ ବଦଳି ହୋଇଛନ୍ତି। ତ୍ରିନାଥ ସେଠୀ ବିଜେଡି ସରକାର ଥିବାବେଳେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କେନ୍ଦୁଝର ଥାନାରେ ବସାଇ ଖରାପ ବ୍ୟବହାର ଦେଖାଇଥିଲେ, ଯାହାର ଭିଡିଓ ଭାଇରାଲ ହୋଇଥିଲା। ମୋହନ ମୁଖ୍ୟମନ୍ତ୍ରୀ ହେବା ପରେ ପୋଲିସ ଲୋକଙ୍କୁ ଭଲ ବ୍ୟବହାର ଦେଖାଇବା ଉଚିତ ବୋଲି ପରାମର୍ଶ ଦେଇଥିଲେ। ତେବେ ମୁଖ୍ୟମନ୍ତ୍ରୀ ଏକ ଟିଭି ଚ୍ୟାନେଲର ସାକ୍ଷାତକାରରେ କହିଥିଲେ, ସେ ଆଇଆଇସି ତ୍ରିନାଥଙ୍କୁ କ୍ଷମା କରିଦେଇଛନ୍ତି।

Share