ସୋସିଆଲ ମିଡିଆରେ କାମ ମାଗିଲେ ଏହି ପ୍ରସିଦ୍ଧ ଅଭିନେତାଙ୍କ ପୁଅ

ବଲିଉଡ୍‌ ଅଭିନେତା ଅନୁପମ ଖେରଙ୍କ ପୁଅ ତଥା ଅଭିନେତା ସିକନ୍ଦର ଖେର ସୋସିଆଲ ମିଡିଆ ମାଧ୍ୟମରେ କାମ ମାଗୁଛନ୍ତି। ସିକନ୍ଦର ସୋସିଆଲ ମିଡିଆରେ ନିଜର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି,ମୋତେ କାମ ଦରକାର, ମୁଁ ବି ହସିପାରେ। ଉକ୍ତ ଫଟୋରେ ସିକନ୍ଦର ଚିନ୍ତାରେ ଥିବା ଜଣାପଡ଼ୁଛନ୍ତି। ତାଙ୍କ ମଥାରେ ଝାଳ ଦେଖାଯାଉଥିବା ବେଳେ ସିରିୟସ୍‌ ଲୁକ୍‌ରେ ଦେଖାଯାଉଛନ୍ତି। ନିକଟରେ ସିକନ୍ଦରଙ୍କୁ ଡିଜ୍‌ନି ପ୍ଲସ୍‌ ହଟ୍‌ ଷ୍ଟାରର ଓ୍ବେବ୍‌ ସିରିଜ୍‌ ‘ଆର୍ଯ୍ୟ’ରେ ଦେଖିବାକୁ ମିଳିଥିଲା। ଆଗକୁ ତାଙ୍କୁ ଏକ ସିରିଜ୍‌ ଏବଂ ଫିଲ୍ମରେ ଦେଖିବାକୁ ମିଳିବ।

Share