ଅନୁଚିତ ଧନ

ଯଚିଦାନନ୍ଦ ଦାଶ

 

ଆଜିକାଲି ମଣିଷ ଧନ ଉପାର୍ଜନ କରିବାର ପ୍ରୟାସକୁ ଏକ କର୍ତ୍ତବ୍ୟ ରୂପେ ଧରି ନେଇଛି। ପ୍ରକୃତରେ ଦେଖିବାକୁ ଗଲେ, ଧନ ଉପାର୍ଜନ କରିବାକୁ କାହାକୁ ବା ଭଲ ନ ଲାଗିବ ? କାରଣ ଆଜିର ନୀତି ହେଲା ଧନ ଯେଉଁଠି, ମାନ ସେଇଠି। ଧନ ଉପାର୍ଜନର ଦୁଇଟି ବାଟ ଅଛି। ଯଥା- ଉଚିତ ଧନ ଉପାର୍ଜନ ଏବଂ ଅନ୍ୟଟି ଅନୁଚିତ ଧନ ଉପାର୍ଜନ। ଯେଉଁ ଧନ ସତ ଉପାୟରେ, ନିଜର ପରିଶ୍ରମ ଏବଂ ବୁଦ୍ଧିବଳରେ ଉପାର୍ଜିତ ହୋଇଥାଏ, ତାକୁ ଉଚିତ ଧନ ବୋଲି ଧରିନେବା। ଠିକ୍‌ ସେହିପରି ଯେଉଁ ଧନ ଅସତ୍‌ ଉପାୟ ଅବଲମ୍ବନ କରି ଅନ୍ୟକୁ ଦୁଃଖ ଏବଂ କଷ୍ଟ ଦେଇ ଅର୍ଜନ କରାଯାଇଥାଏ, ତାହାକୁ ଅନୁଚିତ ଧନ ବୋଲି ସାଧାରଣତଃ ବିଚାରକୁ ନିଆଯାଏ। ଅନୁଚିତ ଧନର ବ୍ୟାଖ୍ୟା କରିବାକୁ ଯାଇ ଆଚାର୍ଯ୍ୟ ଚାଣକ୍ୟଙ୍କର ନୀତିର ଷୋଡ଼ଶ ଅଧ୍ୟାୟର ଅନୁଚ୍ଛେଦ (୧୧) ରେ ଥିବା ଶ୍ଲୋକଟିକୁ ଏଠାରେ ଅବତାରଣା କରୁଛି।
”ଅତିକ୍ଲେଶେନ ୟେ ଚାର୍ଥାଃ ଧର୍ମସ୍ୟାତିକ୍ରମେଣତୁ ,
ଶତ୍ରୁଣାଂ ପ୍ରଣିପାତନେ ତେ ହ୍ୟର୍ଥାଃ ନ ଭବନ୍ତୁ ମେ।“
ଆଚାର୍ଯ୍ୟ ଏଠାରେ ଅନୁଚିତ ଧନକୁ ତିରସ୍କାର କରିବାକୁ ଯାଇ କହିଛନ୍ତି, ଯେ ଅନ୍ୟକୁ ଦୁଃଖୀ କରାଇ, ଅଧର୍ମ ଦ୍ୱାରା ବା ଶତ୍ରୁମାନଙ୍କ ଶରଣାପନ୍ନ ହେବା ଫଳରେ ମିଳିଥିବା ଧନ ମୋତେ ପ୍ରାପ୍ତ ନ ହେଉ। ଉକ୍ତ ଶ୍ଲୋକଟିର ଅର୍ଥରୁ ଏହା ପ୍ରତିପାଦିତ ହେଉଛି ଯେ, ଯେଉଁ ଧନ ଅନ୍ୟ ବ୍ୟକ୍ତିକୁ ଦୁଃଖୀ କରାଇ ପ୍ରାପ୍ତ ହୋଇଛି, ଯାହା ଚୋରି, ତସ୍କରି, କଳାବଜାରୀ ଆଦି ଅବୈଧ ରୀତିରେ ଉପାର୍ଜନ କରାଯାଇଛି ବା ଦେଶର ଶତ୍ରୁଙ୍କ ମାଧ୍ୟମରେ ଅର୍ଜନ କରାଯାଇଛି, ସେପରି ଧନ ଅନୁଚିତ ଧନ ଭାବେ ଗଣ୍ୟ କରାଯାଇଥାଏ। ଜଣେ ବୁଦ୍ଧିମାନ୍‌ ଏବଂ ଶିକ୍ଷିତ ବ୍ୟକ୍ତି ପକ୍ଷରେ ସେପରି ଧନ ଗ୍ରହଣ କରିବା ଉଚିତ ନୁହେଁ। ମୂର୍ଖ ବ୍ୟକ୍ତି ଦ୍ୱାରା ଅନୁଚିତ ଧନ ଅର୍ଜନ କରାଗଲେ, ତା’ର କିଛି ମୂଲ୍ୟ ନ ଥାଏ। କାରଣ ସେ ଧନର ପ୍ରକୃତ ଉପଯୋଗିତା ଜାଣି ନ ଥାଏ। ସେହିପରି କୃପଣ ମହାଜନ ଗରିବକୁ କଷ୍ଟଦେଇ ଅନୁଚିତ ଧନ ଉପାର୍ଜନ କରି ଟ୍ରେଜେରିରେ ସାଇତି ରଖେ, ଯେଉଁ ଧନ ସମାଜର କୌଣସି କାମରେ ଲାଗେ ନାହିଁ।
