ବିଷାକ୍ତ ଖାଦ୍ୟଖାଇ ୧୫ ଅନ୍ତେବାସୀ ଗୁରୁତର

ବାଲିମେଳା/କୋରୁକୋଣ୍ଡା,୧୦ା୪ (ଡ଼ି.ଏନ.ଏ.): ମାଲକାନଗିରି ଜିଲା ବାଲିମେଳା ବିଜ୍ଞାନ ବୈଷୟିକ ମହାବିଦ୍ୟାଳୟ ଛାତ୍ରୀ ନିବାସରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ ଖାଦ୍ୟ ଖାଇ ଛାତ୍ରୀନିବାସର ୧୫ ଅନ୍ତେବାସୀ ଗୁରୁତର ହୋଇପଡିବା ଦେଖିବାକୁ ମିଳିଛି। ଏହି ଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଖାଦ୍ୟ କିପରି ବିଷାକ୍ତ ହେଲା ଏବଂ ତାହା ଖାଇବାକୁ ଛାତ୍ରୀମାନଙ୍କୁ କିଏ ଦେଲା ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ଅଞ୍ଚଳବାସୀ।
ଖବରରୁ ଜଣାପଡିଛି, ମହାବିଦ୍ୟାଳୟର ଛାତ୍ରୀନିବାସରେ ଏହି ଛାତ୍ରୀମାନେ ରହି ଅଧ୍ୟୟନ କରନ୍ତି। ରବିବାର ଛାତ୍ରୀମାନଙ୍କୁ ଛାତ୍ରୀନିବାସ ପକ୍ଷରୁ ସକାଳେ ଉପମା, ଚକୁଳି ତରକାରି ପ୍ରଦାନ କରାଯାଇଥିଲା। ସେମାନେ ଏହି ଖାଦ୍ୟ ଖାଇବାର କିଛି ସମୟ ପରେ ବାନ୍ତି କରି ଗୁରୁତର ଅସୁସ୍ଥ ହୋଇପଡିଥିଲେ। ଏ ସମ୍ପର୍କରେ ସୂଚନା ପାଇ କଲେଜ ଅଧ୍ୟକ୍ଷ ଅମୂଲ୍ୟ ପ୍ରଧାନ ତୁରନ୍ତ ଛାତ୍ରୀନିବାସରେ ପହଞ୍ଚତ୍ଥିଲେ। ମାଟ୍ରନ ଅନିତା ପଡ଼ିଆମୀ, ଛାତ୍ରୀନିବାସ ସୁପରିଣ୍ଟେଣ୍ଡେଣ୍ଟ ରଞ୍ଜିତା ତପୋ ଓ କେତେଜଣ ଅଧ୍ୟାପକ ସମ୍ପୃକ୍ତା ଛାତ୍ରୀମାନଙ୍କୁ ଚିକିତ୍ସା ଲାଗି ବାଲିମେଳା ଆଞ୍ଚଳିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଛାତ୍ରୀମାନଙ୍କ ଚିକିତ୍ସା ଜାରି ରହିଛି। ତେବେ ଚିକିତ୍ସାଧୀନ ଛାତ୍ରୀମାନଙ୍କ ମଧ୍ୟରୁ କେତେ ଜଣ ଛାତ୍ରୀ ସୁସ୍ଥ ହୋଇଥିବା ବେଳେ ଅନ୍ୟମାନଙ୍କ ଚିକିତ୍ସା ଚାଲିଥିବା ଡାକ୍ତର ଦେବବ୍ରତ ନାୟକ କହିଛନ୍ତି। ଅନ୍ୟପକ୍ଷରେ ଛାତ୍ରୀମାନେ ଖାଦ୍ୟ ଖାଇବା ପରେ କେଉଁ କାରଣରୁ ହଠାତ ଅସୁସ୍ଥ ହୋଇପଡିଲେ ତାହାର କାରଣ ଏଯାଏ ସ୍ପଷ୍ଟ ହୋଇପାରିନାହିଁ। ଏନେଇ ଅଧ୍ୟକ୍ଷ ପ୍ରଧାନଙ୍କୁ ପଚାରିବାରୁ ସେ ପ୍ରସଙ୍ଗକୁ ଏଡାଇ ଦେବାକୁ ଚେଷ୍ଟା କରିଥିଲେ। ଶେଷରେ ଡିହାଇଡ୍ରେସନ ହେତୁ ଏପରି ପରିସ୍ଥିତି ଉପୁଜିଥିବା କହିଥିଲେ। ବିଷାକ୍ତ ଖାଦ୍ୟ ଖାଇଥିବା ହେତୁ ଏପରି ଘଟଣା ଘଟିଥାଇପାରେ ଅନୁମାନ କରାଯାଉଛି ବୋଲି ଡାକ୍ତର ନାୟକ କହିିଥିଲେ। ଅନ୍ୟପକ୍ଷରେ ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ ତପୋ ଏବଂ ମାଟ୍ରନ ପଡ଼ିଆମୀଙ୍କ ପରିଚାଳନାଗତ ତ୍ରୁଟି ଯୋଗୁ ଏଭଳି ପରିସ୍ଥିତି ଉପୁଜିଲା ବୋଲି ଅଭିଯୋଗ ହେଉଛି। ଏ ସମ୍ପର୍କରେ ସୁପରିଣ୍ଟେଣ୍ଡେଣ୍ଟ ତପୋଙ୍କୁ ଫୋନ ଯୋଗେ ପଚାରିବାରୁ ସେ କୌଣସି ଉତ୍ତର ନ ଦେଇ ଫୋନ କାଟି ଦେଇଥିଲେ। ତୁରନ୍ତ ଜିଲା ପ୍ରଶାସନ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୁତୁହୁତୁ ହୋଇ ଜଳିଗଲା ୭ ବଖରା

