ଅସୁସ୍ଥ ଅଛନ୍ତି ଇଲିଆନା

ମୁମ୍ବାଇ: ବଲିଉଡରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ଇଲିଆନା ଡିକ୍ରୁଜ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଅଭିନେତ୍ରୀ ହସ୍ପିଟାଲରୁ ସାଲାଇନ ବେଳେ କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯାହା ପ୍ରଶଂସକଙ୍କୁ ଚିନ୍ତିତ କରିଦେଇଛି। ପ୍ରଶଂସକମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଫଟୋ ଶେୟାର କରି କ୍ୟାପଶନରେ ଲେଖିଛନ୍ତି, ଗୋଟିଏ ଦିନରେ ଏତେ ପରିବର୍ତ୍ତନ ହୋଇପାରେ। ଏଠାରେ ଚିକିତ୍ସା କରୁଥିବା ଡାକ୍ତରମାନେ ବହୁତ ଭଲ ବୋଲି ଅଭିନେତ୍ରୀ କହିଛନ୍ତି।

Share