ଆଇଆଇଏଫ୍‌ଏଲ୍‌ ଲୁଟ୍‌ ଘଟଣା: ଆଉ ୨ ଗିରଫ, ଜଣେ ଅଟକ

କଟକ ଅଫିସ୍‌, ୨୯ା୧୧: କଟକ ନୟାସଡ଼କ ଅଞ୍ଚଳରେ ଥିବା ଅର୍ଥ ଲଗାଣକାରୀ ସଂସ୍ଥା ଇଣ୍ଡିଆନ ଇନ୍‌ଫୋଲାଇନ ଫାଇନାନ୍ସ ଲିମିଟେଡ(ଆଇଆଇଏଫ୍‌ଏଲ୍‌) ଶାଖା କାର୍ଯ୍ୟାଳୟରୁ ସୁନା ଲୁଟ ଘଟଣାରେ ଅଭିଯୁକ୍ତଙ୍କ ତାଲିକା ବଢ଼ିବାରେ ଲାଗିଛି। ପୂର୍ବରୁ ଏହି ମାମଲାରେ ୮ଜଣଙ୍କୁ ଗିରଫ କରାଯାଇଥିବାବେଳେ ଶନିବାର ଆଉ ୨ଜଣ ଗହଣା ଦୋକାନୀଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚତ୍ଥିବାବେଳେ ଅନ୍ୟଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି। ଶନିବାର ଗିରଫ ହୋଇଥିବା ଅଭିଯୁକ୍ତଦ୍ୱୟ ହେଲେ ଆଲାମଚାନ୍ଦ ବଜାରର ଲଳିତ ସୋନୀ(୪୫) ଓ ମଙ୍ଗଳାବାଗର ସରୋଜ ପୃଷ୍ଟି(୨୫) । ଆଇଆଇଏଫ୍‌ଏଲ୍‌ ବ୍ୟତୀତ ସହରର ଅନ୍ୟ କେତେକ ଅର୍ଥ ଲଗାଣକାରୀ ସଂସ୍ଥାରେ ମଧ୍ୟ ସମାନ ଶୈଳୀରେ ଅନିୟମିତତା କରାଯାଉଥିବା ଜଣାପଡ଼ିଛି। ୩ଦିନିଆ ରିମାଣ୍ଡରେ ଆସିଥିବା ୫ଅଭିଯୁକ୍ତଙ୍କୁ ଜେରା ସମୟରେ ପୋଲିସ ଏଭଳି ଅନେକ କିଛି ତଥ୍ୟ ପାଇଛି।

ଅପରପକ୍ଷରେ ଲୁଟ ଘଟଣାର ମୁଖ୍ୟ ସୂତ୍ରଧର କୁହାଯାଉଥିବା ଅଭିଯୁକ୍ତ ଲାଲା ଅମ୍ରିତ ରାୟ ବିଭିନ୍ନ ସୁନା ଋଣ ପ୍ରଦାନକାରୀ ସଂସ୍ଥାରେ ଜାଲିଆତି କରି ଏକାଧିକ ଆକାଉଣ୍ଟ ଖୋଲୁଥିଲେ। ଆଉ ସେହି ବେନାମୀ ଆକାଉଣ୍ଟରେ ଲାଲା ଆଇଆଇଏଫ୍‌ଏଲ୍‌ ସଂସ୍ଥାରୁ ସୁନା ନେଇ ବନ୍ଧକ ରଖି କୋଟି କୋଟି ଟଙ୍କା ହଡ଼ପ କରୁଥିଲେ। ଏପରି କି ଏଥିପାଇଁ ଆଇଆଇଏଫ୍‌ଏଲ୍‌ ସଂସ୍ଥାର କର୍ମଚାରୀଙ୍କ ସହ ଅନ୍ୟ କିଛି ସଂସ୍ଥାର କର୍ମଚାରୀମାନେ ମଧ୍ୟ ସାମିଲ ଥିଲେ। ସେମାନେ ଲାଲା ବନ୍ଧକ ରଖୁଥିବା ସୁନା ବାବଦରେ ଦାଖଲ କରୁଥିବା ନକଲି ପ୍ରମାଣପତ୍ରକୁ ଅସଲି ଭାବେ ଦର୍ଶାଉଥିଲେ। ଆଉ ଏଥିପାଇଁ ସେମାନଙ୍କୁ ଲକ୍ଷାଧିକ ଟଙ୍କାର କମିଶନି ଦିଆଯାଉଥିଲା ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବାଗେଶର ବାବାଙ୍କ ପକ୍ଷରୁ ପ୍ରବଚନ କାର୍ଯ୍ୟକ୍ରମ: ପ୍ରବଚନ ଶୁଣିବାକୁ ଲୋକଙ୍କ ଗହଳି

ପୁରୀ ,୧୨।୧( ଅଜିତ୍‌ କୁମାର ମହାନ୍ତି): ଶ୍ରୀ ବାଗେଶର ଜନ ସେବା ସେମିତି ଆନୁକୁଲ୍ୟରେ ଲାଇଟ ହାଉସ ସ୍ଥିତ ଏକ ହୋଟେଲ ପରିସରରେ ପଣ୍ଡିତ ଧୀରେନ୍ଦ୍ର...

