ଉମରକୋଟ,୨୮।୭(ସ୍ବ.ପ୍ର): ନବରଙ୍ଗପୁର ଜିଲା ଉମରକୋଟ ଥାନା ଅତିରିକ୍ତ ଅଧିକାରୀ(ଆଇଆଇସି)ଲିମରାଜ ପ୍ରଧାନଙ୍କୁ ଡିଜିପି ନିଲମ୍ବିତ କରିଛନ୍ତି। ଏକ ପୁରୁଣା କେସ୍କୁ କୋହଳ କରିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ଗତ ଜୁଲାଇ ୧୦ ତାରିଖ ଦିନ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ।
ସୂଚନାଯୋଗ୍ୟ, ନଳିନୀକାନ୍ତ ନାୟକଙ୍କ ଅଭିଯୋଗ କ୍ରମେ ଥାନା ନିକଟରେ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଦୌଡ଼ି ପଳାଉଥିବା ବେଳେ ଲିମରାଜ ଭିଜିଲାନ୍ସ ଜାଲରେ ଧରିପଡ଼ିଥିଲେ। ଏହି ସମୟରେ ସେ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। ହେଲେ ଭିଜିଲାନ୍ସ ଲିମରାଜଙ୍କୁ କାବୁ କରିନେଇଥିଲା। ଏହି ଟିମ୍ରେ ନବରଙ୍ଗପୁର, ମାଲକାନଗିରି ଓ ଜୟପୁର ଭିଜିଲାନ୍ସ ବିଭାଗର ୧୪ ଜଣ ସାମିଲ ଥିଲେ।