ବୈଜୟନ୍ତଙ୍କୁ ଗୁରୁ ଦାୟିତ୍ୱ ଦେଲେ ବାଚସ୍ପତି

ନୂଆଦିଲ୍ଲୀ,୧୭।୮: ଭାଜପା ଏମ୍‌ପି ବୈଜୟନ୍ତ ପଣ୍ଡାଙ୍କୁ ଗୁରୁ ଦାୟିତ୍ୱ ଦେଲେ ବାଚସ୍ପତି  ଓମ୍‌ ବିର୍ଲା। ବୈଜୟନ୍ତ ପଣ୍ଡା ସଂସଦର ପବ୍ଲିକ ଅଣ୍ଡରଟେକିଂ କମିଟି ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। କମିଟିରେ ଲୋକ ସଭାରୁ ୧୫, ରାଜ୍ୟ ସଭାରୁ ୭ ସଦସ୍ୟଙ୍କୁ ଚୟନ କରାଯାଇଛି।

ଏହି କମିଟି ଗତ ୧୪ ତାରିଖରୁ ନିଜ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଆସନ୍ତା ବର୍ଷ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ରହିବ।

ଏହି କମିଟିରେ ଲୋକସଭାର ସମୁଦାୟ ୧୫ ଜଣଙ୍କୁ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ବୈଜୟନ୍ତ ପଣ୍ଡା, ତାରିକ ଅନୱାର, ସୁଦୀପ ବନ୍ଦୋପାଧ୍ୟାୟ, ଆର.କେ ଚୌଧୁରୀ, ଚନ୍ଦ୍ରପ୍ରକାଶ ଯୋଶୀ, କାନିମୋଝୀ କରୁଣାନିଧି, କୌଶଳେନ୍ଦ୍ର କୁମାର, ଶଙ୍କର ଲାଲୱାନୀ, ପୁନମବେନ ହେମଥଭାଇ ମାଡାମ ପ୍ରମୁଖ।

 

ଏହାବ୍ୟତୀତ ବି. ୱାଇ ରାଘବେନ୍ଦ୍ର, ମୁକେଶ ରାଜପୁତ, ସୁଖଜିନ୍ଦର ସିଂହ ରାନ୍ଧୱା,   ପ୍ରତାପ ଷଡ଼ଙ୍ଗୀ, କୁଡିକୁନିଲ୍‌ ସୁରେଶ, ପ୍ରଭାକର ରେଡ୍ଡି ଭମରେଡ୍ଡି ପ୍ରମୁଖ ବି ଏହି କମିଟିର ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି।

 

ରାଜ୍ୟସଭାରୁ ୭ ସଦସ୍ୟ ଏହି କମିଟିକୁ ମନୋନୀତ ହୋଇଛନ୍ତି। ସେମାନେ ହେଲେ ନୀରଜ ଡାଙ୍ଗି, ମିଲିନ୍ଦ ମୁରଲି ଦୋରା, ନାରୟଣ ଦାସଗୁପ୍ତା, ଭଗୱତ କରାଡ଼, ସୁରେନ୍ଦ୍ର ସିଂହ ନାଗର, ବିଜେଡି ରାଜ୍ୟସଭା ସଦସ୍ୟ ଦେବାଶିଷ ସାମନ୍ତରାୟ ଓ ଅରୁଣ ସିଂହ।

 

Share