କୃତ୍ରିମ ହାର୍ଟ ବିକଶିତ କଲା ଆଇଆଇଟି କାନପୁର…

କାନପୁର,୨୫।୧୨ : ପରିବର୍ତ୍ତିତ ଜୀବନଶୈଳୀ ଏବଂ କରୋନା ପରି ସଂକ୍ରାମକ ରୋଗ ପରେ ହାର୍ଟ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ହଠାତ ହାର୍ଟ ଆଟାକ୍‌ ଯୋଗୁ ଲୋକଙ୍କର ମୃତ୍ୟୁ ଘଟୁଛି। ତେବେ ଏକ୍ଷେତ୍ରରେ ଆଇଆଇଟି କାନପୁରର ବୈଜ୍ଞାନିକ ଏବଂ ହୃଦରୋଗ ବିଶେଷଜ୍ଞମାନେ ବର୍ତ୍ତମାନ ହୃଦୟ ରୋଗୀଙ୍କ ପାଇଁ ଏକ କୃତ୍ରିମ ହାର୍ଟ ବିକଶିତ କରିଛନ୍ତି, ଯାହା ମାଧ୍ୟମରେ ହାର୍ଟ ପ୍ରତିରୋପଣ କରାଯାଇପାରିବ। ଆଇଆଇଟି କାନପୁର ନିର୍ଦ୍ଦେଶକ ପ୍ରଫେସର ଅଭୟ କରନ୍ଦିକର କହିଛନ୍ତି ଯେ ୨୦୨୩ ରେ ପରୀକ୍ଷା ପରେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ମନୁଷ୍ୟଠାରେ କୃତ୍ରିମ ହାର୍ଟ ପ୍ରତିରୋପଣ କରାଯାଇପାରିବ।

ପ୍ରଫେସର ଅଭୟ କହିଛନ୍ତି ଯେ ଅନୁଷ୍ଠାନର ୧୦ ଜଣ ବୈଜ୍ଞାନିକ ଏବଂ ଡାକ୍ତରଙ୍କ ଏକ ଟିମ କୃତ୍ରିମ ହାର୍ଟ ବିକଶିତ କରିଛନ୍ତି। ଆସନ୍ତା ଫେବୃଆରୀ ପୂର୍ବରୁ ଏହାର ପରୀକ୍ଷା ଆରମ୍ଭ ହେବ।
କୃତ୍ରିମ ହାର୍ଟର ଉଦ୍ଦେଶ୍ୟ ଶରୀରର ସମସ୍ତ ଅଙ୍ଗକୁ ସଠିକ ଭାବରେ ରକ୍ତ ପହଞ୍ଚାଇବା ହେବ। ଯଦି ଏହା ସଫଳ ହୁଏ ତେବେ ଏହାକୁ ମଧ୍ୟ ପ୍ରତିରୋପଣ କରାଯାଇପାରେ।

Share