ପୁରୁଷ ଶୂନ୍ୟ ହେଲା ଗାଁ, ଏସ୍‌ପିଙ୍କୁ ୫ ଦଫା ଦାବିପତ୍ର ପ୍ରଦାନ କଲା ଦଳିତ ଆଦିବାସୀ ମହାସଂଘ

ଭବାନୀପାଟଣା,୧୨ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଭଟାଙ୍ଗପଦର ପଞ୍ଚାୟତ କନର୍ଲା ଗାଁରେ ଆଦିବାସୀଙ୍କ ପର୍ବ ଚାଲିଥିବା ସମୟରେ ଅବକାରୀ ଚଢ଼ାଉ...

ରାୟଗଡ଼ା ରେଳ ଡିଭିଜନର ନୂଆ ଡିଆରଏମ୍‌ ଅମିତାଭ ସିଂଘଲଙ୍କ କୋରାପୁଟ ଗସ୍ତ

କୋରାପୁଟ,୧୨ା୧(ଅମିତାଭ ବେହେରା): ନୂତନ ଭାବେ ରାୟଗଡ଼ା ଡିଭିଜନର ଦାୟିତ୍ୱ ଗ୍ରହଣ କରିଥିବା ଡିଆର୍‌ଏମ୍‌ ଅମିତାଭ ସିଂଘଲ କୋରାପୁଟ ଗସ୍ତରେ ରବିବାର ସକାଳେ କୋରାପୁଟ ଷ୍ଟେଶନକୁ ଆସି...

ମନ୍ଦିରରୁ ଉଗ୍ରେଶ୍ବରଙ୍କ ବିଜେ ପ୍ରତିମା ଚୋରି

ନୟାଗଡ଼,୧୨।୧(ଲୋକନାଥ ମିଶ୍ର): ନୟାଗଡ଼ ପୋଲିସ ଜିଲା ଇଟାମାଟି ଥାନା ବଡ଼ପଣ୍ଡୁସର ବିଜେ ଉଗ୍ରେଶ୍ବର ମହାଦେବଙ୍କ ମନ୍ଦିରରୁ ଶନିବାର ବିଳମ୍ବିତ ରାତିରେ ଉଗ୍ରେଶ୍ବରଙ୍କ ବିଜେ ପ୍ରତିମା ଚୋରି...

କାର୍‌ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

ଖୋର୍ଦ୍ଧା, ୧୨।୧(ପ୍ରଭାତ ପାଣିଗ୍ରାହୀ): ଭୁବନେଶ୍ବର ଚେନ୍ନାଇ ୧୬ନଂ ଜାତୀୟ ରାଜପଥ ବରୁଣେଇ ଓଭରବ୍ରିଜ ପିଏନ କଲେଜ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ। କନ୍ଧମାଳରୁ ଭୁବନେଶ୍ୱର...

ଶିକ୍ଷକ-ଛାତ୍ରୀଛାତ୍ରଙ୍କ ଅଭିନବ ପ୍ରୟାସ: ନାଟକ ମାଧ୍ୟମରେ ଉପସ୍ଥାପନ କଲେ ସ୍କୁଲର ବିଭିନ୍ନ ସମସ୍ୟା

ଥୁଆମୂଳ ରାମପୁର,୧୧।୦୧(ଦୁର୍ଗା କୀର୍ତ୍ତି): ବିଭିନ୍ନ ସମସ୍ୟା ଘେରରେ ବ୍ଲକ ମୁଖ୍ୟାଳୟ ସ୍ଥିତ ସରକାରୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ବିଦ୍ୟାଳୟର ବିଭିନ୍ନ ସମସ୍ୟା ପ୍ରଶାସନ ସମାଧାନ...

ସରିଲା ଘୁମୁରା: ଯାଦୁ କଳାକାରଙ୍କ ଅଭିନୟ ଦର୍ଶକଙ୍କୁ କଲା ବିମୋହିତ

କେସିଙ୍ଗା,୧୨।୧(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି ପକ୍ଷରୁ ୨୭ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଉଦଯାପିତ ହୋଇ ଯାଇଛି। ଏହି ଉପଲକ୍ଷେ ସ୍ଥାନୀୟ ବୁଢାଡଙ୍ଗର...

ନିଶ୍ଚିହ୍ନହେବାକୁ ବସିଛି ଇକୋଲୋଜିକାଲ ପାର୍କ

ଭବାନୀପାଟଣା,୧୨ା୧(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଋଷିଗାଁ ୨୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ଜିଲାର ପ୍ରଥମ ଇକୋଲୋଜିକାଲ ପାର୍କ ରକ୍ଷଣାବେକ୍ଷଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image