ସମ୍ବଲପୁର,୧୧ା୨(ବ୍ୟୁରୋ): ମହାମାରୀ କରୋନା କଟକଣା ପରେ ସମ୍ବଲପୁର ଆଇଆଇଏମ୍ ବୁଧବାରଠାରୁ ଖୋଲାଯାଇଛି। ଚଳିତ ଶିକ୍ଷାବର୍ଷ ଓ ପୂର୍ବ ବର୍ଷର କେତେକ ଛାତ୍ରୀଛାତ୍ର କ୍ୟାମ୍ପସ୍ରେ ପହଞ୍ଚତ୍ଛନ୍ତି। ପ୍ରତିଷ୍ଠାନ ପକ୍ଷରୁ କେତୋଟି ନୂଆ ନିୟମ କରାଯିବା ସହ ସରକାରଙ୍କ କୋଭିଡ୍ ଗାଉଡ୍ଲାଇନ ପାଳନ କରାଯାଇଛି। ଆଇଆଇଏମ୍ ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟସ୍ବାଲ କହିଛନ୍ତି, କ୍ୟାମ୍ପସ୍ ପର୍ଯ୍ୟାୟକ୍ରମେ ଖୋଲାଯିବ। ସେହି ଅନୁଯାୟୀ ଛାତ୍ରୀଛାତ୍ର ଆସିବେ। ସରକାରଙ୍କ ନିୟମାବଳୀ ସମ୍ପର୍କରେ ସମସ୍ତ ଛାତ୍ରୀଛାତ୍ର, ଅଧ୍ୟାପକ, କର୍ମଚାରୀଙ୍କୁ ସୂଚନା ଦିଆଯାଇଛି। ଛାତ୍ରୀଛାତ୍ର କ୍ୟାମ୍ପସ୍ରେ ପ୍ରବେଶ କରିବା ପୂର୍ବ ୧୪ ଦିନର ଭ୍ରମଣ, ଅବସ୍ଥିତି ସମ୍ପର୍କରେ ସୂଚନା ଦେବେ। କୋଭିଡ୍ ନେଗେଟିଭ ପ୍ରମାଣପତ୍ର ଦାଖଲ କରିବାକୁ ହେବ। ସେମାନଙ୍କୁ କ୍ୱାରାଣ୍ଟାଇନ୍ରେ ରହିବାକୁ ପଡ଼ିବ ଓ ପରେ କୋଭିଡ୍ ପରୀକ୍ଷା କରାଇବାକୁ ହେବ।