ଉଦାହରଣ ସୃଷ୍ଟିକଲା ଆଇଆଇଟି ଭୁବନେଶ୍ୱର

ଭୁବନେଶ୍ୱର,୨।୭(ବ୍ୟୁରୋ): କରୋନା ସଂକ୍ରମଣ ପାଇଁ ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ଓ ବୋର୍ଡଗୁଡ଼ିକ ପକ୍ଷରୁ ପରୀକ୍ଷା ବାତିଲ କରାଯାଉଥିବାବେଳେ ଅନ୍‌ଲାଇନ୍‌ରେ ସଫଳତାର ସହ ପରୀକ୍ଷା କରି ଉଦାହରଣ ସୃଷ୍ଟି କରିଛି ଆଇଆଇଟି ଭୁବନେଶ୍ୱର। ଏହାର ଶେଷବର୍ଷ ଛାତ୍ରୀଛାତ୍ରଙ୍କ ସେମିଷ୍ଟର ପରୀକ୍ଷା ଅନ୍‌ଲାଇନ୍‌ ମୋଡ୍‌ରେ ଅନୁଷ୍ଠିତ ହୋଇଛି। କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ ସମସ୍ତ ପାଠ୍ୟକ୍ରମରେ ଶତପ୍ରତିଶତ ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି। ଚଳିତବର୍ଷ ଉତ୍ତୀର୍ଣ୍ଣ ହେବାକୁ ଥିବା ଛାତ୍ରୀଛାତ୍ରଙ୍କୁ ଠିକ୍‌ ସମୟରେ ଗ୍ରାଜୁଏଶନ ସାର୍ଟିଫିକେଟ୍‌ ଦେବାକୁ ଆଇଆଇଟି ଏହି ଅନ୍‌ଲାଇନ୍‌ ପରୀକ୍ଷା କରିଛି। ଜୁନ୍‌ ୨୪ରୁ ପରୀକ୍ଷା ଆରମ୍ଭ ହୋଇ ୩୦ରେ ଶେଷ ହୋଇଛି। ବି.ଟେକ୍‌ରେ ସମସ୍ତ ୨୦୬ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ଡୁଆଲ୍‌ ଡିଗ୍ରୀରେ ୩୬, ଏମ୍‌ଏସ୍‌ସିରେ ୭୫, ଏମ୍‌ଟେକ୍‌ରେ ୧୬୭ ଓ ପିଏଚ୍‌ଡିରେ ୪୨ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି।
କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ମୋଡ୍‌ରେ ପରୀକ୍ଷା କରା ନ ଯାଇ ଆଇଆଇଟି ଭୁବନେଶ୍ୱରର ନିଜସ୍ବ ଜ୍ଞାନକୌଶଳରେ ପ୍ରସ୍ତୁତ ପ୍ଲାଟ୍‌ଫର୍ମ ତଥା ଭର୍ଚୁଆଲ୍‌ ଏକ୍‌ଜାମିନେଶନ ହଲ୍‌ରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଛାତ୍ରୀଛାତ୍ର ନିଜ ଘରେ ବସି ପରୀକ୍ଷା ଦେଇଥିଲେ। କପି ରୋକିବା ଲାଗି ସ୍ବତନ୍ତ୍ରଭାବେ ନିରୀକ୍ଷଣ ବ୍ୟବସ୍ଥା ମଧ୍ୟ ରହିଥିଲା। ମେ’ ୯ରେ ଏହି ପରୀକ୍ଷା ଲାଗି ଦେଶରୁ ୨୪୦ଜଣ ଛାତ୍ରୀଛାତ୍ର, ୩୧ଟି ବିଷୟର ପ୍ରଶ୍ନପତ୍ର ଏବଂ ୨୦ଜଣ ପରୀକ୍ଷା ନିରୀକ୍ଷକଙ୍କୁ ନେଇ ଏକ ମକ୍‌ ଟେଷ୍ଟ୍‌ ସଫଳତାର ସହ କରାଯାଇଥିଲା। ଆଇଆଇଟି ନିର୍ଦ୍ଦେଶକ ପ୍ରଫେସର ଆର୍‌.ଭି. ରାଜାକୁମାର ଏହି ଭର୍ଚୁଆଲ୍‌ ଏକ୍‌ଜାମିନେଶନ ହଲ୍‌ର କନ୍‌ସେପ୍ଟ ଡିଜାଇନ୍‌ କରିଥିବାବେଳେ କମ୍ପ୍ୟୁଟର ଓ ଆଇଟି ସର୍ଭିସ୍‌ ସେଲ୍‌ ଏହାକୁ ପ୍ରସ୍ତୁତ କରିଥିଲା। ଏହାଦ୍ୱାରା ଏଭଳି ମହାମାରୀ ସମୟରେ ମଧ୍ୟ ପରୀକ୍ଷା କରାଯାଇପାରିଥିବା ନିର୍ଦ୍ଦେଶକ ରାଜାକୁମାର କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତର ଏହା ଏକ ଉତ୍କୃଷ୍ଟ ଉଦାହରଣ ଓ ଅନ୍ୟମାନେ ମଧ୍ୟ ଏହି ମଡେଲକୁ ଅନୁକରଣ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନକୁ ୨୭ ଟଙ୍କା ଦେଇ ବାହାଦୂରୀ ନେବାକୁ ଚାହୁଁଛି ଭାଜପା: ନବୀନ

ଭୁବନେଶ୍ୱର,୮ା୩: ଭାଜପା ଦିନକୁ ୨୭ ଟଙ୍କା ଦେଇ ବାହାଦୂରୀ ନେବାକୁ ଚେଷ୍ଟା କରୁଛି ବୋଲି ମହିଳା ଦିବସ ଅବସରରେ ଭାଜପାକୁ ଟାର୍ଗେଟ କରି କହିଛନ୍ତି ବିଜେଡି...