ସାଧାରଣତଃ ଅନୁଚିତ ଅର୍ଥ ଉପାର୍ଜନ ୨ ପ୍ରକାରରେ ହୋଇଥାଏ। ଯଥା (୧) ପ୍ରତ୍ୟକ୍ଷ ଉପାର୍ଜନ, (୨) ପରୋକ୍ଷ ଉପାର୍ଜନ। ପ୍ରତ୍ୟକ୍ଷ ଅନୁଚିତ ଉପାର୍ଜନ ହେଲା ସିଧାସଳଖ ଲୋକଠାରୁ କିମ୍ବା କମ୍ପାନୀଠାରୁ ବା ଠିକାଦାରଙ୍କଠାରୁ ଲାଞ୍ଚ ନେବା ଇତ୍ୟାଦି। ଏ ପ୍ରକାରର ଉପାର୍ଜନ ପ୍ରତ୍ୟକ୍ଷଭାବେ ଚୋରି ସହ ସମାନ। ଏହାଦ୍ୱାରା ଦେଶର ପ୍ରତ୍ୟକ୍ଷ ଭାବରେ ରାଜସ୍ବ କ୍ଷତି ହେବା ସଙ୍ଗେ ସଙ୍ଗେ ବିକାଶରେ ଅବନତି ଘଟିଥାଏ। ଦ୍ୱିତୀୟ ଅନୁଚିତ ଧନ ଉପାର୍ଜନ ହେଲା ପରୋକ୍ଷରେ ଚୋରି କରିବା ଯଥା – ସାଇବର ଠକେଇ, ବ୍ୟାଙ୍କ ଫ୍ରଡ୍‌, ବଡ଼ ବଡ଼ ଜିଏସ୍‌ଟି ଏବଂ ଆୟକର ଠକେଇ ଇତ୍ୟାଦି। ଏ ପ୍ରକାର ପରୋକ୍ଷ ଉପାର୍ଜନ ଦେଶର ପ୍ରଭୂତ କ୍ଷତି ଘଟାଇଥାଏ। ବିପୁଳ ପରିମାଣର ରାଜସ୍ବ କ୍ଷତି ଘଟିଥାଏ। ଏଗୁଡ଼ିକ ସାଧାରଣତଃ ଶିକ୍ଷିତ ଓ ଖଳ ବୁଦ୍ଧିମାନ୍‌ ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରରୋଚିତ ହୋଇଥାଏ। ଏହାଦ୍ୱାରା ଦେଶ ବା ଜାତିର ଅବନତି ଛଡ଼ା ଅନ୍ୟ କୌଣସି ବାଟ ନ ଥାଏ। ଆଜିକାଲି ଗଣମାଧ୍ୟମରେ ଦୈନିକ ଏ ପ୍ରକାର ଠକେଇ ମାଧ୍ୟମରେ ଅନୁଚିତ ଧନ ଉପାର୍ଜନର ଘଟଣାମାନ ଦେଖିବାକୁ ମିଳୁଛି। ଯେତେ ସାବଧାନତା ଅବଲମ୍ବନ କଲେ ବି ଏ ପ୍ରକାର (ପରୋକ୍ଷ ଉପାର୍ଜନ)ର ସ୍ରୋତ ଥମୁନି, ବରଂ ନଦୀର ଧାର ପରି ବହିଚାଲିଛି ଏବଂ ସମାଜର କ୍ଷତି ଘଟାଇ ଚାଲିଛି। କିଛି କିଛି ବଡ଼ ବଡ଼ ଅରବପତି ଏ ପ୍ରକାର ଧନ ଅର୍ଜନ କରି ବିଦେଶ ପଳାଇଯିବାର ଉଦାହରଣର ମଧ୍ୟ ଅଭାବ ନାହିଁ। ଯଥା – ନୀରବ ମୋଦି ଏବଂ ବିଜୟ ମାଲ୍ୟା ଆଦିଙ୍କ ବ୍ୟାଙ୍କ ଘୋଟାଲାରୁ ଏହାର ପ୍ରମାଣ ମିଳେ। ପାଠକେ, ଏ ସବୁ ଘଟଣାର ମୂଳରେ ଲୋକଙ୍କ ମଧ୍ୟରେ ସାଧୁତା ଏବଂ ସୁସଙ୍ଗଠିତ କର୍ମ ତପତ୍ରତାର ଅଭାବ, ଯାହା ଫଳରେ ଦେଶର କ୍ଷତି ଘଟିଚାଲିଛି। ଧନୀ ଓ ଖଳଲୋକ ଧନୀ ହୋଇ ଚାଲିଲା ବେଳେ ଗରିବ ଗରିବ ହୋଇ ରହିଯାଉଛି। ସମାଜ ଓ ଦେଶରେ ଆର୍ଥିକ ଅସମାନତା ଦେଖିବାକୁ ମିଳୁଛି। ମୁଦ୍ରାସ୍ଫୀତି ବଢ଼ିବାରେ ଲାଗିଛି। ଅର୍ଥନୀତି ନିମ୍ନଗାମୀ ହେବାରେ ଲାଗିଛି।ତେଣୁ ଅନୁଚିତ ଧନ ବା କଳାଧନ ଲୋକ, ସମାଜ ଏବଂ ମୋଟାମୋଟି ଭାବରେ ଦେଶ ପାଇଁ ବହୁତ କ୍ଷତିକାରକ।
ମୋ : ୯୯୩୮୧୮୧୩୨୦

