Categories: ଜାତୀୟ

‘ମାଫିଆଙ୍କୁ ପୋତିଦେବି’

ଭୋପାଳ, ୨୭।୧୨ : ମଧ୍ୟପ୍ରଦେଶରେ ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ମାଫିଆମାନଙ୍କୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କଡ଼ା ଚେତାବନୀ ଦେଇଛନ୍ତି। ଯଦି ସେମାନେ ରାଜ୍ୟ ଛାଡ଼ି ନ ଯାଆନ୍ତି, ତେବେ ୧୦ ଫୁଟ ଗଭୀରରେ ପୋତିଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମବାର୍ଷିକୀକୁ ସ୍ମରଣୀୟ କରିବା ଲାଗି ଆୟୋଜିତ ସୁଶାସନ ଦିବସ ଉତ୍ସବ ଅବସରରେ ଉଦ୍‌ବୋଧନ ଦେଇ ଶିବରାଜ କହିଥିଲେ, ମାଫିଆମାନେ ତୁରନ୍ତ ରାଜ୍ୟ ଛାଡ଼ି ପଳାଇଯାଆନ୍ତୁ। ନହେଲେ ସେମାନଙ୍କୁ ୧୦ ଫୁଟ ଗଭୀର ଗାତରେ ପୋତିଦିଆଯିବ ଓ ସେମାନଙ୍କ ପତ୍ତା ମିଳିବ ନାହିଁ।

Share