Categories: ଜାତୀୟ

ଆଇଆଇଟି ଛାତ୍ରୀଙ୍କୁ ଉଲଗ୍ନ କରି ଭିଡିଓ ରେକର୍ଡିଂ କଲେ ବାଇକ୍‌ ଆରୋହୀ: ବିଏଚ୍‌ୟୁ କ୍ୟାମ୍ପସ୍‌ରେ ବିକ୍ଷୋଭ

ବାରାଣସୀ,୩ା୧୧:ବନାରସ୍‌ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚ୍‌ୟୁ)ର ଜଣେ ଆଇଆଇଟି ଛାତ୍ରୀଙ୍କୁ ତାଙ୍କ ହଷ୍ଟେଲ ନିକଟରେ ୩ଜଣ ବାଇକ୍‌ ଆରୋହୀ ଅସଦାଚରଣ କରିବା ସହ ଉଲଗ୍ନ କରି ଏହାର ଭିଡିଓ ରେକର୍ଡିଂ କରିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ବିଏଚ୍‌ୟୁ ଛାତ୍ରୀଛାତ୍ର ଗୁରୁବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅସଦାଚରଣ ଘଟଣାରେ ବାହାର ତତ୍ତ୍ୱ ସାମିଲ ଥିବା ଅଭିଯୋଗ କରି ସେମାନେ କ୍ୟାମ୍ପସ୍‌କୁ ବାହାର ଲୋକଙ୍କ ପ୍ରବେଶରୁ ମୁକ୍ତ କରିବା ପାଇଁ ଦାବି କରିଛନ୍ତି।
ଛାତ୍ରୀ ଜଣକ କରିଥିବା ଅଭିଯୋଗ ଅନୁଯାୟୀ ବୁଧବାର ରାତିରେ ସେ ତାଙ୍କର ଜଣେ ବନ୍ଧୁଙ୍କ ସହ କ୍ୟାମ୍ପସ୍‌ରେ ବୁଲୁଥିବା ବେଳେ କର୍ମନ ବାବା ମନ୍ଦିର ନିକଟରେ ୩ ଜଣ ବାଇକ୍‌ ଆରୋହୀ ପହଞ୍ଚଥିଲେ। ସେମାନେ ତାଙ୍କୁ ବନ୍ଧୁଙ୍କଠାରୁ ଅଲଗା କରିଦେବା ପରେ ମୁହଁ ବନ୍ଦକରି ଏକ କୋଣକୁ ନେଇଯାଇଥିଲେ। ଅଭିଯୁକ୍ତମାନେ ଛାତ୍ରୀଙ୍କୁ ଉଲଗ୍ନ କରି ତାଙ୍କର ଫଟୋ ଉଠାଇବା ସହ ଭିଡିଓ ରେକର୍ଡିଂ କରିଥିଲେ। ସେମାନେ ଛାତ୍ରୀଙ୍କ ଫୋନ୍‌ ନମ୍ବର ନେଇ ୧୫ ମିନିଟ୍‌ ପରେ ଛାଡ଼ିଦେଇଥିଲେ।

Share