ସୋର,୨୨।୧୧: ବାଲେଶ୍ୱର ଜିଲା ନଟାପଡ଼ା ପଞ୍ଚାୟତ ଚହଳିମା ଗାଁରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୭ ବଖରା ଚାଳ ଘର ପୋଡି ନଷ୍ଟ ହୋଇଯାଇଛି।...

ବବି ଦାସ ଭାଇଙ୍କ ନାଁରେ ଏତଲା, ବ୍ୟବସାୟୀଙ୍କୁ ଧମକ ଦେଇ…

ଯାଜପୁର,୨୨ା୧୧: ବିଜେଡି ନେତା ତଥା ପୂର୍ବତନ ବିଧାୟକ ବବି ଦାସଙ୍କ ଭାଇ ଭବ ପ୍ରକାଶ ଦାସଙ୍କ ନାଁରେ ଏତଲା ଦିଆଯାଇଛି। ହାଟର ଜଣେ ବ୍ୟବସାୟୀଙ୍କୁ ଧମକ...

କୃଷକଙ୍କ ଉନ୍ନତି ହେଲେ ଦେଶର ହେବ ଉନ୍ନତି

ଛତ୍ରପୁର,୨୨।୧୧(ଦିଲ୍ଲୀପ ସାମଲ): ରାଜ୍ୟ ସରକାର କୃଷି କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ କୃଷକ୍‌ମାନଙ୍କୁ ବିଭିନ୍ନ ପ୍ରୋତ୍ସାହନ ଯୋଗାଇଦେବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏହି ଅବସରରେ...

ଭାରସାମ୍ୟ ହରାଇ ବସ୍‌କୁ ଧକ୍କା ଦେଲା ବାଇକ୍‌, ଦୁଇ ଗୁରୁତର

ପାଟଣା,୨୨।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଢେଙ୍କିକୋଟ ଦେଇ ଯାଇଥିବା ୨୨୦ନଂ ଜାତୀୟ ରାଜପଥର ମଙ୍ଗଳପୁର ପୋଲ ନିକଟରେ ଶୁକ୍ରବାର ଭୁବନେଶ୍ୱରରୁ ଆସୁଥିବା ପୁଜାରାଣୀ...

ଡିସିପି ଅଫିସ ସମ୍ମୁଖରେ ମୁହାଁମୁହିଁ ହେଲେ ଦୁଇ ଅଭିନେତା

ଭୁବନେଶ୍ୱର,୨୨।୧୧: ଥମୁନି ଅଭିନେତାଙ୍କ କଳି। ଡିସିପି ଅଫିସ ଆଗରେ ଶୁକ୍ରବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଅଭିନେତା ମନୋଜ ମିଶ୍ର ଏବଂ ବବି ଇସଲାମ୍‌...

ଫାଟିଲା ପର୍ଯ୍ୟଟକଙ୍କ କାର୍‌ ଚକା, ୩ ଗୁରୁତରଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟକେନ୍ଦ୍ର ନେଲେ ଲକ୍ଷ୍ମୀ ବସ୍‌ କର୍ମଚାରୀ

ପଟାଙ୍ଗି,୨୨ା୧୧(ଶରତ ଧଳ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ଦେଓମାଳି ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଆସି ଏକ କାର୍‌ ଦୁର୍ଘଟଣା ହୋଇ ଅଳ୍ପକେ ପର୍ଯ୍ୟଟକମାନେ ବଞ୍ଚି ଯାଇଥିବାବେଳେ ୩ ପର୍ଯ୍ୟଟକ...

ଗାଁରେ ପଶିଲା ହାତୀ: ଜଣଙ୍କୁ ଦଳି ମାରିଦେଲା

ସମ୍ବଲପୁର,୨୨।୧୧: ସମ୍ବଲପୁର ଜିଲା ପଡ଼ିଆବାହାଲ ରେଞ୍ଜ ଛାମୁଣ୍ଡା ସେକ୍ସନ ଜାମଲୋଇ ଗାଁରେ ଶୁକ୍ରବାର ଏକ ଅଘଟଣ ଘଟିଛି। ହାତୀ ଘଉଡ଼ାଇବା ବେଳେ ଏକ ଦନ୍ତା ଜଣେ...

ହନୁମାନ ମନ୍ଦିରରୁ ପୂଜା ସାମଗ୍ରୀ ନେବାବେଳେ ଧରିଲା ପୋଲିସ, ବାଇକ୍‌ ଛାଡ଼ି ଦୁର୍ବୃତ୍ତ ଫେରାର

କେନ୍ଦୁଝର,୨୨ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସ୍ବାମ ଶାସନ ଛକ ନିକଟରେ ଥିବା ହନୁମାନ ମନ୍ଦିରରୁ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ତାଲା ଭାଙ୍ଗି...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri