ମୁମ୍ବାଇ,୧୮ା୨: ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ବମ୍ବେର ଜଣେ ୧୮ ବର୍ଷୀୟ ଦଳିତ ଛାତ୍ର ଆତ୍ମହତ୍ୟା କରିଥିବାବେଳେ ଏଥିପାଇଁ ଶିକ୍ଷାନୁଷ୍ଠାନର ୩ ଛାତ୍ରଗୋଷ୍ଠୀ ନିର୍ଦ୍ଦେଶକଙ୍କୁ ଦାୟୀ କରି ତୁରନ୍ତ ତାଙ୍କର ଇସ୍ତଫା ଦାବି କରିଛନ୍ତି। ନିର୍ଦ୍ଦେଶକ ଛାତ୍ରୀଛାତ୍ରଙ୍କୁ ସୁରକ୍ଷିତ ସ୍ଥାନ ଦେବାରେ ବିଫଳ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏଥିସହିତ ଅନୁସୂଚିତ ଜାତି/ଜନଜାତି ଅତ୍ୟାଚାର ପ୍ରତିକାର ଆଇନ ଏବଂ ଆଣ୍ଟି-ରାଗିଂ ଆଇନରେ ମାମଲା ରୁଜୁ କରିବାକୁ ସେମାନେ ଦାବି କରିଛନ୍ତି। ମୃତ ଛାତ୍ର ଦର୍ଶନ ସୋଲାଙ୍କି ଆଇଆଇଟିରେ ଜାତିଆଣ ବୈଷମ୍ୟର ଶିକାର ହେଉଥିଲେ ବୋଲି ତାଙ୍କ ପରିବାର ଅଭିଯୋଗ କରିଛି।