ନବୀନଙ୍କୁ କଡ଼ା କଥା କହିଲେ ଟଙ୍କଧର…

ଭୁବନେଶ୍ୱର,୮।୩: ବିଜୁ ବାବୁଙ୍କ ଶେଷ ସମୟରେ କେଉଁଠି ଥିଲେ ବିଜେଡି ମୁଖିଆ ? ରୋଗଗ୍ରସ୍ତ ସମୟରେ ବିଜେଡି ମୁଖିଆ ତାଙ୍କର କେତେ ଦିନ ସେବା କରିଥିଲେ...

ବିଶ୍ୱ ମହିଳା ଦିବସ: ସସ୍ମିତାଙ୍କ ଦେହରେ ଏବେ ବି ରହିଛି ପୋଲିସ ଗୁଳି

କେନ୍ଦ୍ରାପଡ଼ା,୮ା୩ (ଜଗନ୍ନାଥ ଧଳ): ୨୦୧୫ ବିଶ୍ୱ ମହିଳା ଦିବସକୁ ଇତିମଧ୍ୟରେ ୧୦ ବର୍ଷ ପୂରିଛି। ଏହିଦିନରେ ମଦ ବିରୋଧରେ ଆନ୍ଦୋଳନରତ ମହିଳାଙ୍କୁ ପୋଲିସ ଗୁଳିମାଡ଼ ଘଟଣା...

ଉତ୍ତମ ମହାନ୍ତିଙ୍କ ଆଜି ଦଶାହ: ନିର୍ମଳଧୀର ତୁଠରେ ଚାଲିଛି

ଭୁବନେଶ୍ୱର,୮।୩: ଦିବଙ୍ଗତ ଅଭିନେତା ଉତ୍ତମ ମହାନ୍ତିଙ୍କର ଶନିବାର ଦଶାହ। ନୟାପଲ୍ଲୀ ବାଲୁଙ୍କେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଥିବା ନିର୍ମମଳଧୀର ତୁଠରେ ଦଶାହ କାର୍ଯ୍ୟକ୍ରମ ଚାଲିଛି। ଏହି...

ଶଙ୍ଖ ଭବନରେ ନିର୍ମାଣ ହେବ ବିଜୁଙ୍କ ପ୍ରତିମୂର୍ତ୍ତି

ଭୁବନେଶ୍ୱର,୮।୩: ଭାଜପାର ଅଭିଯୋଗ ପରେ ଚେତିଲା ବିଜେଡି। ଶଙ୍ଖ ଭବନରେ ନିର୍ମାଣ ହେବ ବିଜୁଙ୍କ ପ୍ରତିମୂର୍ତ୍ତି। ସୂଚନା ଦେଲେ ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ। ସେ...

ପୂର୍ବ ସରକାରଙ୍କୁ ଟାର୍ଗେଟ୍‌ କଲେ ମୁଖ୍ୟମନ୍ତ୍ରୀ, କହିଲେ ବିରୋଧୀଙ୍କୁ ଟିକେ ହଜମ ଗୁଲି ଦରକାର

ଛତ୍ରପୁର,୮ା୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ସୁଭଦ୍ରା’ ଯୋଜନାର ୨ୟ କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗଞ୍ଜାମ ଜିଲା ବ୍ରହ୍ମପୁର ବିବେକ...

ବବି, ପାଣ୍ଡିଆନଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ ମମତା ମହନ୍ତ : ଧନୀ ଜିଲାରେ …

ଭୁବନେଶ୍ୱର,୮।୩: କାହା ପାଇଁ ରାଜା ଚକ୍ର ପାୱାରଫୁଲ। ବିସ୍ଫୋରକ ମନ୍ତବ୍ୟ ଦେଲେ ଭାଜପା ଏମ୍‌ପି ମମତା ମାହନ୍ତ। ସେ କହିଛନ୍ତି, ପାଣ୍ଡିଆନ ଓ ବବି ଯୋଗୁ...

Subhadra Yojana: ଯଦି ଆଜି ଖାତାକୁ ଆସିବନି ଟଙ୍କା ତେବେ କେବେ ମିଳିବ ଦ୍ବିତୀୟ କିସ୍ତି? ଆସିଲା ବଡ଼ ସୂଚନା…

ଭୁବନେଶ୍ୱର,୮।୩: ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବଣ୍ଟା ହୋଇଛି ସୁଭଦ୍ରାର ଦ୍ବିତୀୟ କିସ୍ତି । ଏକକାଳୀନ ୧ କୋଟି ୬୪ ହଜାର ହିତାଧିକାରୀଙ୍କ ବ୍ୟାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image