ଜୟପୁର,୨୮।୧: ଆଇଆଇଟି ଯୋଧପୁର ଆତ୍ମନିର୍ଭର ଭାରତ ଏବଂ ମେକ୍ ଇନ୍ ଇଣ୍ଡିଆ ଅଧୀନରେ ଏମିତି ଏକ ଏସି ମେଶିନ ତିଆରି କରିଛି ଯାହା କୌଣସି ଜିନିଷର ବାହାରୁ ଭିତର ପର୍ଯ୍ୟନ୍ତ ସାନିଟାଇଜ୍ କରିପାରିବ।
କରୋନା ସଙ୍କଟ ସମୟରେ ଭାରତ ସମାଧାନର ରାସ୍ତା ଖୋଜୁଥିଲା। ଭାରତ ମଧ୍ୟ ଭ୍ୟାକ୍ସିନ ପ୍ରସ୍ତୁତ କରିବା ଦେଶ ମଧ୍ୟରେ ସାମିଲ ହୋଇଛି। ଏବେ ଏମିତି ଏକ ଏସି ମେଶିନ ପ୍ରସ୍ତୁତ ହୋଇଛି। ଯାହାର ଭିତର ଜିନିଷ ସାନିଟାଇଜ୍ କରିବାର ବି କ୍ଷମତା ରହିଛି। ଦେଶର ପ୍ରଥମ ‘ଆଡ୍ଭାନ୍ସ ଫଟୋ କ୍ୟାଟାଲିଟିକ୍ ଅକ୍ସିଡେଶନ କନ୍ଭେୟର ସିଷ୍ଟମ’ ମେଶିନରେ ନେନୋ ପାର୍ଟିକାଲ୍ସ ମେଟାଲ ଅକ୍ସାଇଡର ବ୍ୟବହାର କରାଯାଇଛି। ଏହି ମେଶିନ ରେଲ୍ଓ୍ବେ ଷ୍ଟେଶନ, ବସଷ୍ଟାଣ୍ଡ, ଲାଇବ୍ରେରୀ, ସ୍କୁଲ, କଲେଜରେ ଲଗାଯିବ। ଯେଉଁଠି କି ସଂକ୍ରମଣର ଅଧିକ ଆଶଙ୍କା ରହିଛି।