ପୁଅର ଝଲକ ଦେଖାଇଲେ ଇଲିଆନା

ବମ୍ବେ: ପୁଅର ଝଲକ ଦେଖାଇଛନ୍ତି ବଲିଉଡ ଅଭିନେତ୍ରୀ ଇଲିଆନା ଡିକ୍ରୁଜ। ନିଜର ସୋସିଆଲ ମିଡିଆ ପୃଷ୍ଠାରେ ସେ ପୁଅଙ୍କ ପାଦର ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ଇଲିଆନା ଲାଲ ହୃଦୟ ଇମୋଜୀ ସହ ‘ପିକାବୁ’ ଲେଖିଛନ୍ତି।

ଅଗଷ୍ଟରେ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି ଇଲିଆନା। ଏହାକୁ ନେଇ ସେଏକ ଫଟୋ ପୋଷ୍ଟ କରି ତାଙ୍କ ନାମ ‘କୋଆ ଫିନିକ୍ସ ଡୋଲନ୍‌’ ରଖାଯାଇଥିବା କହିଥିଲେ। ଏବେ ‘କୋଆ’ ୨୨ ଦିନର ହୋଇଛି। ମା’ ହେବା ଦିନଠାରୁ ସେ ପୁଅର ଛୋଟ ଝଲକ ଦେଖାଇ ଆସୁଛନ୍ତି।

Share