Categories: ବାଣିଜ୍ୟ

ଆଜି ଖୋଲିବ ଆଇଆଇଏଲ୍‌ର ଆଇପିଓ

ଭୁବନେଶ୍ୱର,୧୪।୧୨: ଆଇନକ୍ସ ଇଣ୍ଡିଆ ଲିମିଟେଡ୍‌ (ଆଇଆଇଏଲ୍‌)ର ଇନିସିଆଲ ପବ୍ଲିକ୍‌ ଅଫର (ଆଇପିଓ) ଚଳିତ ବର୍ଷ ଡିସେମ୍ବର ୧୪ରେ ଖୋଲିବ। ଏପରିକି ଉକ୍ତ ଅଫର ୨୦୨୩ ଡିସେମ୍ବର ୧୮ରେ ବନ୍ଦ ହେବ। ଫଳରେ ଆଙ୍କର ନିବେଶକମାନେ ଅଫର ଖୋଲିବାର ଗୋଟିଏ ଦିନ ପୂର୍ବରୁ ୨୦୨୩ ଡିସେମ୍ବର ୧୩ରେ ବିଡ୍‌ ଦାଖଲ କରିପାରିବେ। ଉକ୍ତ ଅଫରରେ ଇକ୍ୱିଟି ଶେୟାରର ମୂଲ୍ୟ ୬୨୭ ରୁ ୬୬୦ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି। ସେହିଭଳି ସର୍ବନିମ୍ନ ୨୨ଟି ଇକ୍ୱିଟି ଶେୟାର ପାଇଁ ବିଡ୍‌ ଦାଖଲ କରାଯାଇପାରିବ ଏବଂ ଏହା ପରେ ୨୨ଟି ଲେଖାଏଁ ଇକ୍ୱିଟି ଶେୟାର ଗୁଣିତକ ଭାବେ ଯୋଡ଼ାଯାଇପାରିବ। କମ୍ପାନୀ ଅଂଶଧନକାରୀମାନଙ୍କ ୨୨,୧୧୦,୯୫୫ ଇକ୍ୱିଟି ଶେୟାର ବିକ୍ରିକରି ପାଣ୍ଠି ଯୋଗାଡ଼ କରିବାକୁ ଯୋଜନା ରଖିଛି। କମ୍ପାନୀର ଇକ୍ୱିଟି ଶେୟାରଗୁଡ଼ିକୁ ବିଏସ୍‌ଇ ଲିମିଟେଡ୍‌ ଓ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ଇଣ୍ଡିଆ ଲିମିଟେଡ୍‌ରେ ତାଲିକାଭୁକ୍ତ କରିବା ଲାଗି ରେଡ୍‌ ହେରିଂ ପ୍ରୋସପେକ୍ଟସ୍‌ରେ ପ୍ରସ୍ତାବ ରହିଛି। ସେହିଭଳି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ(ସେବି) ର ନିୟମ ଅନୁସାରେ ଉକ୍ତ ଅଫରର ୫୦% ପର୍ଯ୍ୟନ୍ତ ଇକ୍ୱିଟି ଶେୟାର ସମାନୁପାତିକ ଭିତ୍ତିରେ ଯୋଗ୍ୟ ସଂସ୍ଥାଗତ ନିବେଶକ (କ୍ୟୁଆଇବି)ମାନଙ୍କ ଲାଗି ରହିବ। ବିଶେଷକରି ବୁକ୍‌ ରନିଂ ଲିଡ୍‌ ମ୍ୟାନେଜରଙ୍କ ପରାମର୍ଶରେ କ୍ୟୁଆଇବି ଭାଗର ୬୦% ଇକ୍ୱିଟି ଶେୟାରକୁ ଆଙ୍କର ନିବେଶକମାନଙ୍କ ଲାଗି ଉପଲବ୍ଧ କରାଯାଇପାରିବ। ସେଥିରୁ ଅତିକମ୍‌ରେ ଏକ ତୃତୀୟାଂଶ ଇକ୍ୱିଟି ଶେୟାରକୁ ସ୍ଥାନୀୟ ମ୍ୟୁଚୁଆଲ ଫଣ୍ଡ୍‌ମାନଙ୍କୁ ପ୍ରଦାନ କରାଯିବ। ଯଦି ସ୍ଥାନୀୟ ମ୍ୟୁଚୁଆଲ ଫଣ୍ଡ୍‌ ସବୁ ଶେୟାର ନେବେ ନାହିଁ ତେବେ ଅବଶିଷ୍ଟ ଶେୟାରକୁ କ୍ୟୁଆଇବିଙ୍କ ପାଇଁ ପୁଣି ଥରେ ସାମିଲ କରାଯାଇପାରିବ। ଉକ୍ତ ଅଫରର ୧୫% ଇକ୍ୱିଟି ଶେୟାର ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ରହିବ। ସେବି ନିୟମ ଅନୁସାରେ ନେଟ୍‌ ଅଫରର ୩୫% ପର୍ଯ୍ୟନ୍ତ ଇକ୍ୱିଟି ଶେୟାରକୁ ଖୁଚୁରା ନିବେଶକମାନଙ୍କ ଲାଗି ଉପଲବ୍ଧ। ଉକ୍ତ ଅଫରର ବୁକ୍‌ ରନିଂ ଲିଡ୍‌ ମ୍ୟାନେଜରମାନେ ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ ଲିମିଟେଡ୍‌ ଓ ଆକ୍ସିସ୍‌ କ୍ୟାପିଟାଲ୍‌ ଲିମିଟେଡ୍‌ ଇତ୍ୟାଦି।

Share