 


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଶାନ୍ତି ପାଇଁ ଆଶା

ପୃଥିବୀ ଶାନ୍ତିମୟ ସେତେବେଳେ ହେବ, ଯେତେବେଳେ ପୃଥିବୀରେ ରହୁଥିବା ସବୁ ଲୋକ ଶାନ୍ତିରେ ରହିବେ। କେତେବେଳେ ଜଣେ ଖୁସି ହେବେ? ଯେତେବେଳେ ଲୋକେ ଉତ୍ତେଜନା ମୁକ୍ତ...

ପରିଧାନ ଓ ବ୍ୟକ୍ତିତ୍ୱ

ବର୍ଣ୍ଣାଡ ଶଙ୍କ ସମ୍ମାନାର୍ଥେ ଏକ ବ୍ରିଟିଶ୍‌ କ୍ଲବରେ ଭୋଜିର ଆୟୋଜନ କରାଯାଇଥାଏ। ସେହି କ୍ଲବରେ ପ୍ରବେଶକାରୀଙ୍କ ପାଇଁ ସୁଟ୍‌ ଓ ଟାଇ ପିନ୍ଧିବା ଏକ ବାଧ୍ୟତାମୂଳକ...

ଉଚିତ ପଦକ୍ଷେପ

ଅଭିନେତ୍ରୀ ତଥା ମଡେଲ କାଦମ୍ବରୀ ଜେଟ୍‌ୱାନୀଙ୍କ ଅନୁଚିତ ଗିରଫଦାରିକୁ ନେଇ ଆନ୍ଧ୍ରପ୍ରଦେଶର ତିନିଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା କ୍ଷମତାର ଅପବ୍ୟବହାର...

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri