Categories: ଜାତୀୟ

ପ୍ରଥମ ଥର ଭାରତ ବାହାରେ ଖୋଲିବ ଆଇଆଇଟି କ୍ୟାମ୍ପସ

ନୂଆଦିଲ୍ଲୀ,୬।୭: ତାଞ୍ଜାନିଆର ଜାନଜିବରରେ ଆଇଆଇଟି କଲେଜ ଆରମ୍ଭ ହେବାକୁ ଯାଉଛି। ଏହା ଭାରତ ବାହାରେ ଖୋଲିଥିବା ପ୍ରଥମ ଆଇଆଇଟି କ୍ୟାମ୍ପସ ହେବ। ବୁଧବାର ଶିକ୍ଷା ମନ୍ତ୍ରଣାଳୟ, ଆଇଆଇଟି ମାଡ୍ରାସ ଏବଂ ତାଞ୍ଜାନିଆର ଶିକ୍ଷା ମନ୍ତ୍ରଣାଳୟ ମଧ୍ୟରେ ଏକ ଏମଓୟୁ ସ୍ବାକ୍ଷରିତ ହୋଇଛି। ଏହି ଅବସରରେ ବୈଦେଶିକ ବାଣିଜ୍ୟ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ତାଞ୍ଜାନିଆର ରାଷ୍ଟ୍ରପତି ହୁସେନ ଅଲି ସ୍ବିନି ଉପସ୍ଥିତ ଥିଲେ। ଏହି କ୍ୟାମ୍ପସ କାର୍ଯ୍ୟକ୍ରମ ଅକ୍ଟୋବରରୁ ଆରମ୍ଭ ହେବ।

Share