Categories: ଜାତୀୟ

‘ଯାହା ହେଉଛି ହେଉ, ମୁଁ ଚାଷୀଙ୍କ ସପକ୍ଷରେ କହିବି’

ନୂଆଦିଲ୍ଲୀ,୧୮।୧୧: ପରିଣାମ ଯାହା ହେଉ ପଛେ, ମୁଁ ଚାଷୀଙ୍କ ସପକ୍ଷରେ କହିବା ଜାରି ରଖିବି। ଏଭଳି କହି ଭାଜପାର ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ।

ଏକ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ମେଘାଳୟ ରାଜ୍ୟପାଳ କହିଛନ୍ତି, କାହା ବାପା ମୋତେ ରାଜ୍ୟପାଳ କରି ନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋତେ ଗଭର୍ନର ପଦରେ ନିଯୁକ୍ତ କରିଛନ୍ତି। ସେ ଇସ୍ତଫା ମାଗିଲେ, ତୁରନ୍ତ ଦେଇଦେବି। ଯାହା ହେଉଛି ହେଉ, ମୁଁ ଚାଷୀଙ୍କ ପାଇଁ ସ୍ବର ଉଠାଇବି। ମୁଁ ଜଣେ ଚାଷୀ ପରିବାରରୁ ଆସିଛି। ଗଭର୍ନର ପଦ ଲାଗି ମୋର ଲୋଭ ନାହିଁ। ଯେତେବେଳେ ମୁଁ ପ୍ରଥମ ଥର ପାଇଁ ଗଭର୍ନର ପଦ ସମ୍ଭାଳିଥିଲି, ଦୀର୍ଘ ଦିନ ପର୍ଯ୍ୟନ୍ତ ଏହି ସାମ୍ବିଧାନିକ ପଦରେ ରହିବି ନାହଁିି ବୋଲି କହି ଦେଇଥିଲି। ଭାଜପା ସରକାର ଚାଷୀଙ୍କ କଥା ଶୁଣିବା ଉଚିତ। ସେମାନଙ୍କୁ ବୁଝିବାକୁ ପଡ଼ିବ ଯେ, ଆନ୍ଦୋଳନରତ ଚାଷୀ ଖାଲି ହାତରେ ଫେରିବେ ନାହିଁ। ଏହାର ପରିଣାମ ସ୍ବରୂପ ଭାଜପାକୁ ଉତ୍ତରପ୍ରଦେଶ ସମେତ ଅନ୍ୟ ରାଜ୍ୟରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିବ।

Share