ଆଇଆଇଟି ବମ୍ବେ ବିଶ୍ୱର ଶ୍ରେଷ୍ଠ ୧୫୦ ବିଶ୍ୱବିଦ୍ୟାଳୟ ତାଲିକାରେ…

ନୂଆଦିଲ୍ଲୀ,୨୮।୬ : କ୍ୟୁଏସ ବିଶ୍ୱ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ ୨୦୨୪ ପ୍ରକାଶିତ ହୋଇଛି। ବିଭିନ୍ନ ମାପଦଣ୍ଡ ଆଧାରରେ ବିଶ୍ୱର ଅନୁଷ୍ଠାନଗୁଡିକର ମୂଲ୍ୟାଙ୍କନ କରିବା ପରେ ଏହାକୁ ଏକ ସ୍କୋର ଦିଆଯାଇଛି। ଏହି ସ୍କୋର ଆଧାରରେ ର଼୍ୟାଙ୍କିଙ୍ଗ ପ୍ରସ୍ତୁତ ହୋଇଛି। ଏହି ର଼୍ୟାଙ୍କିଙ୍ଗରେ ଆଇଆଇଟି ବମ୍ବେ ବିଶ୍ୱର ଶ୍ରେଷ୍ଠ ୧୫୦ ବିଶ୍ୱବିଦ୍ୟାଳୟ ତାଲିକାରେ ସ୍ଥାନ ପାଇଛି। ଆଇଆଇଟି ବମ୍ବେ ୧୪୯ ତମ ସ୍ଥାନ ପାଇଛି। ଏହା ପରେ ଦ୍ୱିତୀୟ ଭାରତୀୟ ଅନୁଷ୍ଠାନ ହେଉଛି ଆଇଆଇଟି ଦିଲ୍ଲୀ, ଯାହାକୁ ୧୯୭ ତମ ମାନ୍ୟତା ଦିଆଯାଇଛି ।

 

ଗତ ୮ ବର୍ଷ ମଧ୍ୟରେ ତାଲିକାରେ ପ୍ରଥମ ଥର ପାଇଁ ଏକ ଭାରତୀୟ ପ୍ରତିଷ୍ଠାନ ଶ୍ରେଷ୍ଠ ୧୫୦ରେ ସ୍ଥାନିତ ହୋଇଛି । ଏହାପୂର୍ବରୁ ୨୦୧୬ ମସିହାରେ, ଆଇଆଇଏସସି ବାଙ୍ଗାଲୋର ୧୪୭ ତମ ମାନ୍ୟତା ପାଇଥିଲା। ତେବେ ଗତ ବର୍ଷ ତୁଳନାରେ ଆଇଆଇଏସସି ବାଙ୍ଗାଲୋର ମାନ୍ୟତାରେ ଉଲ୍ଲେଖନୀୟ ହ୍ରାସ ଘଟିଛି। ଗତ ବର୍ଷ ଅନୁଷ୍ଠାନର ର଼୍ୟାଙ୍କିଙ୍ଗ ୧୫୫ ଥିବାବେଳେ ଚଳିତ ବର୍ଷ ଏହା ୨୨୫ ସ୍ଥାନ ପାଇଛି ।

୧୧ ଟି ଭାରତୀୟ ପ୍ରତିଷ୍ଠାନ ବିଶ୍ୱର ଶ୍ରେଷ୍ଠ ୫୦୦ ଅନୁଷ୍ଠାନ ମଧ୍ୟରେ ସ୍ଥାନିତ ହୋଇଛନ୍ତି। ଆଇଆଇଟି ବମ୍ବେ, ଆଇଆଇଟି ଦିଲ୍ଲୀ, ଆଇଆଇସି ବାଙ୍ଗାଲୋର ସହିତ ତାଲିକାରେ ୨୭୧ ତମ ସ୍ଥାନରେ ଆଇଆଇଟି ଖରାଗପୁର, ୨୭୮ରେ ଆଇଆଇଟି କାନପୁର, ୨୮୫ ଆଇଆଇଟି ମାଡ୍ରାସ, ୩୬୪ରେ ଆଇଆଇଟି ଗୁଆହାଟୀ, ୩୬୯ ତମ ସ୍ଥାନରେ ଆଇଆଇଟି ରାଉରକେଲା, ୪୦୭ ତମ ସ୍ଥାନରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ୪୨୭ ତମ ସ୍ଥାନରେ ଆନ୍ନା ବିଶ୍ୱବିଦ୍ୟାଳୟ ରହିଛି।

Share