ୱାଗନର୍‌ ମୁଖ୍ୟ ଜହର ଦେବାର ଆଶଙ୍କା, ମୁଁ ମୋ ଖାଦ୍ୟ ପ୍ରତି ରହିବି ସତର୍କ, କହିଲେ ବାଇଡେନ…

ମସ୍କୋ,୧୫।୭: ରୁଷିଆର ଭଡ଼ାଟିଆ ସୈନ୍ୟ ଦଳ ଓ୍ବାଗନର ମୁଖ୍ୟ ପ୍ରିଗୋଜିନଙ୍କୁ ଜହର ଦିଆଯିବାର ଆଶଙ୍କା ରହିଛି ବୋଲି ଚର୍ଚ୍ଚା ହେଉଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ବିରୋଧରେ ବିଦ୍ରୋହ କରି ସେ ବିଫଳ ହେବାପରେ ଏହି ଖବର ଏବେ ପ୍ରଚାର ହେଉଛି।

ପୁଟିନଙ୍କ ଏକ ମନ୍ତବ୍ୟ ନେଇ ଏବେ ପ୍ରିଗୋଜିନ ଏବଂ ୱାଗନର୍‌ ଗ୍ରୁପର ଭବିଷ୍ୟତ ନେଇ ସନ୍ଦେହ ହୋଇଛି। ଯେତେବେଳେ ଖବରଦାତା ପୁଟିନଙ୍କୁ ପଚାରିଥିଲେ ୱାଗୟନର ଗ୍ରପ୍‌କୁ ଯୁଦ୍ଧ ୟୁନିଟ ଭାବରେ ସଂରକ୍ଷଣ କରାଯିବ କି ନାହିଁ, ସେତେବେଳେ ସେ କହିଥିଲେ ୱାଗନର୍‌ର କୌଣସି ଅସ୍ଥିତ୍ୱ ନାହିଁ। ପୁଟିନ କହିଛନ୍ତି ବେସରକାରୀ ସାମରିକ ସଂଗଠନ ଉପରେ କୌଣସି ଆଇନ ନାହିଁ। ଏହାର ନିଜର ଅସ୍ଥିତ୍ୱ ହିଁ ନାହିଁ ।

ପୁଟିନଙ୍କ ମନ୍ତବ୍ୟ ବିଷୟରେ ପଚରାଯାଇଥିବା ବେଳେ କ୍ରେମଲିନ କହିଛି ୱାଗନର୍‌ ନାମକ କୌଣସି ଆଇନଗତ ସଂସ୍ଥା ନାହିଁ ଏବଂ ଏହିପରି କମ୍ପାନୀଗୁଡିକର ଆଇନଗତ ସ୍ଥିତି ଜଟିଳ। ଏହାକୁ ବିଚାର କରାଯିବା ଆବଶ୍ୟକ।

ଓ୍ବାଗନର ମୁଖ୍ୟଙ୍କୁ ଜହର ଦିଆଯିବା ଆଶଙ୍କା ପ୍ରକାଶ ପାଇବା ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ପ୍ରିଗୋଜିନ କେଉଁଠାରେ ଅଛନ୍ତି ତାହା ମଧ୍ୟ ଆମେରିକା ଜାଣି ନାହିଁ, କିନ୍ତୁ ତାଙ୍କୁ ଜହର ଦିଆଯାଇପାରେ। ହ୍ବାଓଟ ହାଉସ ଅନୁଯାୟୀ ବାଇଡେନ କହିଛନ୍ତି ଯଦି ମୁଁ ତାଙ୍କ ସ୍ଥାନରେ ଥାଆନ୍ତି, ତେବେ ମୁଁ ଯାହା ଖାଇବି ସେଥିପ୍ରତି ଧ୍ୟାନ ଦେଇଥାନ୍ତି। ମୁଁ ମୋର ମେନୁ ଉପରେ ନଜର ରଖେ। ଏଣିକି ଅଧିକ ସତର୍କ ରହିବି।

 

Share