ତୁମକୁ ନ ପାଇଲେ ଗଳା କାଟିଦେବି

କୋଲକାତା,୧୧।୧: ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଛି ଫେସ୍‌ବୁକ୍‌ ପ୍ରେମ। ପ୍ରଥମେ ବନ୍ଧୁତା ପରେ ଯୁବକଙ୍କୁ ବିବାହ କରିଥିଲେ ଯୁବତୀ ଜଣକ। ଏବେ ତାଙ୍କ ସ୍ବାମୀ ପ୍ରେମିକା ତଥା ସ୍ତ୍ରୀଙ୍କୁ ଛାଡ଼ି ତାଙ୍କର ସମସ୍ତ ସୁନା ଅଳଙ୍କାର ନେଇ କେଉଁଆଡ଼େ ଫେରାର ହୋଇଯାଇଛନ୍ତି। ସ୍ତ୍ରୀ ଜଣକ ଏବେ ଶାଶୁଘରେ ପହଞ୍ଚି ହଙ୍ଗାମା କରିଛନ୍ତି। କୋଲାକାତାର ଏହି ମହିଳାଙ୍କୁ ବିବାହ ପୂର୍ବରୁ ଆତ୍ମହତ୍ୟା ଧମକ ଦେଉଥିବା ସ୍ବାମୀ ଜଣକ ପ୍ରତାରକ ସାଜିଛନ୍ତି। ମହିଳା ଜଣକ କହିଛନ୍ତି, ବିବାହ ପୂର୍ବରୁ କୁହନ୍ତି ତୁମେ ଯଦି ମତେ ବିବାହ ନ କରିବ ମୁଁ ବ୍ଲେଡ୍‌ରେ ଗଳାକାଟି ଆତ୍ମହତ୍ୟା କରିବି ଏବେ ସେ ତାଙ୍କୁ ଛାଡ଼ି ଚାଲି ଯାଇଛନ୍ତି।
ପରେ ମହିଳା ଜଣଙ୍କ ଉତ୍ତରପ୍ରଦେଶର ଫତେହପୁର ପୋଲିସର ସହାୟତା ଲୋଡ଼ିଛନ୍ତି। ସେ କହିଛନ୍ତି, ବିବାହ ପରେ ତାଙ୍କ ସ୍ବାମୀ ଘରେ ରଖାଯାଇଥିବା ସମସ୍ତ ଅଳଙ୍କାର ସହିତ ନଗଦ ଟଙ୍କା ଲୁଟି ନେଇ ପଳାଇ ଯାଇଥିଲେ। ମହିଳା ଜଣକ ତାଙ୍କ ସ୍ବାମୀଙ୍କୁ ଖୋଜିବା ପାଇଁ କୋଲକାତାରେ ପହଞ୍ଚିଛନ୍ତି। ମହିଳାଙ୍କ ସହ ଅଭିଷେକ ଆର୍ଯ୍ୟ ବନ୍ଧୁତା କରିଥିଲେ। ପରିଚିତ ହେବା ପରେ ପରିବାର ଏବଂ ସମ୍ପର୍କୀୟମାନେ ଆସି ବିବାହ ପାଇଁ କହିଥିଲେ। ଏପରିକି ଅଭିଷେକ ବିବାହ କରିବାକୁ ତାଙ୍କ ଉପରେ ଚାପ ପକାଉଥିଲେ। ବିଭିନ୍ନ ସମୟରେ ତାଙ୍କୁ ନ ପାଇଲେ ଆତ୍ମହତ୍ୟା କରିବେ ବୋଲି ଧମକାଉଥିଲେ। ଶେଷରେ ମହିଳା ଜଣକ ରାଜି ହୋଇଯାଇଥିଲେ। ବିବାହ ପରେ ଅଭିଷେକ ମହିଳାଙ୍କୁ ଛାଡ଼ି ତାଙ୍କ ସୁନା ଅଳଙ୍କାର ସବୁ ଲୁଟି ନେଇ କେଉଁଆଡ଼େ ଫେରାର ହୋଇଯାଇଛନ୍ତି। ଏବେ ପୋଲିସ ଅଭିଷେକଙ୍କୁ ଖୋଜୁଛି। ଖୁବ୍‌ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି।

Share