ସଲମାନଙ୍କୁ ଅଙ୍କଲ ଡାକିଲେ ସାରା

ମୁମ୍ବାଇ: ଆଇଫା ଆୱାର୍ଡ ୨୦୨୨ ଶନିବାର ରାତି ୮ଟାରେ କଲର୍ସ ଚ୍ୟାନେଲରେ ପ୍ରସାରିତ କରାଯିବ । ହେଲେ ଏବେ ଆସିଥିବା ଏହାର ଏକ ପ୍ରମୋ ବେଶ୍ ଭାଇରାଲ ହୋଇଛି । ଏହି ପ୍ରମୋରେ ସଲମାନ ଖାଁ ଓ ସାରା ଅଲି ଖାଁଙ୍କ ଭିତରେ ନୋକଝୋକ ଲାଗି ରହିଥିବା ଦେଖାଯାଇଛି । ଏହି ସମୟରେ ସାରା ବଲିଉଡ ଭାଇଜାନ ସଲମାନଙ୍କୁ ଅଙ୍କଲ ବୋଲି ସମ୍ବୋଧନ କରିଛନ୍ତି । ଆଉ ହଠାତ୍ ସଲମାନ ଏହା ଶୁଣି ରାଗି ଯାଇଥିବା ଦେଖାଯାଇଛି । ଏହାର ଉତ୍ତରରେ ସଲମାନ କହଉଛନ୍ତି ତୁମର ଫିଲ୍ମ ଗଲା । ସାରା ପଚାରୁଛନ୍ତି କାହିଁକି । ଆପଣ ତ ମୋତେ କହିଥିଲେ ଆପଣଙ୍କୁ ଅଙ୍କଲ ଡାକିବାକୁ । ଏମିତି ଟଣାଭିଡା ଭିତରେ ଉଭୟ ସଲମାନଙ୍କ ଫିଲ୍ମ ‘ଜୁଡୱା’(୧୯୯୭)ର ଗୀତ ଟନ ଟନା ଟନ ଟନ ଟନ ତାରାରେ ହୁକ ଷ୍ଟେପ କରୁଥିବା ଦେଖାଯାଇଛି ।
ସୂଚନାଯୋଗ୍ୟ, ଆବୁଧାବିରେ ଅନୁଷ୍ଠିତ ହୋଇଥିବା ଆଇଫା ୨୦୨୨ ଆୱାର୍ଡ ସେରିମନିରେ ବହୁ ବଲିଉଡ କଳାକାର ଯୋଗ ଦେଇଥିଲେ । ଏହି ଲିଷ୍ଟରେ ରହିଥିଲେ ଭିକ୍କି କୌଶଲ, ଶାହିଦ କପୁର, ଅନନ୍ୟା ପାଣ୍ଡେଙ୍କ ସମେତ ସୁନିଲ ସେଟ୍ଟି, ସାନ୍ୟା ମାଲହୋତ୍ରା ପ୍ରମୁଖ । ଭାଇରାଲ ହୋଇଥିବା ଭିଡିଓ ଆରମ୍ଭରେ ସାରା କହୁଛନ୍ତି ସେ କିଛି ବ୍ରାଣ୍ଡ ଲଞ୍ଚ କରିବାକୁ ଚାହୁଁଛନ୍ତି । ତାହାପୁଣି ସଲମାନ ଅଙ୍କଲଙ୍କ ସହ । ଏହାକୁ ନେଇ ସଲମାନ କହୁଛନ୍ତି ଆପକି ପିକଚର ଗଇ । ଏବେ ଏହି ଭିଡିଓ ଭାଇରାଲ ହେବା ପରେ ସରାଙ୍କ ଫ୍ୟାନମାନେ ଯେଉଁ କମେଣ୍ଟସ୍ ଦେଉଛନ୍ତି ତାହା ବି ବେଶ ମଜାଦାର ।

Share